ଟୋଲ୍‌ ଗେଟ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି କାର: ୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଯାଁଳା ୨୨/୮: ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଗଙ୍ଗପଡା ଟୋଲ୍‌ଗେଟ୍‌ ଠାରୁ ଏକ ଗଞ୍ଜେଇ ଭର୍ତ୍ତି କାର ଜବତ କରିଛି ଯାଳାଁ ଫାଣ୍ଡି ପୁଲିସ । କାରରୁ ପ୍ରାୟ ୩୦ କେଜି ଗଞ୍ଜେଇ ମିଳିଛି । ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ବେପାରୀ ବିଭୂତି ଦାସ(୨୯)ଙ୍କୁ ଗିରଫ କରିଛି । ତାଙ୍କ ଘର ଜଟଣୀର ବାଛରାପାଟଣାରେ ବୋଲି ପୁଲିସ କହିଛି ।

ପୁଲିସ ସୂଚନା ମୁତାବକ, ଆଜି ଭୋର ବେଳେ ଟୋଲ୍‌ଗେଟ୍‌ ଠାରେ ବ୍ଲକିଂ ଚାଲିଥଲା । ବିଭୂତି ଖୋର୍ଦ୍ଧା ଆଡୁ କାର (ଓଆର୧୦ଡି ୧୭୧୧)ରେ ଗଞ୍ଜେଇ ନେଇ ଭୁବନେଶ୍ୱର ଯାଉଥିଲେ । ପୁଲିସଙ୍କୁ ଦେଖି ବିଭୂତି କାରକୁ ରାସ୍ତାକଡ଼ରେ ରଖି ଖସି ପଳାଉଥିଲେ । ପୁଲିସ ପିଛା କରି ବିଭୂତିଙ୍କୁ ଧରିଥିଲା । କାର ଯାଞ୍ଚ ବେଳେ ସିଟ୍‌ ତଳୁ ଓ କାର ଡିକିରୁ ଗଞ୍ଜେଇ ବାହାରିଥିଲା । ବିଭୂତି ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ କିଣି କାରରେ ଆଣୁଥିବା ପୁଲିସ କହିଛି । ଗିରଫ ପରେ ତାଙ୍କୁ ଆଜି କୋର୍ଟଚାଲାଣ କରିଛି ପୁଲିସ ।

   ସମ୍ବନ୍ଧିତ ଖବର


ସ୍ତ୍ରୀର ଜୀବନ ନେଲା ସ୍ୱାମୀ ! ନୃଶଂସ ଭାବେ କଲା ହତ୍ୟା

୧୭୦ କିଲୋ ଗଞ୍ଜେଇ ଜବତ କରି ପୋଲିସ କହିଲା ୯୨୦ ଗ୍ରାମ୍, ବାକି ସବୁକୁ ବିକ୍ରି କରି ପାଇଲେ ଲକ୍ଷାଧିକ ଟଙ୍କା

ଘନ ଅନ୍ଧାରରେ ଗହୀର ମଝିରେ ଥିବା ଏକ ବଗିଚାକୁ ନେଇ ୩ ବର୍ଷର ଝିଅର ତଣ୍ଟିଚିପି ମାରିଥିଲା ବାପା

ବୋଲେରୋ ଭିତରେ ଯୁବତୀଙ୍କୁ ଗଣବଳାତ୍କାର -୩ ବୋଲେରୋ ଚୋର ଗିରଫ

ରିୟାଙ୍କ ଡ୍ରଗ୍ସ ରଖୁଥିଲେ ରକୁଲ

ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ, ୟୁପିର ୧୧୨ ହ୍ବାଟସଆପ୍ ନମ୍ବରକୁ ଦିଆଗଲା ମେସେଜ୍