PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଗଦିର ସ୍ପଞ୍ଜ ବ୍ୟବହାର କରାଯାଇ ମରୁଭୂମିରେ ସୃଷ୍ଟି ହେଉଛି ବଗିଚା

ନୁଆଦିଲ୍ଲୀ ୧୪/୨: ପୁରୁଣା ଓ ପରିତ୍ୟକ୍ତ ଗଦି ଏବେ ମୃତ୍ତିକାର ବିକଳ୍ପ ହୋଇଛି । ମରୁଭୂମି ଅଞ୍ଚଳରେ ଔଷଧୀୟ ଓ ପରିବା ଗଛ ଲଗାଇବା କ୍ଷେତ୍ରରେ ଶରଣାର୍ଥୀଙ୍କ ପାଇଁ ଏହା ବରଦାନ ଭାବେ କାମ କରୁଛି । ଶେଫିଲ୍ଡ ୟୁନିଭର୍ସିଟିର ହାଇଡ୍ରୋପୋନିକ୍ସ ବିଶେଷଜ୍ଞମାନଙ୍କର ଏକ ଦଳ ଜୋର୍ଡାନଠାରେ ଶରଣାର୍ଥୀଙ୍କ ସହ ମିଶି ଗଦିରୁ ସ୍ପଞ୍ଜ ବ୍ୟବହାର କରି ମରୁଭୂମିରେ ବଗିଚା ସୃଷ୍ଟି କରୁଛନ୍ତି । ଏହି ପରିତ୍ୟକ୍ତ ସ୍ପଞ୍ଜ ମରୁ ଅଞ୍ଚଳରେ ବୈପ୍ଳବିକ ସବୁଜିମା ଆଣିବ ବୋଲି ସେମାନେ ଆଶା କରୁଛନ୍ତି । ପ୍ରଫେସର ଟୋନି ର‌୍ୟାନ୍‌ଙ୍କ ନେତୃତ୍ୱାଧୀନ ଗବେଷକମାନଙ୍କର ଏକ ଦଳ ଜାତାରି ଶରଣାର୍ଥୀ କ୍ୟାମ୍ପ ବାସିନ୍ଦାଙ୍କ ସହ ମିଶି ଗୋଲମରିଚ, ଟମାଟୋ, ବାଇଗଣ ଓ ପୋଦିନା ଆଦି ଗଛ ଲଗାଇଛନ୍ତି । ଗଦିର ସ୍ପଞ୍ଜ ଗଛ ମୂଳକୁ ଧରି ରଖିବାରେ ସହାୟକ ହେଉଛି ଫଳରେ ଆବଶ୍ୟକ ପାଣି ଓ ପବନ ପାଇ ଗଛ ବଢୁଛି ।

ଏହି ପ୍ରକ୍ରିୟାରେ ସ୍ପଞ୍ଜରେ ମଞ୍ଜି ପୋତିବା ପରେ ତା’ରି ମଧ୍ୟରେ ଗଛ ବଢୁଛି । ପ୍ରଫେସର ର‌୍ୟାନ୍‌ କହନ୍ତି, ମରୁ ଅଞ୍ଚଳରେ ଲକ୍ଷାଧିକ ଲୋକଙ୍କୁ ଏହି କୌଶଳରେ ପ୍ରସ୍ତୁତ ବଗିଚା ବିଶେଷ ସହାୟକ ହେବ । ସହାୟତା କର୍ମୀ ଶରଣାର୍ଥୀ କ୍ୟାମ୍ପରେ ଛାଡ଼ିଯାଇଥିବା ଗଦିର ସ୍ପଞ୍ଜକୁ ବଗିଚା ସୃଷ୍ଟିରେ ଲଗାଉଛନ୍ତି । ଗବେଷକମାନେ ଶେଫିଲ୍ଡ ୟୁନିଭର୍ସିଟି ଓ ଗ୍ରାନ୍‌ଥାମ ସେଣ୍ଟର ଫର ସଷ୍ଟେନେବଲ ଫୁଡ୍‌ରେ ସେମାନଙ୍କ ଲ୍ୟାବ୍‌ ଆଧାରିତ ହାଇଡ୍ରୋପୋନିକ୍ସ ଏକ୍ସପେରିମେଣ୍ଟରେ ଗଛ ମୂଳକୁ ଧରି ରଖିବା ନିମିତ୍ତ ସ୍ପଞ୍ଜ ପ୍ରୟୋଗ କରୁଛନ୍ତି । ଗବେଷକମାନେ କାମ କରୁଥିବା ଶରଣାର୍ଥୀ କ୍ୟାମ୍ପରେ ଅଧିକାଂଶ ଶରଣାର୍ଥୀଙ୍କର କୃଷି କ୍ଷେତ୍ରରେ ଅନୁଭବ ଅଛି । ସେମାନେ ଗବେଷକଙ୍କଠାରୁ ପ୍ରଶିକ୍ଷଣ ପାଇ ନିଜ ବୁଦ୍ଧିରେ ଗଛ ବଢ଼ାଇବାରେ ସଫଳ ହୋଇଛନ୍ତି । ପୁନଃନବୀକୃତ ଉପକରଣ ସାହାଯ୍ୟରେ ମରୁ ଅଞ୍ଚଳରେ ସବୁଜିମା ସୃଷ୍ଟି କରିବା ଭଳି ଏକ ଦୁଃସାଧ୍ୟ କାର୍ଯ୍ୟକୁ ସେମାନେ ମିଳିତ ଭାବେ ସମ୍ପାଦନ କରିଛନ୍ତି । ଅକ୍ଳାନ୍ତ ପରିଶ୍ରମରେ ସୃଷ୍ଟି କରିଛନ୍ତି ଡେଜର୍ଟ ଗାର୍ଡେନ୍‌ ବା ମରୁଭୂମି ଉଦ୍ୟାନ । ଏହି ଅଭିଯାନକୁ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପର ରୂପ ଦେବାକୁ ସେମାନେ ଚାହାନ୍ତି ।

ସମ୍ବନ୍ଧିତ ଖବର