ଅନ୍ୟ ପାଇଁ ଗାତ ଖୋଳିଥିଲେ, ନିଜେ ଫସିଲେ- ସୁପାରୀ ଦେଇଥିବା ନେଇଥିବା ଲୋକ ଏବେ ପୁଲିସ ହାତରେ

ଖୋର୍ଦ୍ଧା: ସଦରଥାନା ଅନ୍ତର୍ଗତ ଦଲେଇପୁଟ ଗ୍ରାମରେ ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ୩ଥର ବୋମାମାଡ଼ ଘଟଣାରେ ପୁଲିସ ଦୁଇ ସୁପାରୀ କିଲର ସମେତ ଅନ୍ୟ ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି । ପୂର୍ବ ଘଟଣାରେ ଦଲେଇପୁଟ ଗ୍ରାମର କାଳୁ ବେହେରା ନାମକ ଜଣେ ଯୁବକଙ୍କୁ ବୋମାମାଡ଼ କରିବା ଅଭିଯୋଗରେ ପୁଲିସ ଗିରଫ କରିଥିଲା । ତେବେ ଅନ୍ୟକୁ ଫସାଇବାକୁ ଗାତ ଖୋଳିଥିବା ଅଭିଯୋଗକାରୀ ଶେଷରେ ଫସିଥିବା ସଦର ପୁଲିସ ସୂଚନା ଦେଇଛି ।

ଘଟଣାରୁ ଜଣାଯାଇଛି ଯେ, ସଦରଥାନା ଅନ୍ତର୍ଗତ ଦଲେଇପୁଟ ଗ୍ରାମରେ ଏକ ସରକାରୀ ଜମି ଉପରେ ହୃଦାନନ୍ଦ ସ୍ୱାଇଁ ଗୃହ ନିର୍ମାଣ କରି ବସବାସ କରୁଛନ୍ତି । କିନ୍ତୁ ଉକ୍ତ ସରକାରୀ ଜମିକୁ ନେଇ ହୃଦାନନ୍ଦ ଏବଂ ପଡ଼ୋଶୀ ପ୍ରଭାସ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ତେବେ ସଦରଥାନା ଅଧିକାରୀ ଅନୀତା ସାହୁଙ୍କ କହିବା ଅନୁସାରେ ବିବାଦର ସମାଧାନ ଅପେକ୍ଷା ହୃଦାନନ୍ଦ ପଡ଼ୋଶୀ ପ୍ରଭାସ ଏବଂ ତାଙ୍କୁ ସମର୍ଥନ କରୁଥିବା ଗ୍ରାମବାସୀଙ୍କ ମୁହଁ ବନ୍ଦ କରିବାକୁ ଖୋର୍ଦ୍ଧା ଅଞ୍ଚଳର ଦୁଇ ଦୁର୍ବୃତ୍ତଙ୍କୁ ୧୦ ହଜାର ଟଙ୍କା ସୁପାରୀ ଦେଇଥିଲେ । ତେବେ ସୁପାରୀ ନେଇଥିବା ଦୁଇ ଦୁର୍ବୃତ୍ତଙ୍କ ତୁଳନାରେ ହୃଦାନନ୍ଦଙ୍କ ବିରୋଧୀ ସଂଖ୍ୟା ଅଧିକା ହୋଇଥିବାରୁ ସେମାନେ ଆକ୍ରମଣ କରିବାକୁ ସାହାସ ଜୁଟାଇ ପାରି ନ ଥିଲେ । ତେଣୁ ବାଧ୍ୟହୋଇ ହୃଦାନନ୍ଦ ଦେଇଥିବା ୧୦ ହଜାର ଟଙ୍କା ଫେରାଇଦେବାକୁ କହିଥିଲେ । କିନ୍ତୁ ସୁପାରୀ ନେଇଥିବା ଦୁର୍ବୃତ୍ତ ପାଞ୍ଚ ହଜାର ଖର୍ଚ୍ଚ କରିଦେଇଥିବା ହୃଦାନନ୍ଦଙ୍କୁ କହିବା ସମେତ ଅବଶିଷ୍ଟ ଟଙ୍କା ଫେରାଇବାକୁ କହିଥିଲେ । ମାତ୍ର ଦୁର୍ବୃତ୍ତଙ୍କ କଥାରେ ହୃଦାନନ୍ଦ ଅମଙ୍ଗ ହେବାରୁ ଦୁର୍ବୃତ୍ତ ଦୁହେଁ ତାଙ୍କ ବିରୋଧି କ୍ୟାମ୍ପରେ ଯୋଗଦାନ କରିଥିଲେ । ଏହା ପରେ ଗତ ୧୧ ତାରିଖରେ ହୃଦାନନ୍ଦଙ୍କ ଘର ଉପରେ କେତକ ଦୁର୍ବୃତ୍ତ ବୋମାମାଡ଼ କରିଥିଲେ । ହୃଦାନନ୍ଦଙ୍କ ଅଭିଯୋଗ କ୍ରମେ ପୁଲିସ ଦଲେଇପୁଟ ଗ୍ରାମର କାଳୁ ବେହେରା ଓ ପ୍ରଭାସ ସାମନ୍ତରାୟ ନାମରେ ୧୩୮/୨୦ରେ ଏକ ମାମଲା ରୁଜୁ କରିଥିଲା । ସେହିପରି ଆଉ ଥରେ ତାଙ୍କ ଘର ଉପରେ ବୋମାମାଡ଼ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ତେବେ ଦୁଇଦୁଇ ଥର ବୋମାମାଡ଼ ହେବା ପରେ ହୃଦାନନ୍ଦଙ୍କ ଘରେ ପୁଲିସ ମୁତୟନ ହୋଇଥିଲେ । ଗତକାଲି ପୁଲିସ ଉପସ୍ଥିତିରେ ପୁନର୍ବାର ହୃଦାନନ୍ଦ ଘର ଉପରେ ବୋମାବର୍ଷା ହୋଇଥିଲା । ପୁଲିସ ଏ ଘଟଣାରେ ମଧ୍ୟ ଅନ୍ୟ ଏକ ପୃଥକ ମାମଲା ରୁଜୁ କରିଥିବାବେଳେ ବୋମାମାଡ଼ ଘଟଣା ପଛରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୃଦାନନ୍ଦ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ପ୍ରଭାସ ଏବଂ ତାଙ୍କର ସମର୍ଥକଙ୍କୁ ଫସାଇବାକୁ ହୃଦାନନ୍ଦ ଖୋଳିଥିବା ଗାତରେ ନିଜେ ପଡିଛନ୍ତି ।

   ସମ୍ବନ୍ଧିତ ଖବର


ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ବିଲୁଆ, ହରିଆ ଏବଂ ବାଦଲକୁ ଗିରଫ କଲେ କମିଶନରେଟ୍‌ ପୋଲିସ- ବନ୍ଧୁକ ଧରି କରୁଥିଲେ ଡକାୟତି ଯୋଜନା, ୩ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

ଚଳନ୍ତା ଟ୍ରେନ୍‌ର ବାଥରୁମ୍‌‌ରେ ନାବାଳିକଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ସମ୍ରାଟ: ଯୌନ ପିପାଷୁ ଠିକାଦାରକୁ ବାନ୍ଧିଲା ଜିଆର୍‌ପି