ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର : ଲମ୍ବା ଲମ୍ବା ଦାମୀ କାର । କେହି ବି ଦେଖିଲେ ବିଶ୍ୱାସ କରିବେନି, ଏଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବ । ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଚଳାଇଥିଲେ ବେଧଡ଼କ ଗଞ୍ଜେଇ ଚାଲାଣ । କନ୍ଧମାଳରୁ ଆଣି ରାଜଧାନୀରେ କାରବାର କରୁଥିଲେ । ଏଭଳି ଏକ ଚୋରା ଗଞ୍ଜେଇ ଚାଲାଣକାରୀ ର‌୍ୟାକେଟ୍‌ର ପର୍ଦ୍ଦାଫାସ୍‌ କରିଛି କମିଶନରେଟ୍‌ ପୁଲିସ । କୁଇକ୍‌ ଆକ୍ସନ୍‌ ଟିମ୍‌(କ୍ୟୁଏଟି) ଓ ତମାଣ୍ଡୋ ଥାନା ପୁଲିସ ଆଜି ଭଗବାନପୁର ଶିଳ୍ପାଞ୍ଚଳରେ ଚଢ଼ଉ କରି ୬ ନିଶା ମାଫିଆଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୩ଟି ଦାମୀ କାର୍‌, ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ, ୫୫ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ୍‌ ଜବତ କରିଛି । ଗିରଫ ୬ ଜଣ ହେଲେ କନ୍ଧମାଳର ଶିବଶମ୍ଭୁ ଦିଘଲ(୩୩), କୁନୁ ପ୍ରଧାନ(୨୫), ମଧ୍ୟମ ବେହେରା(୩୫), ଦୀପକ ବେହେରା(୩୯), ସଂଗ୍ରାମ ନାୟକ(୩୭) ଓ ପରିକ୍ଷିତ ସାହୁ(୩୬) ।

ତେବେ ଏମାନଙ୍କ ମଧ୍ୟରୁ ୨ ଜଣ ଜେଲ୍‌ରେ ସଜା କାଟୁଥିଲେ । ପାରୋଲରେ ଆସି ସେମାନେ ଗଞ୍ଜେଇ କାରବାର କରି ପୁଣି ପୁଲିସ ହାତରେ ଧରା ପଡ଼ିଛନ୍ତି । ପୁଲିସ ସୂଚନା ଅନୁଯାୟୀ, ଏହି ର‌୍ୟାକେଟ୍‌ ଦୀର୍ଘଦିନ ହେବ କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ କାରବାର କରୁଥିଲେ । ତେବେ ସେମାନେ ଦାମୀ କାର୍‌ ବ୍ୟବହାର କରୁଥିବାରୁ ପୁଲିସ କିଛି ବି ସୁରାକ ପାଉ ନଥିଲା । ଶେଷରେ କ୍ୟୁଏଟି ଏହି ଗ୍ୟାଙ୍ଗ୍‌ ବିଷୟରେ ସୁରାକ୍‌ ପାଇଥିଲା । ତେଣୁ କ୍ୟୁଏଟି କିଛିଦିନ ହେବ ଜାଲ ବିଛାଇଥିଲା । ଆଜି ନିଶା ମାଫିଆମାନେ ୩ଟି ଦାମୀ କାର୍‌ରେ ଗଞ୍ଜେଇ ଆଣି ଭଗବାନପୁର ଶିଳ୍ପାଞ୍ଚଳରେ ପହଞ୍ଚିଥିଲେ । ସେଠାରେ ଅନ୍ୟ ବେପାରୀଙ୍କୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ କ୍ୟୁଏଟି ତମାଣ୍ଡୋ ଥାନା ପୁଲିସ ସହାୟତାରେ ସେଠାରେ ଚଢ଼ଉ କରିଥିଲେ ।

   ସମ୍ବନ୍ଧିତ ଖବର


ନୟାଗଡ଼ରେ ନକଲି ନୋଟ୍‌ ଦେଇ କିଣୁଥିଲା ଗାଡ଼ି, ଧରା ପଡ଼ିଗଲା ଅଭିଯୁକ୍ତ

ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ସ୍ତ୍ରୀ ସାମ୍ନାରେ କୁକୁଡା ସହ ଯୌନସମ୍ପର୍କ ରଖି ୩ ବର୍ଷ ଜେଲ ଗଲେ ଯୁବକ, ପତ୍ନୀ ତିଆରି କରିଥିଲେ ଭିଡିଓ…

ଡାକ୍ତରଙ୍କ ବାଇକ୍‌ ବୋଲି ଅଧା ବାଟରୁ ଛାଡିଗଲା: ଚିଠି ଲେଖିଲା ‘ଆଜ୍ଞା ମତେ କ୍ଷମା କରିବେ,ଆପଣଙ୍କ ଭଳିଆ ଲୋକର ଗାଡି ଚୋରି କରି ମୁଁ ଦୁଃଖିତ’…

ରଙ୍ଗ ନମ୍ବର କେଳେଙ୍କାରୀ: ପୋଲିସ ବାବୁଙ୍କ ଲଭ୍-ସେକ୍ସ- ଧୋକ୍କା, ଯୁବତୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌