
ପୁରୀ ୨/୧୨: ଲିଫ୍ଟ ବାହାନାରେ କାରରେ ନେଇ ଗଣଦୁଷ୍କର୍ମ ଅଭିଯୋଗ । ପୁରୀ କୁମ୍ଭାରପଡା ଥାନାରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଯୁବତୀଙ୍କୁ କାରରେ ନିମାପଡାରୁ ନେଇ ପୁରୀରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

ନିମାପଡା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ ଯୁବତୀ । ଛାଡିଦେବା ପାଇଁ କହି ଲିଫ୍ଟ ବାହାନାରେ ତାଙ୍କୁ କାରରେ ୪ ଜଣ ନେଇଯାଇଥିଲେ । ନିମାପଡାରୁ ନେଇ ତାଙ୍କୁ ପୁରୀରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ । ୪ ଜଣ ଦୁଷ୍କର୍ମ କରିଥିବା ନେଇ କୁମ୍ଭାରପଡା ଥାନାରେ ଅଭିଯୋଗ ଆଣିଛନ୍ତି ଯୁବତୀ । ତେବେ ୪ ଜଣଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଲ ଥିବା ସୂଚନା ମିଳିଛି । ପୋଲିସ ଆଇକାର୍ଡ ଦେଖିବା ପରେ ବିଶ୍ୱାସରେ କାରରେ ବସିଥିଲେ ବୋଲି ଯୁବତୀ ଜଣକ କହିଛନ୍ତି ।