‘ପଦ୍ମ’ ପ୍ରତ୍ୟାଖ୍ୟାନ କଲେ ଗୀତା ମେହେଟ୍ଟା, ନିିର୍ବାଚନ ସମୟରେ ସମ୍ମାନ ଗ୍ରହଣ କରିବା ଠିକ୍‌ ହେବନି

ଭୁବନେଶ୍ୱର,୨୭ ।୧(ବ୍ୟୁରୋ): ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଛନ୍ତି ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା । ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ ବୋଲି ଭାରତ ସରକାର ବିଜ୍ଞପ୍ତି ଜାରି କରିଥିଲେ । ମାତ୍ର ନ୍ୟୁୟର୍କରୁ ଗୀତା ଏକ ପ୍ରେସ୍‌ ବିବୃତି ଜାରି କରି ଦର୍ଶାଇଛନ୍ତି, ଭାରତ ସରକାର ମୋତେ ଏ ସମ୍ମାନ ପାଇଁ ଯୋଗ୍ୟ ମନେ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । କିନ୍ତୁ ବର୍ତ୍ତମାନର ସମୟକୁ ଦୃଷ୍ଟିରେ ରଖି ମୁଁ ଏ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିବାକୁ ବାଧ୍ୟ ହେଉଛି । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ଏଭଳି ସମ୍ମାନଜନକ ସମ୍ମାନ ଗ୍ରହଣ କଲେ ଭିନ୍ନ ଅର୍ଥ ବାହାରିପାରେ । ହୁଏତ ଏହା ଉଭୟ ଭାରତ ସରକାର ଓ ମୋ ପାଇଁ ଲଜ୍ଜାଜନକ ପରସ୍ଥିତି ଆଣିପାରେ ।
ଉଲ୍ଲେଖଯୋଗ୍ୟ, ଗୀତାଙ୍କ ଏ ପୁରସ୍କାର ପ୍ରତ୍ୟାଖ୍ୟାନକୁ ନେଇ ରାଜନୀତି ମଧ୍ୟ ତେଜିଛି । ବିଜେପି ଏହା ରାଷ୍ଟ୍ର ପ୍ରତି ଅପମାନ ବୋଲି କହିଥିବା ବେଳେ ଏହା ପଛରେ ଭିତିରି ବୁଝାମଣା ରହିଛି ବୋଲି କଂଗ୍ରେସ ଦର୍ଶାଇଛି । ତେବେ ଏହାକୁ ରାଜନୀତି ସହ ଯୋଡ଼ାଯିବା ଦୁଭାର୍ଗ୍ୟଜନକ ବୋଲି ବିଜେଡି କହିଛି ।

   ସମ୍ବନ୍ଧିତ ଖବର


ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା

ବିଜେଡ଼ିରୁ ବିଦା ହେଲେ କଳ୍ପତରୁ ଓଝା: ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ