ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ଜାମିନ ନାମଞ୍ଜୁର, ଗଲା ଚୌଦ୍ବାର ଜେଲ୍

ଭୁବନେଶ୍ବର,୧୪।୧୧: ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ବରଗଡରୁ ମାଲଗୋଦାମ ଥାନା ପୋଲିସ ଏକ ଓ୍ବାରେଣ୍ଟ ବଳରେ ଉଠାଇ ଆଣିଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହୋଇଛି। ଏବେ  ତାକୁ ଚୌଦ୍ବାର ଜେଲକୁ ପୋଲିସ ପଠାଇଦେଇଛି । ୨୦୦୪ରେ  ଦୁର୍ଦ୍ଦାନ୍ତ ଅପରାଧୀ ଅନୀଲ ଛୋଟରାୟକୁ ଗୁଳି କରି ହତ୍ୟା ଉଦ୍ୟମ ଅଭିଯୋଗରେ ରାଜା ନାମରେ ମାମଲା ରହିଥିଲା   ସେହି ମାମଲାରେ ରାଜା ନାମରେ ଓ୍ବାରେଣ୍ଟ ଜାରି କରିଥିଲେ କୋର୍ଟ ।

କିଛି ମାସ ହେବ ଜେଲରୁ ମୁକୁଳିଥିବା ରାଜା ପୁଣି ଏବେ ଜେଲର ଚାରିକାନ୍ଥ ଭିତରେ।  ୨୦୦୪ ରେ ଯୋବ୍ରାରେ ରହୁଥିବା ଅପରାଧୀ ଅନୀଲ ଛୋଟରାୟକୁ  ହତ୍ୟା ଉଦ୍ୟମ ମାମଲାରେ ରାଜା ନାମରେ ଓ୍ବାରେଣ୍ଟ ଜାରି କରିଥିଲେ ସିଜେଏମ କୋର୍ଟ । ଆଉ କୋର୍ଟର  ସମନ ପାଇବା ପରେ ମାଲଗୋଦାମ ଥାନା ପୋଲିସ ଭୁବନେଶ୍ବର ବରଗଡରୁ ଉଠାଇ ଆଣିଥିଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ।

ଗତକାଲିଠାରୁ ଏକ ଅଜ୍ଞାତ ସ୍ଥାନରେ ରଖି ମାଲଗୋଦାମ ଥାନା ପୋଲିସ ଜେରା କରିଥିବା ବେଳେ ଆଜି ତାକୁ କୋର୍ଟରେ ହାଜର କରାଇଥିଲା ପୋଲିସ । ତେବେ ଆଜି  ଜାମିନ ନାମଞ୍ଜୁର ହେବାରୁ ରାଜାକୁ ଚୌଦ୍ବାର ଜେଲକୁ ପଠାଇ ଦେଇଛି ପୋଲିସ ।ଅନ୍ୟପକ୍ଷେ ପୋଲିସ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ରାଜା ନାମରେ ଏସଟିଏଫ ବା ସ୍ପେଶାଲ ଟାସ୍କ ଫୋର୍ସରେ ଥିବା ମାମଲାରେ ଯୋଡିବା ସହ ଅଧିକ ଖୋଳତାଡ କରିବା ପାଇଁ ରିମାଣ୍ଡ ଆବେଦନ କରାଯିବ।

   ସମ୍ବନ୍ଧିତ ଖବର


ପୋକସୋ ଆକ୍ଟ ନେଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ, ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନରୁ ବାଦ୍ ଦିଆଯାଉ

ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ମୃତଦେହ ନେବାକୁ ମନାକଲେ ପରିବାର ଲୋକ, ପୋଲିସ କରିପାରେ ଅନ୍ତିମ ସଂସ୍କାର

ପିସ୍ତଲ ଛଡାଇ…ଫାୟରିଂ କଲେ… ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଏନକାଉଣ୍ଟର ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଲେ କମିଶନର

ଉନ୍ନାଓ ପୀଡିତାଙ୍କ ସ୍ଥିତି ସଙ୍କଟାପନ୍ନ, ଭେଣ୍ଟିଲେଟରରେ ରହି ଭାଇଙ୍କୁ କହିଲେ- ଅଭିଯୁକ୍ତକୁ ଛାଡ ନାହିଁ, କଠୋର ଦଣ୍ଡ ଦିଅ