ଗ୍ୟାଙ୍ଗଷ୍ଟାର ଇକବାଲ ମିର୍ଚ୍ଚିର ବେନାମୀ ସମ୍ପତ୍ତି ଚିହ୍ନଟ

ମୁମ୍ବାଇ ୧୩/୧୦: ଗ୍ୟାଙ୍ଗଷ୍ଟାର ଇକବାଲ ମିର୍ଚ୍ଚିର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରାଯିବାର ଦୁଇ ଦିନ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କହିଛି ଯେ ମିର୍ଚ୍ଚିର ଅନେକ ବେନାମୀ ସମ୍ପତ୍ତିକୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ମୁମ୍ବାଇରେ ୧୦ଟି, ବ୍ରିଟେନରେ ୨୫ଟି ଏବଂ ୟୁଏଇରେ ଗୋଟିଏ ବେନାମୀ ସମ୍ପତ୍ତି ରହିଛି । ଇଡି ଏବେ ସେଇ ସମ୍ପତ୍ତିଗୁଡିକୁ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବ । ବିଦେଶରେ ଥିବା ତା’ର ବେନାମୀ ସମ୍ପତ୍ତିକୁ ଜବତ କରିବା ପାଇଁ ବି ସେଠାକାର ସରକାରଙ୍କ ନିକଟକୁ ପତ୍ର ଲେଖାଯିବ ।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ରସିକିଆ ଓଏଏସ୍‌ ଅଧିକାରୀଙ୍କ ବିକଳ ଅଶୀଳ୍ଲ ପ୍ରେମ

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ

Mylan ଭାରତରେ ଲଞ୍ଚ କଲା କୋଭିଡ୍-୧୯ର ଔଷଧ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR