ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍ ପର୍ଦ୍ଦାଫାସ୍ : ୧୦୩ ପ୍ୟାକେଟରେ ଥିଲା ସାଢେ ୪କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଅଟକ

ବେତନଟୀ,୧୮/୦୮: ଗାଡିକୁ ଦେଖିଲେ ଜଣାପଡିବ ଏକ ସାଧାରଣ ଖାଲି ପିକଅପଭ୍ୟାନ । ଯେଉଁପଟୁ ତନଖି କଲେ ମଧ୍ୟ ଏକ ଖାଲି ପିକଅପଭ୍ୟାନ । ତେବେ ସେହି ଖାଲି ପିକଅପ ଭ୍ୟାନରେ ଚାଲାଣ ହେଉଥିଲା କ୍ୱିଣ୍ଟାଲକ୍ୱିଣ୍ଟାଲ ଗଞ୍ଜେଇ। ଆଉ ଏହି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ରାକେଟକୁ ଧରିଛି ବେତନଟୀ ପୁଲିସ ।

ରବିବାର ରାତିରେ ବେତନଟୀ ପୁଲିସ ପାଟ୍ରୋଲିଂ କରିବା ସହିତ ବିଶ୍ୱସ୍ତସୂତ୍ରରୁ ଖବରପାଇ ସନ୍ଦୀଗ୍ଧ ଗାଡି ଗୁଡିକୁ ଯାଞ୍ଚ କରୁଥିଲା । ତେବେ ରାତି ପ୍ରାୟ ୨ଟାରେ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ଏକ ପିକଅପଭ୍ୟାନ ପୁଲିସକୁ ଦେଖି ଦ୍ରୁତଗତିରେ ଖସି ପଳାଇବାକୁ ଚେଷ୍ଟା କରିବା ପରେ ପୁଲିସର ସନ୍ଦେହ ଅଧିକ ଦୃଢୀଭୂତ ହୋଇଥିଲା । ପୁଲିସଟିମ ଗାଡିକୁ ପିଛାକରି ୧୮ନଂ ଜାତୀୟରାଜପଥ ତାରାକୋଟୀ-ନହଣ୍ଡାଶୋଳ ପୋଲ ନିକଟରେ ସନ୍ଦୀଗ୍ଧ ପିକଅପଭ୍ୟାନ(ବିଆର-୦୩କେ-୬୦୯୮)କୁ ଧରିବାରେ ସକ୍ଷମ ହେବା ସହିତ ଚାଲକ ଏବଂ ଖଲାସୀକୁ କାବୁ କରିନେଇଥିଲା ।

ଚାଳକ ଏବଂ ଖଲାସୀ ଦ୍ୱୟ ବିହାର ରାଜ୍ୟର ହୋଇଥିବାବେଳେ ପୁଲିସକୁ ଦେଖି କଣ ପାଇଁ ଖସି ପଳାଉଥିଲେ ପୁଲିସ ଏହାର ତଦନ୍ତ କରିଥିଲା । ତେବେ ପିକଅପଭ୍ୟାନଟି ସମ୍ପୂର୍ଣ୍ଣ ଖାଲିଥିବାବେଳେ କେବିନଟି ମଧ୍ୟ ଖାଲିଥିଲା । ଘଟଣାସ୍ଥଳରେ ଆଇଆଇସି ଅଶୋକ କୁମାର ନାୟକ, ଏସଆଇ ବିନୟ ରଞ୍ଜନ ପରିଡା, ଏସଆଇ ବେଦପ୍ରକାଶ ନନ୍ଦ, ଏଏସଆଇ ଚିତ୍ତରଞ୍ଜନ ବାରିକ ପ୍ରମୁଖ ସଦଳବଳେ ଯାଞ୍ଚ କରୁଥିବା ସମସୟରେ ଗାଡିର ବାହାରପଟ ଡଲା ୮ଫୁଟ ଏବଂ ଭିତରପଟ ଡଲା ୬ଫୁଟ ଥିବାର ଏବଂ ଗାଡିଡଲା ଏବଂ କେବିନ ମଧ୍ୟରେ ଦୁଇଫୁଟ ଓସାରର ଏକ ଗୁପ୍ତ ଚେମ୍ବର ପ୍ରସ୍ତୁତହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ଉକ୍ତ ଗୁପ୍ତ ଚେମ୍ବରକୁ ଖୋଲିବାପରେ ସେଥିରୁ ଯାହା ବାହାରିଥିଲା ପୁଲିସ ପାଇଁ ତାହା ଆଶାତୀତ ଥିଲା । ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିବା ବେଳେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲା ।

ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ମାଜିଷ୍ଟ୍ରେଟ ବେତନଟୀ ଅତିରିକ୍ତ ତହସିଲଦାର ନମିତା ଧଳଙ୍କ ଉପସ୍ଥିତିରେ ଗାଡିରୁ ଗଞ୍ଜେଇ ପ୍ୟାକେଟ ବାହାର କରାଯାଇଥିଲା । ମୋଟ ୧୦୩ପ୍ୟାକେଟ ଗଞ୍ଜେଇ ବାହାରିଥିବାବେଳେ ଏହାର ଓଜନ ୪କ୍ୱିଣ୍ଟାଲ ୪୭କିଲୋଗ୍ରାମ ୩ଶହ୫ଗ୍ରାମ ହୋଇଥିଲା । ଯାହାର ବଜାରମୂଲ୍ୟ ଆନୁମାନିକ ୧୫ଲକ୍ଷ ଟଙ୍କାରୁ ଅଧିକ ହେବାନେଇ ଆଇଆଇସି ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି । ଏନେଇ ୧୮୩/୨୦୨୦ ଦଫା ୨୦(ବି)(୨)(ସି)/୨୫/୨୯ ଏନଡିପିସି ଆକ୍ଟରେ ମାମଲା ରୁଜୁ କରାଯାଇଛି । ଏଥିରେ ବିହାର ପାଟନା ଜିଲ୍ଲାର ମାନେର ଥାନା ଲୋଡିପୁର ଗ୍ରାମର ସ୍ୱର୍ଗତ ରାଜଦେଓ ରାୟର ପୁଅ ଅକ୍ଷୟ କୁମାର(୩୫) ଏବଂ ବିହାର ବୈଶାଳି ଜିଲ୍ଲା ରାଘପୁର ଥାନା ଜମାଲପୁର ଗ୍ରାମର ସୁରେଶ ରାୟର ପୁଅ ଝଲ୍ଲୁ(୨୮)କୁ ଗିରଫ କରାଯାଇଛି ।

ଗିରଫ ଚାଳକ ଏବଂ ଖଲାସୀଙ୍କ ସୂଚନା ମୁତାବକ ସେମାନେ ଭୁବନେଶ୍ୱରର ଏକ କାଳୀମନ୍ଦିର ନିକଟରୁ ଝାଡଖଣ୍ଡ-ବିହାରକୁ ଗଞ୍ଜେଇ ଚାଲାଣ କରୁଥିବା ନେଇ ପ୍ରକାଶ କରୁଥିବା ବେଳେ ପୁଲିସର ଅଧିକ ତଦନ୍ତପରେ ଏହି ଆନ୍ତଃରାଜ୍ୟ ରାକେଟର ପର୍ଦ୍ଦାଫାସ ହେବାସହିତ ଏହି ରାକେଟ ପଛରେ ଥିବା ବଡବଡିଆଙ୍କ ଚେହେରା ସାମ୍ନାକୁ ଆସିପାରିବ । ତେବେ ପୂର୍ବରୁ ୨୦୧୯ ମସିହା ଡିସେମ୍ବର ୮ତାରିଖ ସକାଳେ ବେତନଟୀ ଢାବା ଅଞ୍ଚଳରୁ ଅନୁରୂପ ଭାବେ ପ୍ୟାକିଂ ହୋଇଥିବା ଦୁଇଟି ବଡ ଗଞ୍ଜେଇ ପ୍ୟାକେଟକେହି ଫିଙ୍ଗିଦେଇ ପଳାଇଥିବାବେଳେ ତତ୍କାଳୀନ ଆଇଆଇସି ପର୍ଶୁରାମ ସାହୁ ଜବତ କରିଥିଲେ । ପୁଣି ସମାନ ଭାବେ ପ୍ୟାକିଂ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ ଘଟଣା ପୁଲିସକୁ ସଫଲତା ଆଣିଦେଇଥିବା ବେଳେ ରାକେଟର ପର୍ଦ୍ଦାଫାସ ପାଇଁ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.