PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ବନ ବିଭାଗ କହୁଛି ଜଙ୍ଗଲ ନିଆଁ ପାଇଁ ମଣିଷଦାୟୀ- ହାତୀ ଏବେ ଗାଁ ମୁହାଁ:ନୀଳଗିରିରେ ଜଳୁଛି ତିନି କୋଶିଆ

ନୀଳଗିରି (ଆ.ପ୍ର) -ଜଳୁଛି ସଂରକ୍ଷିତ ଜଙ୍ଗଲ।ଆଉ ମୂଲ୍ୟବାନ ଗଛ ସବୁ ପୋଡି ପାଉଁଶ ପାଲଟି ଯାଉଛି । ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ବିପଦରେ ପଡିଛି । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ନୀଳଗିରି ତିନିକୋଶିଆ ସଂରକ୍ଷିତ ଜଙ୍ଗଲ କଥା।ଘଟଣା କୁ ନେଇ ବନ ବିଭାଗ ବେଶ ନାକେଦମ ହୋଇଥିବା ବେଳେ ଆଜି ଗୋଟିଏ ଦନ୍ତାହାତୀ ଗାଁ କୁ ପଶି ଆତଙ୍କ ଚଳାଇଛି । ସେପଟେ ସିମୁଳିପାଳ ରେ ନିଆଁ ଲାଗିଛି ଏପଟେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ତିନିକୋଶିଆ ଜଳୁଛି।ଫଳରେ ଜନବସତି ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ।ଆଉ ନିଆଁ ଲିଭାଇବା ପାଇଁ ନାକେଦମ ହେଲେଣି ବନବିଭାଗ । ବନ ବିଭାଗର ଅଧିକାରୀ ଜଙ୍ଗରେ ନିଆଁ ଲାଗିବା ପାଇଁ ମଣିଷକୁ ଦାୟୀ କରିଛନ୍ତି ।

ଗୁରୁବାର ଭୋର ସମୟରେ ତିନି କୋଶିଆ ସଂରକ୍ଷିତ ଜଙ୍ଗଲ ସହ ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି । କୂଳଡିହା ଅଭୟାରଣ୍ୟରେ ମଧ୍ୟ କିଛି ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି । କୂଳଡିହା ଅଭୟାରଣ୍ୟ ଶିମିଳିପାଳକୁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରାନଗଲେ ଭୟଙ୍କର ପରିସ୍ଥିତି ଉପୁଯିବ ବୋଲି ଆଶଙ୍କା କରାଯାଉଛି । ନିଆଁ ଭୟରେ ଭାଲୁ ଓ ହାତୀ ଜନବସତି ମୁହାଁ ହୋଇଛନ୍ତି । ଗତକାଲି ନୀଳଗିରି ସହରରେ ଭାଲୁ ଘୁରିବୁଲୁଥିବା ବେଳେ ଗୁରୁବାର ତେରଲଡ଼ିହି ଅଞ୍ଚଳରେ ଦନ୍ତାହାତୀ ଗାଁକୁ ପଶି ଉପଦ୍ରଵ କରିଥିଲା । ଫଳରେ ଅଂଚଳରେ ଆତଙ୍କ ଖେଳି ଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ଦମକଳ ବାହିନୀଙ୍କ ସହାୟତାରେ ନିଆଁ କୁ ଆୟତ୍ତ କରିଥିଲେ । ତଳେ ପଡିଥିବା ଶୁଖିଲା ପତ୍ରକୁ ଫାୟାର ବ୍ଲୋର ମେସିନ ସାହାଯ୍ୟରେ ଅଲଗା କରି ନିଆଁ କିପରି ଆଗକୁ ଯାଇପାରିବ ନାହିଁ ଏନେଇ ବନ କର୍ମଚାରୀ ଲାଗିପଡିଛନ୍ତି । ସଜନାଗଡ଼ ଫରେଷ୍ଟର ଶ୍ରୀଧର ଲେଙ୍କା କିଛି ବନ କର୍ମଚାରୀ ଙ୍କୁ ଧରି ନିଆଁ କିପରି ଆଗକୁ ଯାଇ ନପାରିବ ସେଥିପାଇଁ ଉଦ୍ୟମ କରିଛନ୍ତି ।ଏପରିକି ଦନ୍ତାହାତୀ ଗାଁକୁ ପଶି ଯେପରି ଫସଲ ଓ ବାସଗୃହ ହାନୀ ନକରେ ଏନେଇ ଗ୍ରାମବାସୀ ବନ ବିଭାଗକୁ ତାଗିଦ କରିଛନ୍ତି । ସେପଟେ ନିଆଁ ଲାଗିବାର କାରଣ ମନୁଷ୍ୟକୃତ ହୋଇଥିବା ବେଳେ ବନବିଭାଗ କୁ ବଦନାମ ପାଇଁ ଏଭଳି ଘଟୁଥିବା ରେଞ୍ଜର ମନ୍ବର ଖାଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର