ମହାଶୟ ଧର୍ମପାଲ ଗୁଲାଟି ଓ ଗୌତମ ଗମ୍ଭୀରଙ୍କୁ ରାଷ୍ଟ୍ରପତି ପ୍ରଦାନ କଲେ ପଦ୍ମ ପୁରସ୍କାର, ଓଡିଶାରୁ ୩ ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ,୧୬।୩: ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ୧୧୨ଜଣଙ୍କୁ ଚୟନ କରାଯାଇଥିଲା। ଯାହାର ଘୋଷଣା ଗଣତନ୍ତ୍ର ଦିବସରେ କରାଯାଇଥିଲା। ଆଜି ପଦ୍ମ ପୁରସ୍କାର ପାଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାର ତିନି ଜଣ ରହିଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ଗତ ୧୧ ତାରିଖରେ ୫୬ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଆଜି ପଦ୍ମ ପୁରସ୍କାରର ଦ୍ବିତୀୟ ପର୍ଯ୍ୟାୟ ରହିଥିଲା।
President Kovind presents Padma Bhushan to Mahashay Dharampal Gulati for Trade & Industry. He is the Chairman of ‘Mahashian Di Hatti’ (MDH) and an icon in the Indian food industry pic.twitter.com/I109601WsI
— President of India (@rashtrapatibhvn) March 16, 2019
ଆଜି ରାଷ୍ଟ୍ରପତି କୋବିନ୍ଦ ଲୋକ ଗାୟକ ତିଜନ ବାଇଙ୍କୁ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଛନ୍ତି। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାର ବୈଜ୍ଞାନିକ ନମ୍ବି ନାରାୟଣଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି। ଏମଡିଏଚ କମ୍ପାନୀର ସିଇଓ ମହାଶୟ ଧର୍ମପାଲ ଗୁଲାଟୀଙ୍କୁ ରାଷ୍ଟ୍ରପତି ବ୍ୟାପାର ଓ ଉଦ୍ୟୋଗ-ଖାଦ୍ୟ ପ୍ରସଂସ୍କରଣ କ୍ଷେତ୍ରରେ କାମ କରିବା ପାଇଁ ଏବଂ ମାଉଣ୍ଟ ଏଭରେଷ୍ଟ ଉପରେ ବିଜୟ କରିଥିବା ପର୍ବତାରୋହୀ ବଛେନ୍ଦ୍ରୀ ପାଲଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରିଛନ୍ତି।
President Kovind presents Padma Shri to Shri Manoj Bajpayee for Art (Cinema). A renowned film actor, he is known for his versatile roles and has worked in more than 60 films pic.twitter.com/m0fmuIDwe7
— President of India (@rashtrapatibhvn) March 16, 2019
ବଲିଉଡ଼ ଅଭିନେତା ମନୋଜ ବାଜପାୟୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଭାରତୀୟ ଫୁଟବଲ ଖେଳାଳୀ ସୁନିଲ ଛେତ୍ରୀ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । କଳା,ସଙ୍ଗୀତ ଓ ତବଲା କ୍ଷେତ୍ରରେ ପାରଦର୍ଶିତା ଥିବାରୁ ସ୍ୱପ୍ନ ଚୈାଧୁରୀ ପଦ୍ମଶ୍ରୀ ମିଳିଛି।ଲକ୍ଷ୍ୟ ଭେଦରେ ଯୋଗଦାନ ଓ ଭଲ ପ୍ରଦର୍ଶନ ପାଇଁ ବମ୍ବେୱାଲା ଦେବୀ ଲେଶରାମଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି । ଭାରତୀୟ କ୍ରିକେଟ ଟିମର ପ୍ରଥମ ଓପନର ଭାବେ ଗୈାତମ ଗମ୍ଭୀରଙ୍କୁ ପଦ୍ମଶ୍ରୀ ପୁରସ୍କାର ଦ୍ୱାରା ସମ୍ମାନୀତ କରଯାଇଛି । ସାର୍ବଜନିନ ମହଲରେ ଯୋଗଦାନ କାରଣରୁ ଏଚଏସ ଫୁଲକାଙ୍କୁ ଏହି ସମ୍ମାନ ମିଳିଛି । ଭାରତୀୟ ବାସକେଟ ବଲ ଖେଳାଳୀ ପ୍ରଶାନ୍ତି ସିଂହ ମଧ୍ୟ ପଦ୍ମଶ୍ରୀ ପାଇଛନ୍ତି।

source: http://newsodisha.in
ଓଡିଶାର ୩ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି । ସମାଜସେବା ପାଇଁ କେନ୍ଦୁଝରର ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି । ପାହାଡ କାଟି କ୍ଷେତକୁ ପାଣି ଯୋଗାଇବାରେ ସଫଳ ହୋଇଥିଲେ ଦୈତାରୀ । କୃଷି କ୍ଷେତ୍ରରେ ଅବଦାନ ପାଇଁ କୋରାପୁଟର କମଳା ପୁଜାରୀଙ୍କୁ ମିଳିଛି ପଦ୍ମଶ୍ରୀ । ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ କରି ପ୍ରଶଂସା ସାଉଁଣ୍ଟିଥିଲେ କୋରାପୁଟର କମଳା ପୂଜାରୀ। ସମାଜସେବା ପାଇଁ କଟକର ଡି.ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି। ସେ ତାଙ୍କ ଚା ଦୋକାନ ଟଙ୍କାରେ ବସ୍ତି ପିଲାଙ୍କୁ ପାଠ ପଢାଇ ମହନୀୟତା ଦେଖାଇଛନ୍ତି।