PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ପାଡୁଆ ପୋଲିସର ଗଞ୍ଜେଇ ଧରପଗଡରେ ବଡ଼ ଧରଣର ସଫଳତା : ଏକ କୋଟି ଟଙ୍କାର ଗଞ୍ଜେଇ ଜବତ, ପିକଅପ ଭ୍ୟାନ ସହ ମଟର ସାଇକେଲ ଏବଂ ମୋବାଇଲ ଜବତ, ୨ ଗିରଫ

ନନ୍ଦପୁର ୩।୮: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ପୋଲିସ କୁ ଚୋରା ଗଞ୍ଜେଇ ଚାଲାଣ ରେ ଏକ ବଡ଼ ଧରଣର ସଫଳତା ମିଳିଥିବା ଜଣାଯାଇଛି।ସୂଚନାଯୋଗ୍ୟ ଯେ ଗତ ୨.୮.୨୦୨୧ ରିଖ ଦିନ ପାହାନ୍ତିଆ ୫ ଟା ସମୟରେ ପାଡୁଆ ପୋଲିସ ପକ୍ଷରୁ ରାତ୍ର ପେଟ୍ରୋଲିଂ ସାରି ଫେରୁଥିବା ସମୟରେ ପୋଲିସ ଥାନା ନିକଟ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଛକ ନିକଟରେ ଯାନବାହନ ଚେକିଂ କରୁଥିବା ସମୟରେ ଦ୍ରୁତ ଗତିରେ ଏକ ପିକ ଅପ ଭ୍ୟାନ ଯାହାର ରେଜିଷ୍ଟ୍ରେସନ ନମ୍ବର ଓ ଡ଼ି ୧୦ ଏନ  ୯୪୦୬ ଏବଂ ମଟର ସାଇକେଲ ଯାହାର ରେଜିଷ୍ଟ୍ରେସନ ନମ୍ବର ଓ ଡ଼ି ୧୦ ଇ ୮୮୧୦ ଆଗ ପଛ ହୋଇ ଆସୁଥିବା ବେଳେ ପୋଲିସ ମଟର ସାଇକେଲ ରେ ବସିଥିବା ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ପୋଲିସ କୁ ଦେଖି ପିକ ଅପ ଭ୍ୟାନ ଡ୍ରାଇଭର ଏବଂ ଅନ୍ୟ ଜଣେ ଗାଡି ରାସ୍ତା ଉପରେ ଛାଡ଼ି ଘଟଣା ସ୍ଥଳରୁ ପାହାନ୍ତିଆ ଅନ୍ଧାର ଏବଂ ଘଞ୍ଚ ଜଙ୍ଗଲ ର ସୁଯୋଗ ନେଇ ଫେରାର ହେବାକୁ ସକ୍ଷମ ହୋଇଥିବା ଜଣାଯାଇଛି।

ପାଡୁଆ ପୋଲିସ ସଙ୍ଗେ ସଙ୍ଗେ ପିକ ଅପ ଭ୍ୟାନ ନିକଟକୁ ଆସି ଦେଖିବା ପରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜାଣି ପାରି ସଙ୍ଗେ ସଙ୍ଗେ ପିକ ଅପ ଭ୍ୟାନ କୁ ଥାନାକୁ ଆଣିଥିଲେ।ଏବଂ ମଟର ସାଇକେଲ ରେ ପାଇଲଟିଙ୍ଗ କରୁଥିବା ଦୁଇ ଜଣ ଗୁରୁ ହନ୍ତାଳ ଏବଂ ପ୍ରହଲ୍ଲାଦ ଗୋଲରି ଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଏକ ମୋବାଇଲ ଜବତ କରାଯାଇଥିଲା।ଜବତ ଗଞ୍ଜେଇ କୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ର ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।ଜବତ ଗଞ୍ଜେଇ ର ପରିମାଣ ୯୪୨ କେଜି ୫୮୦ ଗ୍ରାମ ବୋଲି ସୂଚନା ମିଳି ଥିବା ବେଳେ ଯାହାର ବଜାର ମୂଲ୍ୟ ଏକ କୋଟି ହେବ ବୋଲି ଏସ ଡ଼ି ପି ଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ପାଡୁଆ ଥାନା କେସ ନମ୍ବର ୫୬/୨୧ ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ବେଳେ ଅତି ଶୀଘ୍ର  ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ଅନ୍ୟ ମାନଙ୍କ ଗିରଫ କରାଯିବ ବୋଲି ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ ଗଞ୍ଜେଇ ପାଡୁଆ ଥାନା ଅନ୍ତର୍ଗତ ଅତଣ୍ଡା ଅଞ୍ଚଳରୁ ପାଡୁଆ ,ଚାଟୁଆ ଦେଇ ପଡୋଶୀ ଆନ୍ଧ୍ରପ୍ରଦେଶ କୁ ଚାଲାଣ ହୋଇଥାନ୍ତା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।ଏହି ଚଢ଼ାଉରେ ଆଇ ଆଇ ସି ସରୋଜ କୁମାର ମଲ୍ଲିକ ଙ୍କ ସମତେ ଏସ ଆଇ ପି.ଶତପଥି,ଏ ଏସ ଆଇ ଗୌରାଙ୍ଗ ସାହୁ,ହୋମଗାର୍ଡ ଡମ୍ବରୁ ମାଝୀ, ଡ୍ରାଇଭର ଠାକୁର ଏବଂ ଅନ୍ୟମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର