PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଶସ୍ତା ହୋଇଗଲା ଗ୍ୟାସ୍ ସିଲିଣ୍ଡର, ଜୁନରେ ବୁକିଂ କରିବା ପୂର୍ବରୁ ଜାଣି ରଖନ୍ତୁ ଦାମ୍

ନୂଆଦିଲ୍ଲୀ ୧/୬: ଏଲପିଜି ଗ୍ରାହକଙ୍କ ପାଇଁ ବଡ ଖବର । ୧ ଜୁନରେ ସରକାରୀ ତେଲ କମ୍ପାନୀମାନେ ଗ୍ୟାସ୍ ସିଲିଣ୍ଡରର ଦାମ ହ୍ରାସ କରିଛନନ୍ତି । ଆଇଓସି ୧୯ କି.ଗ୍ରା କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ଦାମରେ ଖାଉଟିଙ୍କୁ ଆଶ୍ୱସ୍ତି ଦେଇଛି । ତେବେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇନି । ଲଗାତର ତୃତୀୟ ଦିନ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ ସ୍ଥିର ରହିଛି । ନା ଦାମ୍ ବଢିଛି ନା କମିଛି । କହିରଖୁଛୁ ୧୯ କି.ଗ୍ରା ସିଲିଣ୍ଡର ଦାମ୍ ଏହା ପୂର୍ବରୁ ମେ ମାସରେ ହ୍ରାସ କରାଯାଇଥିଲା ।

ଆଇଓସିର ୱେବସାଇଟ ଅନୁସାରେ ଦିଲ୍ଲୀରେ ୧ ଜୁନରୁ ୧୯ କି.ଗ୍ରା କମର୍ସିଆଲ ସିଲିଣ୍ଡର ଦାମରେ ୧୨୨ ଟଙ୍କାର ହ୍ରାସ କରାଯାଇଛି । ଏହା ପରେ ଏହାର ଦାମ୍ ୧୪୭୩.୫୦ ଟଙ୍କା ପ୍ରତି ସିଲିଣ୍ଡର ରହିଛି । ସେହିଭଳି ମେ ମାସରେ ଏହାର ରେଟ୍ ୧୫୯୫.୫୦ ଟଙ୍କା ଥିଲା । ସରକାରୀ ପେଟ୍ରୋଲିୟମ କମ୍ପାନୀମାନେ ମେ ମାସରେ ୧୯ କି.ଗ୍ରା କମର୍ସିଆଲ ସିଲିଣ୍ଡର ଦାମ୍ ୪୫.୫୦ ଟଙ୍କା ହ୍ରାସ କରିଥିଲେ ।

କମର୍ସିଆଲ ଏଲପିଜି ସିଲିଣ୍ଡର ଦାମରେ ୧୨୨ ଟଙ୍କା ହ୍ରାସ କରାଯାଇଛି । ଏହା ପରେ ଏହାର ଦାମ୍ ୧୪୭୩.୫୦ ଟଙ୍କା ପ୍ରତି ସିଲିଣ୍ଡର ରହିଛି । ସେହିଭଳି ମେ ମାସରେ ଏହାର ଦାମ୍ ୧୫୯୫.୫୦ ଟଙ୍କା ରହିଥିଲା । ମେରେ ସରକାରୀ ପେଟ୍ରୋଲିୟମ କମ୍ପାନୀମାନେ ୧୯ କିଗ୍ରା କମର୍ସିଆଲ ସିଲିଣ୍ଡର ଦାମ୍ ୪୫.୫୦ ଟଙ୍କା ହ୍ରାସ କରିଥିଲେ ।କହିରଖୁଛୁ ଦିଲ୍ଲୀରେ ୧୪.୨ କିଲୋର ସିଲିଣ୍ଡର ଦାମ୍ ୮୦୯ ଟଙ୍କା, କୋଲକାତାରେ ୮୩୫.୫ ଟଙ୍କା, ମୁମ୍ବାଇରେ ୮୦୯ ଟଙ୍କା ଓ ଚେନ୍ନାଇରେ ୮୨୫ ଟଙ୍କା ରହିଛି ।

କହିରଖୁଛୁ ଇଣ୍ଡେନ କମ୍ପାନୀର କଷ୍ଟମର ଏଲପିଜି ଗ୍ୟାସ୍ ସିଲିଣ୍ଡରର ବୁକିଂ ୭୭୧୮୯୫୫୫୫୫ରେ କଲ୍ କରି କରିପାରିବେ । ଏହା ବ୍ୟତୀତ ହ୍ୱାଟ୍ସଆପରେ REFILL  ଲେଖି ୭୫୮୮୮୮୮୮ରେ ହ୍ୱାଟ୍ସଆପ୍ କରିପାରିବେ । ଗ୍ରାହକଙ୍କୁ ଧ୍ୟାନ ରଖିବାକୁ ପଡିବ ଯେ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ହିଁ ହ୍ୱାଟ୍ସଆପ୍ କରାଯିବ ।

ସମ୍ବନ୍ଧିତ ଖବର