ସାଙ୍ଗକୁ ଧମକାଇ ତଡିଲେ, ପରେ ଶୂନଶାନ ସ୍ଥାନରେ ଆଦିବାସୀ ନାବାଳିକାକୁ ନେଇ ୪ଜଣ କଲେ ଗଣଦୁଷ୍କର୍ମ…

ଛତିଶଗଡ: ଛତିଶଗଡର କବୀରଧାମ ଜିଲ୍ଲାରେ ୪ ଜଣ ଅଜଣା ଲୋକ ଜଣେ ୧୪ ବର୍ଷୀୟ ଆଦିବାସୀ ନାବାଳିକାକୁ ସାମୁହିକ ଗଣଦୁଷ୍କର୍ମ କରିଛନ୍ତି । ଏନେଇ ପୋଲିସ ଅଧିକ୍ଷକ ସଲଭ ସିନ୍‌ହା କହିଛନ୍ତି କି ଜିଲ୍ଲାର ସିଟି କୋତବାଲି ଥାନା ଅଂଚଳରେ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ମାମଲା ଦାଖଲ ହୋଇଛି । ପୋଲିସକୁ ପୀଡିତା ନାବାଳିକା ଦେଇଥିବା ମାମଲା ମୁତାବକ ଗତ ରବିବାର ଦିନ ଯେତେବେଳେ ସେ ତାର ସାଙ୍ଗ ସହ ବୁଲିବାକୁ ଯାଇଥିଲା, ସେତେବେଳେ ୪ ଜଣ ଅଭିଯୁକ୍ତ ତାଙ୍କୁ ଘେରି ଯାଇଥିଲେ । ଏହି ସମୟରେ ସେମାନେ ନାବାଳିକାର ସାଙ୍ଗକୁ ଧମକାଇ ସେଠାରୁ ତଡି ଦେଇଥିଲେ ।   

ଏନେଇ ପୀଡିଡା ଜଣକ ପୋଲିସ କୁ କହିଛି ଯେ ଅଭିଯୁକ୍ତ ମାନେ ତାଙ୍କୁ କୌଣସି ଶୂନଶାନ ସ୍ଥାନକୁ ବଳପୂର୍ବକ ଉଠାଇ ନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ତେବେ ଘଟଣା ପ୍ରଘଟ ହେବା ପୂର୍ବରୁ ପୀଡିତାଙ୍କୁ ସେଠାରେ ଛାଡି ସେମାନେ ଚାଲିଯାଇଥିଲେ । ପୀଡିତା ଯେତେବେଳେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ, ସେତେବେଳେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରିଛି । ପୋଲିସ ଏବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତଦନ୍ତ କରୁଛି । ଏହାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧିଦଳ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ।