ନବୀନ ନିବାସରେ ପହଞ୍ଚିଲେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା

ଭୁବନେଶ୍ୱର ୧୭/୩: ନବୀନ ନିବାସରେ ପହଞ୍ଚିଛନ୍ତି ନବୀନଙ୍କ ଭଉଣୀ ତଥା ଲେଖିକା ଗୀତା ମେହଟ୍ଟା । ତାଙ୍କ ସହ ତାଙ୍କ ସ୍ବାମୀ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି । ନିର୍ବାଚନ ପାଇଁ ଏବେ ଟିକେଟ କସରତ ଚାଲିଥିବା ବେଳେ ଗୀତା ନବୀନ ନିବାସରେ ପହଞ୍ଚିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରାର୍ଥୀ ଚୟନ ଓ ଟିକେଟ ବଣ୍ଟନରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଚର୍ଚ୍ଚା ହେଉଛି ।
ତେବେ ଆଜି ମଧ୍ଯ ନବୀନ ନିବାସରେ ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଖାସ୍ କରି ନବୀନ ନିବାସରେ ଆଜି ପଶ୍ଚିମଓଡିଶାର ନେତାଙ୍କ ଭିଡ ଜମିଥିଲା । ନବୀନ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢନ୍ତୁ ବୋଲି ତାଙ୍କୁ ଅନୁରୋଧ କରିଥିଲେ ନେତା ଓ ସମର୍ଥକ । ତେବେ ଏନେଇ ନବୀନ କିଛି ନିଷ୍ପତ୍ତି ନେଇନାହାନ୍ତି ।