PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ପିକଅପ୍ ଭ୍ୟାନ୍‌ରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ଲମତାପୁଟ, ୨୪/୦୧ : ପାଡ଼ୁଆ ପୋଲିସକୁ ବଡ଼ ସଫଳତା। ପାଡୁଆ ଅଞ୍ଚଳରୁ ଛତିଶଗଡ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ। ଏକ ପିକଅପ୍ ଭ୍ୟାନ୍‌ରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସ.ଡି.ପିଓଙ୍କ ନେତୃତ୍ଵରେ ପାଡୁଆ ପୋଲିସ ରାଇସିଂ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ସେହି ବାଟ ଦେଇ ଦ୍ରୁତ ଗତିରେ ଆସୁଥିବା ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନକୁ ଅଟକାଇ ପୋଲିସ ଯାଞ୍ଚ୍ କରିବାରୁ ସେଥିରୁ ୧୦ଟି ବସ୍ତାରୁ ପ୍ରାୟ ୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଭ୍ୟାନରେ ଥିବା ଦୁଇ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ କାବୁ କରିବାରେ ସଫଳ ହୋଇଛି ପୋଲିସ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ସୂଚନାନୁଯାୟୀ, ଗିରଫ ହୋଇଥିବା ଗଞ୍ଜେଇ ମାଫିଆମାନେ ହେଲେ ପଟାଙ୍ଗି ଥାନା ଅନ୍ତର୍ଗତ ପଣ୍ଡେଇ ଗ୍ରାମର କଣ୍ଡାଦୁସୁରା ବାରିକ ଏବଂ ଗଙ୍ଗରାଜପୁର ସଦନ ଖିଲ ବୋଲି ଜଣା ପଡିଛି। ଦୀର୍ଘ ଦିନ ଏହି ଦୁଇ ମାଫିଆ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ।