ଟ୍ରଙ୍କ ଭର୍ତ୍ତି ଗଞ୍ଜେଇ ଓ କାର୍‌ ଜବତ, ନିଶା କାରବାରର କାର୍ପଟ୍‌ଦାର୍‌ ବୁଲୁ ଗିରଫ

ବେଗୁନିଆ,୨୩/୦୮: ବେଗୁନିଆ ଥାନା ଧଳାପଥର ଫାଣ୍ଡି ନିକଟ କଲେଜ ରୋଡ୍‌ର ଏକ ଭଡ଼ା ଘରୁ ପୁଲିସ ଏକ ଟ୍ରଙ୍କ ଭର୍ତ୍ତି ଗଞ୍ଜେଇ ଜବତ କରିଛି । ଏଥି ସହ ଏକ କାର ମଧ୍ୟ ଜବତ କରିଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ।

ସୂଚନା ଅନୁସାରେ, ବୈଦେଶ୍ୱର ଥାନା ଖଜୁରୀପଦା ଗ୍ରାମର ବୁଲୁ ସ୍ୱାଇଁ ଧଳାପଥର ପାଣ୍ଡି ନିକଟ କଲେଜ ରୋଡ୍‌ରେ ଭଡ଼ା ଘରେ ରହି ଗଞ୍ଜେଇ କାରବାର କରୁଥିଲା। ଏନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଭଡ଼ା ଘର ଉପରେ ଚଢ଼ାଉ କରିଥିଲା। ଏକ ଦସ୍ତା ଟ୍ରଙ୍କରେ ଗଞ୍ଜେଇ ରଖାଯାଇଥିବା ବେଳେ ପୁଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ବୁଲୁକୁ ଗିରଫ କରିଛି। ଏଥି ସହ ଏକ କାର ମଧ୍ୟ ଜବତ କରିଛି। ବୁଲୁ ନିଶାଦ୍ରବ୍ୟ କାରବାରରେ ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିବା ପୁଲିସ କହିଛି। ରିପୋର୍ଟ ଲେଖା ହେବା ବେଳକୁ ଫାଣ୍ଡିରେ ଜବତ ଗଞ୍ଜେଇ ଓଜନ ପାଇଁ ବ୍ୟବସ୍ଥା କରାଯାଉଥିଲା ।

   ସମ୍ବନ୍ଧିତ ଖବର


ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଆଜି ବି ମଣିଷର ମନରେ ନିଷ୍ଠା, ମାନବିକତା ମରି ନାହିଁ -ପାନ ଦୋକାନୀଙ୍କ ମହାନତା,ହଜି ଯାଇଥିବା ପର୍ସ ଫେରାଇଲେ

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ନିଶାସକ୍ତଙ୍କ ବିଚିତ୍ର କାଣ୍ଡ- ସାଲାଇନ୍‌ ବୋତଲ ସହ ଡାକ୍ତରଖାନାରୁ ଚାଲି ଚାଲି ଘରକୁ ପଳାଇଲେ, ଜାଣି ପାରିଲେନି ଡାକ୍ତରଖାନା କର୍ତ୍ତୃପକ୍ଷ

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା