ପ୍ରମୁଖ ଖବର
  • ବଡବିଲ : ୨ ଟ୍ରକ ମଧ୍ୟରେ ଚାପି ହୋଇଗଲା କାର, ୬ ମୃତ
  • ||
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ଭାଷଣରେ ସୀମିତ ମହିଳା ସଶକ୍ତୀକରଣ: ଦୁଇ ପର୍ଯ୍ୟାୟରେ ୮% ମହିଳା ପ୍ରାର୍ଥୀ

ନୂଆଦିଲ୍ଲୀ,୨୯/୦୪: ଚଳିତ ଲୋକସଭା ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଆଖିଦୃଶିଆ ନାହିଁ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବାବେଳେ ଏଥିରେ ମାତ୍ର ୮% ମହିଳା ପ୍ରାର୍ଥୀ ମଇଦାନରେ ଅଛନ୍ତି । ମହିଳା ସଶକ୍ତୀକରଣକୁ ନେଇ ରାଜନୈତିକ ବୟାନବାଜିର ବାସ୍ତବତା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଏବଂ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହୋଇଥିବାବେଳେ ଏଥିରେ ମୋଟ ୨,୮୨୩ ପ୍ରାର୍ଥୀ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୨୩୫ ଜଣ ହେଉଛନ୍ତି ମହିଳା । ରାଜନୈତିକ ଦଳଗୁଡ଼ିକ ନିଜ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଲିଙ୍ଗଗତ ଅସମାନତାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଥିବା ମତ ପ୍ରକାଶ ପାଉଛି । 

ପ୍ରଥମ ପର୍ଯ୍ୟାୟରେ ତାମିଲନାଡ଼ୁରେ ସର୍ବାଧିକ ୭୬ ମହିଳା ପ୍ରାର୍ଥୀ ରହିଛନ୍ତି, ଯାହା କି ଏହି ରାଜ୍ୟର ମୋଟ ପ୍ରାର୍ଥୀଙ୍କ ୮% । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କେରଳରେ ସର୍ବାଧିକ ୨୪ ମହିଳା ପ୍ରାର୍ଥୀ ମଇଦାନରେ ଅଛନ୍ତି । ପ୍ରଥମ ଦୁଇ ପର୍ଯ୍ୟାୟରେ କଂଗ୍ରେସ ୪୪ ମହିଳା ଏବଂ ବିଜେପି ୬୯ ମହିଳାଙ୍କୁ ଟିକଟ ଦେଇଥିଲେ ହେଁ ଲିଙ୍ଗଗତ ଅସମାନତା ବଜାୟ ରହିଛି । ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ଏକମାତ୍ର ଦଳ ଯିଏ କି ୩୩ ପ୍ରତିଶତ ଟିକଟ ମହିଳାଙ୍କୁ ଦେଇଛି । ଅଧିକ ସଂଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରିବା ଲାଗି ଦଳଗୁଡ଼ିକ ସକ୍ରିୟ ଭାବେ ପଦକ୍ଷେପ ନେଇ ନ ଥିବାରୁ ରାଜନୈତିକ ବିଶ୍ଲେଷକମାନେ ସମାଲୋଚନା କରିଛନ୍ତି । ଦିଲ୍ଲୀ ୟୁନିଭର୍ସିଟିର ଡ. ସୁଶୀଳା ରାମାସ୍ୱାମୀ କହିଛନ୍ତି, ରାଜନୈତିକ ଦଳଗୁଡ଼ିକ ମହିଳାଙ୍କୁ ରାଜନୀତିରେ ପ୍ରୋତ୍ସାହନ ଦେବା ଲାଗି ପଦକ୍ଷେପ ନେବା ଉଚିତ । ଦଳଗୁଡ଼ିକୁ ଅଧିକ ସକ୍ରିୟ ହୋଇ ଅଧିକ ସଂଖ୍ୟାରେ ମହିଳାଙ୍କୁ ମଇଦାନକୁ ପଠାଇବା ଆବଶ୍ୟକ ଥିଲା । ବ୍ରିଟେନର ଲେବର ପାର୍ଟି ଭଳି ଦଳରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ଢାଞ୍ଚା ରହିବା ଉଚିତ୍‌ ବୋଲି ସେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଆଲିଗଡ଼ ମୁସ୍‌ଲିମ ୟୁନଭର୍ସିଟିର ଡ. ଇଫତିଖାର ଅହମଦ ଅନ୍‌ସାରୀ କହିଛନ୍ତି, ରାଜନୀତିରେ ମହିଳାଙ୍କ ପାଇଁ ସମାନ ଅବସର ସୃଷ୍ଟି ନିମନ୍ତେ ରାଜନୈତିକ ଦଳଗୁଡ଼ିକରେ ଢାଞ୍ଚାଗତ ସଂସ୍କାର ହେବା ଆବଶ୍ୟକ । ଲିଙ୍ଗଗତ ବିବିଧତାକୁ ପ୍ରୋତ୍ସାହିତ କରିବାରେ ଦଳୀୟ ନେତୃବୃନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦଳଗୁଡ଼ିକ ପ୍ରାର୍ଥୀ ଚୟନରେ ଲିଙ୍ଗଗତ ସନ୍ତୁଳନକୁ ପ୍ରାଥମିକତା ଦେବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି । ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ସେମାନଙ୍କ ଇସ୍ତାହାରକୁ ମହିଳାକେନ୍ଦ୍ରୀକ କରିଥିଲେ ହେଁ ବହୁସଂଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରିବା ଏବେ ବି ଆହ୍ୱାନପୂର୍ଣ୍ଣ । ଲୋକସଭା ନିର୍ବାଚନବେଳେ ରାଜନୈତିକ ଦଳଗୁଡ଼ିକ ମହିଳାଙ୍କ ଭାଗିଦାରୀ ଏବଂ ପ୍ରତିନିଧିତ୍ୱ ବଢ଼ାଇବାକୁ ବୟାନବାଜି କରୁଥିଲେ ହେଁ ତାହା ବାସ୍ତବ ହେବାଠୁ ବହୁ ଦୂରରେ । ପ୍ରକାଶଥାଉ କି, ଲୋକସଭା ନିର୍ବାଚନ ୭ ପର୍ଯ୍ୟାୟରେ ହେଉଥିବାବେଳେ ଜୁନ୍‌ ୧ରେ ଶେଷ ଭୋଟିଂ । ଜୁନ୍‌ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.