PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ରାଜପଥରେ ଓଲଟିଲା ଆମୋନିଆ ଗ୍ୟାସ୍‌ ଟ୍ୟାଙ୍କର୍‌, ୨ଜଣ ଆହତ

ଛତ୍ରପୁର/ଗଞ୍ଜାମ ୦୨/୦୩: ଗଞ୍ଜାମ ସହର ନିକଟ ସୂର୍ଯ୍ୟନାରାୟଣପୁର ଏବଂ ଲକ୍ଷ୍ମୀପୁର ମଧ୍ୟବର୍ତ୍ତୀ ଜାତୀୟ ରାଜପଥ-୧୬ରେ ଆମୋନିଆ ଗ୍ୟାସ୍‌ ଟ୍ୟାଙ୍କର୍‌ ସୋମବାର ଅପରାହ୍ଣ ପ୍ରାୟ ୫ଟାରେ ଓଲଟି ପଡ଼ିଛି । ଏଥିରେ ଡ୍ରାଇଭର୍‌ ସମୀର ଦାଦାଉ, ସାମାନ୍ୟ ଆହତ ହୋଇଛନ୍ତି । ଦୁଇ ହେଲ୍‌ପର୍‌ ମୁକେଶ ଖାନା, ସୁରେନ୍ଦ୍ର ନାଥଙ୍କୁ ଗଞ୍ଜାମ ଥାନା ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।

ପାରାଦ୍ୱୀପରୁ ବିଶାଖାପାଟଣା ଆମୋନିଆ ଗ୍ୟାସ୍‌ ବୋଝେଇ କରି ଟ୍ୟାଙ୍କର୍‌ଟି ଯାଉଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର୍‌ରୁ ଗ୍ୟାସ ଲିକ୍‌ କରୁଛି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନଥିବା କହିଛନ୍ତି ଗଞ୍ଜାମ ବିଡିଓ ବିଶ୍ୱଜିତ ରାୟ। ତଥାପି ସମସ୍ତ ପ୍ରତିକାର ପଦକ୍ଷେପ ନିଆଯାଇଛି । ଦୁର୍ଘଟଣା ପରେ ବ୍ରହ୍ମପୁରରୁ ଭୁବନେଶ୍ୱର ପଟକୁ ଜାତୀୟ ରାଜପଥର ଗୋଟିଏ ପାଖ ରାସ୍ତାରେ ଛୋଟ ଛୋଟ ଗାଡିମୋଟର ଯାତାୟାତ କରୁଛି ।

ଅପରପକ୍ଷରେ ଭୁବନେଶ୍ୱର ପଟୁ ଆସୁଥିବା ଛୋଟ ଛୋଟ ଗାଡ଼ି ବଟେଶ୍ୱର ରାସ୍ତା ଦେଇ ଗୋଖରକୁଦା ରୋଡ୍‌ରେ ଜାତୀୟ ରାଜପଥର ପୁଇଁତଳା ଠକକୁ ବାହାରିବେ । ବଡ଼ ବଡ଼ ଗାଡ଼ି ସବୁକୁ ହୁମ୍ମାଠାରୁ ଭାୟା ପୁରୁଷୋତ୍ତମପୁର-ଜଗନ୍ନାଥପୁର ଦେଇ ଜାତୀୟ ରାଜପଥକୁ ଟ୍ରାଫିକ୍‌ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଛି। ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗ୍ରାସୀମ କେମିକାଲନ୍ସ ସୁରକ୍ଷା ଟିମ, ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିଛନ୍ତି ।