ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

୮୩ଟି ଲ୍ୟାଣ୍ଡମାଇନକୁ ନଷ୍ଟକଲା ସିଆରପିଏଫ୍, ସୁରକ୍ଷାକର୍ମୀଙ୍କ ବଡ଼ ଧରଣର କ୍ଷତି କରିବା ଯୋଜନାରେ ଥିଲେ ମାଓବାଦୀ

ଗୟା,୨୭।୨: ବିହାରର ଗୟା ଜିଳ୍ଳାରେ ଶୁକ୍ରବାର କୋବ୍ରା ୨୦୫ ଓ ସିଆରପିଏଫ୍ ୧୫୯ ଏବଂ ୪୭ ବାଟାଲାୟନର ଯବାନ ମିଳିତ ଭାବରେ ଅଭିଯାନ ଚଳାଇଥିଲେ। ଏହି ସମୟରେ ଯବାନମାନେ ନକ୍ସଲ ପ୍ରଭାବିତ ଅଞ୍ଚଳ ଡୁମରିୟା ବ୍ଲକର ଚକରବନ୍ଧାରେ ଥିବା ଲ୍ୟାଣ୍ଡମାଇନକୁ ନଷ୍ଟ କରିଦେଇଛନ୍ତି। କୁହାଯାଉଛି ଯେ, ମାଓବାଦୀମାନେ  ଢକପହାଇ, ସାଗରପୁର ଏବଂ ଖଜୌତିୟା ଯିବାକୁ ଥିବା ରାସ୍ତାରେ ଲ୍ୟାଣ୍ଡମାଇନ୍ ବିଛାଇ ରଖିଥିଲେ। ଏହାଛଡା ମାଓବାଦୀମାନେ ସାଗରପୁରରୁ ଦେଢ କିଲୋମିଟର ଦକ୍ଷିଣ ଏବଂ ଠକପ୍ରହରୀରୁ ଦେଢ କିଲୋମିଟର ଉତ୍ତର ପୂର୍ବ ଔରଙ୍ଗାବାଦ ଜିଲ୍ଳାର ମଦନପୁର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରାୟ ୧୫୦ ମିଟରରେ ମୋଟ ୮୩ ଟି ଲ୍ୟାଣ୍ଡମାଇନ୍ ବିଛାଇ ରଖିଥିଲେ, ଏହାକୁ ଯବାନମାନେ ନଷ୍ଟ କରିଦେଇଛନ୍ତି।

ମାଓବାଦୀଙ୍କ ଦ୍ବାରା ଲଗାଯାଇଥିବା ଲ୍ୟାଣ୍ଡମାଇନରେ ତିନୋଟି ଆଇଆଇଡି ୨୦ କିଲୋଗ୍ରାମ, ୭୧ ଆଇଇଡି ୧୦ କିଲୋ ଓ ୯ ଆଇଇଡଇ ୫ କିଲୋଗ୍ରାମ ସହିତ ୮୧୫ କିଲୋଗ୍ରାମ ବିସ୍ପୋରକ ବାରୁଦର ବ୍ୟବହାର କରାଯାଇଥିଲା।  ସମସ୍ତ ଆଇଇଡିକୁ ସିରିଜରେ ଲଗାଯାଇଥିଲା, ଯାହାଫଳରେ ପୋଲିସ, ସିଆରପିଏଫ୍ ଓ କୋବ୍ରା ଯବାନଙ୍କ  କ୍ଷତି କରିହେବ। ମାଓବାଦୀମାନେ ତାଙ୍କର ଏହି ଯୋଜନାରେ ସଫଳ ହୋଇଥିଲେ ବହୁ ପରିମାଣରେ ସୁରକ୍ଷାକର୍ମୀଙ୍କର କ୍ଷତି ହୋଇଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.