ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା

ଲଣ୍ଡନ: ବୈଜ୍ଞାନିକମାନେ ଏବେ ଦାବି କରିଛନ୍ତି ଯେ କରୋନା ଯୋଗୁ କିଛି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାର କାରଣ ସେମାନଙ୍କ ଦେହରେ ଥିବା ଜିନ୍‌ଗତ ତ୍ରୁଟି ହୋଇପାରେ ।


ସେମାନଙ୍କ ଅନୁସାରେ, ପ୍ରତି ୭ଜଣ ଆକ୍ରାନ୍ତଙ୍କ ଭିତରୁ ଜଣଙ୍କ ଦେହରେ ଜିନ୍‌ଗତ ତ୍ରୁଟି କିମ୍ବା ତାଙ୍କ ଦେହର ରୋଗ ପ୍ରତିରୋଧକ ବ୍ୟବସ୍ଥାରେ କିଛି ତ୍ରୁଟି ଥିବାର ଜଣାପଡିଛି । ଏହାଯୋଗୁ ଏଭଳି ବ୍ୟକ୍ତି ଠିକ୍‌ ଭାବେ କରୋନାର ମୁକାବିଲା କରିପାରୁନାହାନ୍ତି । ଏହି କାରଣରୁ ହିଁ କିଛି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡୁଛି ହେଲେ ଆଉ କିଛିି ଆକ୍ରାନ୍ତଙ୍କ ଦେହରେ ସାମାନ୍ୟ ଲକ୍ଷଣ ବି ପ୍ରକାଶ ପାଉନାହିଁ । ସେମାନଙ୍କ ଏହି ଦାବି ସମ୍ପର୍କିତ ଏକ ରିପୋର୍ଟ ଜର୍ଣ୍ଣାଲ ସାଇନ୍ସରେ ପ୍ରକାଶିତ ହୋଇଛି ।


ସେହି ରିପୋର୍ଟରେ ଦର୍ଶାଯାଇଛି କି କେତେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହର ରୋଗ ପ୍ରତିରୋଧକ କ୍ଷମତା ଠିକ୍‌ ଭାବେ କରୋନାର ମୁକାବିଲା କରିବାରେ ଅକ୍ଷମ ହେବାର ଅସଲ କାରଣ ସେମାନଙ୍କ ଜିନରେ ଥାଏ । ଜିନ୍‌ରେ ଥିବା ଟାଇପ୍‌ ୧ ଇଣ୍ଟରଫେରନ ନାମକ ଏକ ପଦାର୍ଥ ମଲିକ୍ୟୁଲାର ମେସେଞ୍ଜର ଭାବେ କାମ କରିଥାଏ । ଗୋଟିଏ କୋଷିକା ଭିତରେ କରୋନା ଭାଇରସ ପ୍ରବେଶ କରିବା ମାତ୍ରକେ ଏହି ଇଣ୍ଟରଫେରନ ତୁରନ୍ତ ଏସମ୍ପର୍କରେ ସୂଚନା ଦେଇଥାଏ ଏବଂ ଭାଇରସ ବିରୋଧରେ ଲଢେଇ ଆରମ୍ଭ କରିଥାଏ । କିନ୍ତୁ କିଛି କାରଣବଶତଃ ଏହି ପଦାର୍ଥଟି ନଷ୍ଟ କିମ୍ବା ନିଷ୍କ୍ରିୟ ହୋଇଯାଇଥାଏ । ଏଭଳି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଏ ।

   ସମ୍ବନ୍ଧିତ ଖବର


WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

ଫ୍ଲିଫକାର୍ଟ କରିଦେଉଛି ଭାଗ୍ୟଶାଳୀ, ମାତ୍ର ୩ ଦିନ ଭିତରେ କୋଟିପତି ହେଲେଣି ୭୦ ଜଣ ଲୋକ…

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ଟ୍ରେନରେ ମିଳିବ ନାହିଁ ରନ୍ଧା ଖାଦ୍ୟ, ଜାଣନ୍ତୁ କ’ଣ ନୂଆ ପ୍ଲାନ୍‌ କରୁଛି ରେଳ ବିଭାଗ