PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଏଲଓସିରେ କେତେବେଳେ ବି ବିଗିଡିପାରେ ପରିସ୍ଥିତି, ପ୍ରସ୍ତୁତ ରହିବାକୁ ସେନାମୁଖ୍ୟଙ୍କ ପରାମର୍ଶ

ନୂଆଦିଲ୍ଲୀ, ୧୮|୧୨:   ପାକିସ୍ତାନ ତରଫରୁ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ ମଧ୍ୟରେ ସେନାମୁଖ୍ୟ ବିପିନ ରାଓ୍ୱତ ଏକ ବଡ ବୟାନ ଦେଇଛନ୍ତି। ଲାଇନ ଅଫ କଣ୍ଟ୍ରୋଲ ବା ଏଲଓସିରେ ପରିସ୍ଥିତି କେତେବେଳେ ବି ଅଶାନ୍ତ ହୋଇପାରେ ବୋଲି ସେ କହିଛନ୍ତି।

ଏହି ବୟାନ ସେହି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଜମ୍ମୁ-କାଶ୍ମୀରେ ଏଲଓସି ନିକଟରେ ପାକିସ୍ତାନ ତରଫରୁ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ କରାଯାଉଛି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ତରଫରୁ ଗୁଳିଗୋଳା ମାଡ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜୀ କିଷନ ରେଡ୍ଡି ଲୋକସଭାରେ କହିଥିଲେ ଯେ, ଅଗଷ୍ଟ ୨୦୧୯ରୁ ଅକ୍ଟୋବର ୨୦୧୯ ମଧ୍ୟରେ ପାକିସ୍ତାନ ୯୫୦ ଥର ଅସ୍ତ୍ରବିରତି ଉଲଙ୍ଘନ କରିଛି। ତେବେ ଅନୁପ୍ରବେଶ କରିବାରେ ଆତଙ୍କବାଦୀମାନେ ବିଫଳ ହୋଇଛନ୍ତି। ଚଳିତ ବର୍ଷ ଅକ୍ଟୋବର ଯାଏଁ ମାତ୍ର ୫୯ଟି ସନ୍ଦିଗ୍ଧ ଅନୁପ୍ରବେଶ ଖବର ଆସିଛି। ସେହିପରି ପଥର ମାଡ ଘଟଣା ମଧ୍ୟ ହ୍ରାସ ପାଇଛି।

ଏତତ୍ ବ୍ୟତୀତ ପାକିସ୍ତାନର ବାଟ୍ ଟିମ୍ ଏଲଓସିରେ ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇଉଠିଛି। ୨୦୧୩ର ଘଟଣାକୁ ଦୋହରାଇବା ପାଇଁ ବାଟ୍ ଫୋର୍ସ ଷଡଯନ୍ତ୍ର ରଚୁଛି। ପୁଞ୍ଚ ଜିଲ୍ଲାରେ ବାଟ୍ ଟିମ୍ ଆକ୍ରମଣ କରିବାର ଅଧିକ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର