୨.୫ କୋଟିରେ ବିକ୍ରି ହେଲା ଗାନ୍ଧିଙ୍କ ଚଷମା

ଲଣ୍ଡନ : ୧୯୦୦ ମସିହା ବେଳକୁ ମହାତ୍ମା ଗାନ୍ଧି ପିନ୍ଧିଥିବା ଏବଂ ଉପହାର ଭାବେ ପ୍ରଦାନ କରିଥିବା ଏକ ସୁନାଲେପ ଦିଆ ଚଷମା ୨,୬୦,୦୦୦ ପାଉଣ୍ଡ (ପାଖାପାଖି ୨.୫ କୋଟି ଟଙ୍କା)ରେ ବିକ୍ରି ହୋଇଛି । ଇଂଲଣ୍ଡର ଏକ ଅକ୍ସନ୍‌ ହାଉସ୍‌ ଏହାକୁ ଏଭଳି ରେକର୍ଡ ମୂଲ୍ୟରେ ନିଲାମ କରିଛି । ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ହାନହାମ୍‌ସ୍ଥିତ ଇଷ୍ଟ ବ୍ରିଷ୍ଟଲ୍‌ ଅକ୍ସନ୍‌ସ ପକ୍ଷରୁ ୪ ସପ୍ତାହ ତଳେ ନିଲାମରେ ରଖାଯାଇଥିବା ଏହି ଚଷମା ହଳକ ଅତିବେଶିରେ ୧୦,୦୦୦ ପାଉଣ୍ଡରୁ ୧୫,୦୦୦ ପାଉଣ୍ଡ ଟଙ୍କା ବିଡ୍‌ ଟାଣିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହାର ଇ-ନିଲାମ ସବୁ ଆକଳନକୁ ପଛରେ ପକାଇ ଏଭଳି ମୋଟା ଅଙ୍କର ଅର୍ଥରାଶି ଆକୃଷ୍ଟ କରିଛି । ଶୁକ୍ରବାର ଅନ୍‌ଲାଇନ୍‌ ନିଲାମ ଶେଷ ହେବା ପରେ ଇଷ୍ଟ ବ୍ରିଷ୍ଟଲ ଅକ୍ସନ୍‌ସର ନିଲାମକାରୀ ଆଣ୍ଡି ଷ୍ଟୋବ କହିଛନ୍ତି, ଏକ ଅତୁଲ୍ୟ ସାମଗ୍ରୀର ନିଲାମରୁ ଏକ ଅତୁଳନୀୟ ଫଳାଫଳ ଦେଖିବାକୁ ମିଳିଛି । ଏହି ନିଲାମରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ।

ଏହି ଚଷମା କେବଳ ଏକ ନିଲାମ ରେକର୍ଡ ହାସଲ କରିଛି ତାହା ନୁହେଁ, ବରଂ ଏହା ଏକ ପ୍ରମୁଖ ଐତିହାସିକ ଗୁରୁତ୍ୱ ପାଇଛି । ଏହି ଚଷମାକୁ ନିଲାମରେ ରଖିବାକୁ ଦେଇଥିବା ବ୍ୟକ୍ତିବିଶେଷ କହିଥିଲେ, ଯଦି ଏଥିରୁ କିଛି ବି ମୂଲ୍ୟ ନ ମିଳିବ, ତେବେ ଏହାକୁ ଫୋପାଡ଼ିଦେବେ । କିନ୍ତୁ ଯେତେବେଳେ ଏହା ୨,୬୦,୦୦୦ ପାଉଣ୍ଡରେ ନିଲାମ ହୋଇଥିବା ଶୁଣିବେ, ହୁଏତ ସେ ନିଜ ଚୌକିରୁ ଖସିପଡ଼ିବେ ବୋଲି ନିଲାମକାରୀ ସଂସ୍ଥା କହିଛି । ଏହାର ପ୍ରକୃତ ମାଲିକ କହିଛନ୍ତି,୧୯୧୦ରୁ ୧୯୩୦ ମସିହା ଭିତରେ ତାଙ୍କର ଦାଦା ଦକ୍ଷିଣ ଆଫ୍ରିକାର ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ବେଳେ ତାଙ୍କୁ ମହାତ୍ମା ଗାନ୍ଧି ଏହି ଚଷମା ଉପହାର ଦେଇଥିଲେ । ଏହାର ନୂଆ ମାଲିକ ନିଜର ନାମ ପ୍ରକାଶ କରି ନ ଥିଲେ ମଧ୍ୟ ସେ ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ମ୍ୟାଙ୍ଗୋଟ୍‌ସଫିଲ୍ଡ ଅଞ୍ଚଳର ବୋଲି ନିଲାମକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ଗୋଟିଏ ଥର ବ୍ଲଡ ଟେଷ୍ଟରୁ ଚିହ୍ନଟ ହୋଇପାରିବ ୫୦ ପ୍ରକାର କ୍ୟାନ୍ସର, ଇଂଲଣ୍ଡ ବୈଜ୍ଞାନିକଙ୍କ ଦାବି

ଚର୍ଚ୍ଚରେ ରହିଛି ୪୫୦ ବର୍ଷ ପୂର୍ବର ମୃତଦେହ; ପାଦରେ ଛୁଞ୍ଚି ମାରିଲେ ବାହାରୁଚି ରକ୍ତ, ଅନେକ ଦିବ୍ୟଶକ୍ତି ରହିଥିବା ବିଶ୍ବାସ…

ଅଗ୍ନିଶମ ଡିଜିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଟ୍ରକ୍ ଜବତ, ଡ୍ରାଇଭର ଅଟକ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ

ବିବାଦ ପୂର୍ବରୁ ଜାଣିନଥିଲି କିଏ କଙ୍ଗନା : ମୁମ୍ୱାଇ ମେୟର