PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଗଣପତି ବାବାଙ୍କ ସ୍ଥାପନା,ଏଭଳି ମୂର୍ତ୍ତି ଘର ପାଇଁ ଖୁବ୍ ଶୁଭ

ନୂଆଦିଲ୍ଲୀ,୨୯।୮: ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ବ ଖୁବ୍ ବିଶେଷ ଏବଂ ଫଳପ୍ରଦ ବୋଲି କୁହାଯାଏ। ଏହି ପର୍ବ ପାଳନ କରିବାକୁ ଆଉ ମାତ୍ର ୪ ଦିନ ବାକି ରହିଲା।  ତେଣୁ ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଅଧିକାଂଶ ସ୍ଥାନରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାନନ କରି ୧୦ ଦିନ ପର୍ଯ୍ୟନ୍ତ ଧୁମଧାମରେ ଉତ୍ସବ ପାଳନ କରାଯିବ।

ମାନ୍ୟତା ରହିଛି ଭାଦ୍ରବମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବରେ ପାଳନ କରାଯାଇଥାଏ। ଏହି ଦିନ ଗଜାନନଙ୍କ ସ୍ଥାପନା କରି ବିଘ୍ନରୁ ମୁକ୍ତି ମିଳିଥାଏ। ସେଭଳି ଅମୃତ ଘଡି ସକାଳ ୬ଟା ୧୦ରୁ ୭ଟା ୪୪ ପର୍ଯ୍ୟନ୍ତ ରହିଥିବା ବେଳେ ଅଭିଜିତ ମୁହୂର୍ତ୍ତ ମଧ୍ୟାହ୍ନ ୧୨ଟା ୧ ମିନିଟରୁ ୧୨ଟା ୫୫ ମିନିଟ ପର୍ଯ୍ୟନ୍ତ ରହିଛି ମୂର୍ତ୍ତି ସ୍ଥାପନା କରିବାର ଶୁଭ ସମୟ।

ଜାଣନ୍ତୁ ଚୌଘାଡିୟା ଅନୁସାରେ:

ଶୁଭ ଚୌଘାଡିୟା-ସକାଳ ୯ଟା ୧୮ ମିନିଟରୁ ୧୦ଟା ୫୩ ମିନିଟ୍ ପର୍ଯ୍ୟନ୍ତ

ଲାଭ ଚୌଘଡିୟା-ମଧ୍ୟାହ୍ନ ୩ଟା ୩୫ ମିନିଟରୁ ୫ଟା ୯ମିନିଟ୍ ପର୍ଯ୍ୟନ୍ତ

ଅମୃତ ଚୌଘାଡିୟା-ସନ୍ଧ୍ୟା ୫ଟା ୯ ମିନିଟରୁ ୬ଟା ୫୩ ମିନିଟ୍ ପର୍ଯ୍ୟନ୍ତ

ବିଳମ୍ବିତ ରାତି ମୁହୁର୍ତ୍ତ: ରାତି ୧୧ଟା ୧ ମିନିଟରୁ ୧୨ଟା ୨୭ ମିନିଟ୍ ପର୍ଯ୍ୟନ୍ତ

ଜାଣନ୍ତୁ ଲଘ୍ନ ଅନୁସାରେ ଗଣେଶଙ୍କ ସ୍ଥାପନା ମୁହୂର୍ତ୍ତ:

ସିହ୍ନ ଲଘ୍ନ ସକାଳ ୫ଟା ୩ ମିନିଟରୁ ୭ଟା ୧୨ ମିନିଟ୍ ପର୍ଯ୍ୟନ୍ତ

କନ୍ୟା ଲଘ୍ନ ସକାଳ ୭ଟା୧୨ରୁ ୯ଟା ୧୬ ମିନିଟ୍ ପର୍ଯ୍ୟନ୍ତ

ଧନୁ ଲଘ୍ନ ମଧ୍ୟାହ୍ନ ୧ଟା୪୭ ମିନିଟରୁ ୩ଟା ୫୩ ମିନିଟ୍ ପର୍ଯ୍ୟନ୍ତ

କୁମ୍ଭ ଲଘ୍ନ ସନ୍ଧ୍ୟା ୫ଟା୪୦ ମିନିଟରୁ ୭ଟା ୯ ମିନିଟ୍ ପର୍ଯ୍ୟନ୍ତ

ମେଷ ଲଘ୍ନ ରାତି ୮ଟା ୪୩ ମିନିଟରୁ ୧୦ଟା ୨୪ ମିନିଟ୍ ପର୍ଯ୍ୟନ୍ତ

ସେଭଳି ଗଣେଶ ଚତୁର୍ଥୀ ପାଇଁ ଲୋକଙ୍କର କିଣାକିଣି କରିବା ମଧ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଗଣପତିଙ୍କ ସୁଣ୍ଢ  କିଭଳି ଭାବରେ ହେବା ଦରକାର। ପ୍ରତିମା ଠିଆ ହୋଇ ରହିବା ଦରକାର କିମ୍ବା ବସି ରହିବା ଦରକାର, ଏହି କଥାକୁ ନେଇ ଲୋକମାନଙ୍କ ଭିତରେ ଅସମଞ୍ଜସ୍ ସ୍ଥିତି ଜାରି ରହିଛି। ସେଭଳି ଜ୍ୟୋତିଷଙ୍କ ମତରେ ଦୁଇପଟ ସୁଣ୍ଢ ଥିବା ପ୍ରତିମା ନେବା ଶାସ୍ତ୍ର ସମ୍ମତ ବୋଲି କୁହାଯାଏ। ସେଭଳି ଡାହଣ ଆଡକୁ ସୁଣ୍ଢ ଥିବା ପ୍ରତିମା ନିମୟ ଅନୁସାରେ ପାଳନ କରିବାକୁ ପଡିଥାଏ। ଏହାଛଡା ସବୁବେଳେ ବସି ରହିଥିବା ମୁଦ୍ରାରେ ଥିବା ଗଣେଶଙ୍କ ମୂର୍ତ୍ତି କିଣିବା ଦରକାର।