କେନ୍ଦ୍ରାପଡ଼ା ସହରରେ ଗ୍ୟାଙ୍ଗ୍‌ୱାର୍‌! ଗୁଳିମାଡ଼ରେ ୨ ଗୁରୁତର

କେନ୍ଦ୍ରାପଡ଼ା ୧୫/୮: କେନ୍ଦ୍ରାପଡ଼ା ସଦର ଥାନା ଅଧୀନ କଳପଡ଼ା ବ୍ରିଜ୍‌ ନିକଟରେ ଆଜି ରାତି ପ୍ରାୟ ୧୦ଟା ୩୦ ସମୟରେ ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଦୁହେଁ ହେଲେ ସଦର ଥାନା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ବରେଇର ବିନୋଦ ସାହୁ (୨୩) ଏବଂ ମାର୍ଶାଘାଇ ଥାନା ଅଧୀନ ବଛରାଇ ଗ୍ରାମର ରାଜେଶ ମୁଦୁଲି (୨୮) । ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିନୋଦଙ୍କଠାରେ ୩ଟି ଗୁଳି ବାଜିଥିବାବେଳେ ରାଜେଶଙ୍କଠାରେ ଗୋଟିଏ ଗୁଳି ବାଜିଛି । କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପୁଲିସ ସୂତ୍ରରୁ ପ୍ରକାଶ, ବିନୋଦ, ରାଜେଶ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ କେନ୍ଦ୍ରାପଡ଼ା ଟାଉନ୍‌ ଥାନା କଜଳାର ରଞ୍ଜନ ଭୂୟାଁଙ୍କ ବାଇକ୍‌ ଯୋଗେ କଳପଡ଼ା ବ୍ରିଜ୍‌ରୁ ଘରକୁ ଫେରୁଥିଲେ । ତିନି ବନ୍ଧୁ ପ୍ରଥମେ କୌଣସି କାମରେ ମାର୍ଶାଘାଇ ଛକକୁ ଆସିଥିଲେ । ସେଠାରେ କାମ ସାରିବା ପରେ ଜୁଣ ଛକରେ ଯାଇ ଚା’ ପିଇଥିଲେ । ପୁଣି କ’ଣ ହେଲା ଜୁଣ ଛକରୁ ଘରକୁ ନଫେରି କେନ୍ଦ୍ରାପଡ଼ା ସହର ଉପକଣ୍ଠ କଳପଡ଼ା ବ୍ରିଜ୍‌ ଆଡକୁ ଆସିଥିଲେ । ଏହି ସମୟରେ ଏକ ବାଇକ୍‌ରେ ସେମାନଙ୍କୁ ପିଚ୍ଛା କରି ଆସୁଥିବା ୩ ଜଣ ଯୁବକ କଳାପଡ଼ା ପୋଲ ପାଖରେ ସେମାନଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ ।

ଏଥିରେ ବିନୋଦ ଓ ରାଜେଶଙ୍କଠାରେ ଗୁଳି ବାଜିଥିବା ବେଳେ ରଞ୍ଜନ ଗାଡି ଚଳାଉଥିବାରୁ ସେ ବର୍ତ୍ତି ଯାଇଥିଲେ । ଦୁର୍ବୃତ୍ତମାନେ ଗୁଳି କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବିନେଦଙ୍କ ଛାତିରେ ଗୁଳି ବାଜିଥିବା ବେଳେ ରାଜେଶଙ୍କ ଅଣ୍ଟା ତଳକୁ ଗୁଳି ବାଜିଛି । ଖବର ପାଇ କେନ୍ଦ୍ରାପଡ଼ା ସଦର ଆଇଆଇସି ମହେଶ୍ୱର ସେଠୀ, ସ୍ପେଶାଲ ସ୍କ୍ୱାଡ୍‌ ଏସଆଇ ପି.କେ. କାନୁନଗୋ ଟିମ୍‌ ସହ ପହଞ୍ଚି ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରିଥିଲେ ।

ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଗ୍ୟାଙ୍ଗୱାରକୁ ନେଇ ଗୁଳିକାଣ୍ଡ ହୋଇଥିବା ସଦର ପୁଲିସ କହିଛି । ଦୁଇ ଆହତ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗର ବୋଲି ସୂଚନା ଦେଇଛନ୍ତି ସ୍ପେଶାଲ ସ୍କ୍ୱାଡ୍‌ ଏସଆଇ ଶ୍ରୀ କାନୁନଗୋ । ତେବେ ମମଲା ତଦନ୍ତାଧୀନ ଥିବା ଓ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ପୋଲିସ କହିଛି ।

   ସମ୍ବନ୍ଧିତ ଖବର


‘ମୋତେ ମୋ ବ୍ଲେଡ୍‌ ଦିଅ, ମୁଁ ମୋ ହାତକୁ ଆହୁରି କାଟିବି…’, ଯୁବକ ଛାଡି ପଳାଇଲେ ବୋଲି ରାସ୍ତା ମଝିରେ ହାତ କାଟି ହାଇଡ୍ରାମା କଲେ ନାବାଳିକା

ଆପ୍‌ରେ ହେବ ଚିଲିକା ପାଇଁ ଅନ୍‌ଲାଇନ୍‌ ଡଙ୍ଗା ବୁକିଂ, ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁବିଧା

ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର

ଏନ୍‌ଏଚ୍‌ କଡ଼ରୁ ମିଳିଲା ମୃତଦେହ, ମିଳିନି ପରିଚୟ

ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଆଜିଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା: ୩୮ ମଣ୍ଡପରେ ପୂଜା ପାଇବେ ପଦ୍ମାଳୟା