ଅନ୍ୟକୁ ଜୀବନରେ ମାରୁଥିଲା-ଏମିତି ଚାଲିଗଲା ଜୀବନ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ପୁଲିସ ରବିବାର ଜଣେ ଗ୍ୟାଙ୍ଗଷ୍ଟାରକୁ ମୁମ୍ବାଇରୁ ଗିରଫ କରି ଆଣୁଥିବା ସମୟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଗ୍ୟାଙ୍ଗଷ୍ଟାର ଫିରୋଜ ଖାନ୍‌ର ମୃତ୍ୟୁ ହୋଇଛି । ଲକ୍ଷ୍ମୌ ଠାକୁରଗଞ୍ଜ ଥାନା ପୁଲିସ ନୀରିକ୍ଷକ ଜେପି ପାଣ୍ଡେ, କନଷ୍ଟେବଳ ସଞ୍ଜୀବ କୁମାର ଏବଂ ଗାଡିରେ ଥିବା ଫିରୋଜର ଜଣେ ସମ୍ପର୍କୀୟ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଫିରୋଜ ବିରୋଧରେ ୟୁପି ଗ୍ୟାଙ୍ଗଷ୍ଟାର ଆଇନ ଅଧୀନରେ ୨୦୧୪ରୁ ଅଭିଯୋଗ ଦାୟର ହୋଇଥିଲା । କିନ୍ତୁ ସେବେଠାରୁ ସେ ଫେରାର ଥିଲା ।

ଦୀର୍ଘ ୬ ବର୍ଷ ପରେ ସେ ମୁମ୍ବାଇରେ ଥିବା ଜାଣି ପୁଲିସ ସେଠାରେ ପହଞ୍ଚି ତାକୁ ଗିରଫ କରି ଲକ୍ଷ୍ମୌ ଆଣୁଥିଲା । ରବିବାର ସକାଳ ୬ଟାରେ ଗୁନା ଜିଲ୍ଲାରେ ଥିବା ଜୋଗିପୁରା ଟୋଲ୍‌ ଗେଟ୍‌ ପୂର୍ବରୁ ଏକ ଗାଁ ମଧ୍ୟ ଦେଇ ଯାଉଥିବା ସମୟରେ ଗାଈ ପଲ ଗାଡି ଆଗକୁ ଚାଲି ଆସିଥିଲେ । ଫଳରେ ଗାଡିଟି ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ପିଟି ହୋଇ ଯାଇଥିଲା । ଘଟଣାସ୍ଥଳରେ ଫିରୋଜର ମୃତ୍ୟୁ ହୋଇଛି । ଫିରୋଜର ସମ୍ପର୍କୀୟ ଅଫଜଲ ଖାନ୍‌ର ହାତ ଭାଙ୍ଗିଯାଇଛି ଏବଂ ଅନ୍ୟ ପୁଲିସମାନେ ସାମାନ୍ୟ ଆହତ ହୋଇଛନ୍ତି ।


ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବରୁ ସମାନ ଢ଼ଙ୍ଗରେ ୟୁପିରେ ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେର ମଧ୍ୟ ମୃତ୍ୟୁ ହୋଇଥିଲା । ବିକାଶକୁ ଗିରଫ କରି ଆଣିବା ସମୟରେ ଗାଈ ପଲ ଗାଡି ସମ୍ମୁଖକୁ ଚାଲି ଆସିଥିଲା ଏବଂ ଗାଡି ଦୁର୍ଘଟଣା ହୋଇଥିଲା । ଏହାର ଫାଇଦା ଉଠାଇ ବିକାଶ ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଏନ୍‌କାଉଣ୍ଟରରେ ତା’ର ହତ୍ୟା କରିଥିଲା । ଏଣୁ ସମାନ ଘଟଣାର ପୁଣିଥରେ ପୁନରାବୃତ୍ତି ହୋଇଥିବାରୁ ଏନେଇ ପ୍ରଶ୍ନ ଉଠିଛି ।

   ସମ୍ବନ୍ଧିତ ଖବର


ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ସ୍ତ୍ରୀ ସାମ୍ନାରେ କୁକୁଡା ସହ ଯୌନସମ୍ପର୍କ ରଖି ୩ ବର୍ଷ ଜେଲ ଗଲେ ଯୁବକ, ପତ୍ନୀ ତିଆରି କରିଥିଲେ ଭିଡିଓ…

ଡାକ୍ତରଙ୍କ ବାଇକ୍‌ ବୋଲି ଅଧା ବାଟରୁ ଛାଡିଗଲା: ଚିଠି ଲେଖିଲା ‘ଆଜ୍ଞା ମତେ କ୍ଷମା କରିବେ,ଆପଣଙ୍କ ଭଳିଆ ଲୋକର ଗାଡି ଚୋରି କରି ମୁଁ ଦୁଃଖିତ’…

ରଙ୍ଗ ନମ୍ବର କେଳେଙ୍କାରୀ: ପୋଲିସ ବାବୁଙ୍କ ଲଭ୍-ସେକ୍ସ- ଧୋକ୍କା, ଯୁବତୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା