PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ଯୁବକଙ୍କୁ ଅଶ୍ଳୀଳ ଚାଟିଂ କରି ବ୍ଲାକ୍‌ମେଲ୍‌ କରୁଥିଲେ ମହିଳା , ସ୍ୱାମୀ-ସ୍ତ୍ରୀ ମିଶି କୋଟି କୋଟି ଟଙ୍କା ଠକି ନେଉଥିଲେ – ହେଲା ପର୍ଦ୍ଦାଫାସ୍‌

ଗାଜିଆବାଦ : ଅଜଣା ମହିଳାଙ୍କ ସହ କଥା ହେବା ଓ ଅଶ୍ଳିଳ ଚାଟିଂ କରିବାର ସଉକ ରଖୁଥିବା ବ୍ୟକ୍ତିମାନେ ସାବଧାନ । ଏହି କାମ ଆପଣଙ୍କୁ ସମସ୍ୟାରେ ପକାଇପାରେ । ଆପଣ ବ୍ଲାକ୍‌ମେଲିଂ ଶିକାର ହୋଇ ପାରନ୍ତି । ଏକଥା ଆମେ ଖାଲି କହୁନୁ । ଏହାର ଜ୍ୱଳନ୍ତ ଉଦାହରଣ ସାମନାକୁ ଆସିଛି । ଲୋକଙ୍କୁ ବ୍ଲାକ୍‌ମେଲ୍‌ କରି ଅର୍ଥ ଦାବି କରୁଥିବା ଏମିତି ଏକ ଗ୍ୟାଙ୍ଗ୍‌କୁ ସାଇବର ସେଲ୍‌ ଓ ନନ୍ଦଗ୍ରାମ ପୁଲିସ୍‌ ଗିରଫ କରିଛି । ଏହି ମାମଲାରେ ଗୁଜରାଟ ପୁଲିସ୍‌କୁ ମଧ୍ୟ ଏହି ଗ୍ୟାଙ୍ଗ୍‌ର ତଲାସ ଥିଲା । ଏହି ଗ୍ୟାଙ୍ଗ୍‌ ଗୁଜରାଟରେ ରହୁଥିବା ଜଣେ  ଯୁବକଙ୍କ ଠାରୁ ପାଖାପାଖି  ୮୦ ଲକ୍ଷ ଟଙ୍କା ଠକି ନେଇଥିଲେ । ଯୁବକ ଜଣଙ୍କ ଏକ କମ୍ପାନୀରେ ଆକାଉଣ୍ଟାଣ୍ଚ ଥିଲେ । ସେ ବ୍ଲାକ୍‌ମେଲିଂ ଶିକାର ହୋଇ କମ୍ପାନୀର ଟଙ୍କା ଗ୍ୟାଙ୍ଗ୍‌ରେ ସଂପୃକ୍ତ ଲୋକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଉଥିଲେ ।

ଆହୁରି ପଢ଼ନ୍ତୁ – ଗୋଟିଏ ରାତିରେ ମୁଁ ୧୮ ପୁରୁଷଙ୍କ ସହ କରିଛି ସମ୍ଭୋଗ !ମହିଳାଙ୍କ ଖୁଲାସା ପରେ ଜୋର ଧରିଲା ଚର୍ଚ୍ଚା

ଏସ୍‌ପି ସିଟି ନିପୁଣ ଅଗ୍ରୱାଲ କହିଛନ୍ତି କି ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ୪ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଗ୍ୟାଙ୍ଗ୍‌ ମୁଖ୍ୟର ନାଁ ଯୋଗେଶ ଗୌତମ । ଗ୍ୟାଙ୍ଗ୍‌ରେ ତାର ପତ୍ନୀ ମଧ୍ୟ ସଂପୃକ୍ତ ଥିଲା । ଯୁବତୀମାନଙ୍କୁ ଏଥିରେ ସାମିଲ କରିବା ସହ ଅନ୍ୟ ସବୁ କାର୍ଯ୍ୟ ତାର ଦାୟିତ୍ୱ ଥିଲା । ଏଥିପାଇଁ ଅଭିଯୁକ୍ତ ମାନେ ରାଜନଗର ଏକ୍ସଟେନ୍ସନର ସୋସାଇଟିରେ ଭଡ଼ାରେ ଫ୍ଲାଟ୍‌ ବି ନେଇଥିଲେ । ଏବେସୁଦ୍ଧା ତାଙ୍କର ୪ଟି ବ୍ୟାଙ୍କ୍‌ ଆକାଉଣ୍ଟ ଡିଟେଲ୍‌ ସାମନାକୁ ଆସିଛି । ଯେଉଁଥିରେ ୩ କୋଟି ଟଙ୍କାରୁ ଅଧିକ ଟ୍ରାଜାକ୍ସନ ହୋଇଛି । ପୁଲସି୍‌ ଏହି ଗ୍ଯାଙ୍ଗର ଅନ୍ୟ ସହଯୋଗୀଙ୍କୁ ଖୋଜୁଛି । ଗିରଫ ଅଭିଯୁକ୍ତଙ୍କ କବଳରୁ ପୁଲିସ୍‌  ଅନେକ ଆପତ୍ତିଜନକ ଜିନିଷ ଜବତ କରିଛି ।

ଏହି ମାମଲାରେ ଗୁଜରାଟର ଏହି ଯୁବକ ପ୍ରଥମେ ୱେବସାଇଟ୍‌ର ରେଟ୍‌ ସହ କଥା ହୋଇଥିଲେ ଏବଂ ପରେ ପର୍ସନାଲ ମୋବାଇଲ ନମ୍ୱର ସେୟାର କରି ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କଲେ। ପ୍ରଥମେ ଗୋଟିଏ ବର୍ଷରେ ଠକମାନେ ତାଙ୍କର ଠାରୁ ଚ୍ୟାଟିଂ ମାଧ୍ୟମରେ ୪୦-୪୦ଲକ୍ଷ ଟଙ୍କା ନେଇଥିଲେ , କାରଣ ସେ ପ୍ରତିଦିନ ଏମିତି ମହିଳାଙ୍କ ସହ କଥା ହେଉଥିଲେ। ଏହାପରେ ତାଙ୍କର ଚାଟିଂ ସମୟରେ ଅଶ୍ଳିଳ ଭିଡ଼ିଓ କରି ତାଙ୍କୁ ସେହି ଲୋକେ ବ୍ଲାକମେଲ୍‌ କରିବା ଆରମ୍ଭ କରିଦେଲେ। ଏହି ମାଧ୍ୟମରେ ଯୁବକଙ୍କ ଠାରୁ ମୋଟ ୮୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହି ସମୟର ସେହି ଯୁବକ ଏହିସବୁ ଟଙ୍କା  ନିଜର ବସ୍‌ଙ୍କ କମ୍ପାନୀ ଆକାଉଣ୍ଟରୁ ଟ୍ରାନ୍ସଫର କରିଥିଲେ।