ପ୍ରମୁଖ ଖବର
  • ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା, ଆସନ୍ତା ୩ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପାଣିପାଗ ବିଭାଗ
  • ||
  • ବିଜେପିର ମିଶନ ଓଡ଼ିଶା: ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାୟଗଡ଼ାରେ ରାଜନାଥଙ୍କ ସମାବେଶ
  • ||
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ: ଦ୍ୱିତୀୟ ଦଫା ଭୋଟ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର,୨୬/୦୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ଶେଷ ହୋଇଛି ନାମାଙ୍କନ । ରାଜ୍ୟର ୪ଟି ଲୋକସଭା ଓ ତା ଅନ୍ତର୍ଗତ ୨୮ ବିଧାନସଭାରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମୋଟ କେତେ ସଂଖ୍ୟାରେ ପ୍ରାର୍ଥୀ  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ତା’ର ଚୂଡ଼ାନ୍ତ ସୂଚନା ହସ୍ତଗତ ହୋଇନି । ତେବେ ୨୪ ତାରିଖ ସୁଦ୍ଧା ୪ ଲୋକସଭା ଆସନରେ ୩୦ ଜଣ ପ୍ରାର୍ଥୀ ତାଙ୍କ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିଭଳି ୨୮ ବିଧାନସଭା ସିଟ୍‌ରେ ୧୭୮ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ମେ ୨୦ରେ ଅନୁଷ୍ଠିତ ହେବ । ଏଥିପାଇଁ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନାମାଙ୍କନ ଆରମ୍ଭ ହେବ । ଆସନ୍ତା ୩ ଯାଏ ପ୍ରାର୍ଥୀମାନେ ତାଙ୍କ ନାମାଙ୍କନ କରିପାରିବେ । ୬ ମେ ଯାଏ ପ୍ରାର୍ଥୀମାନେ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ।

ପ୍ରଥମ ଦଫାରେ ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ସହ ସଂଲଗ୍ନ ୨୮ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଗତ ୧୮ରୁ ନାମାଙ୍କନ ଆରମ୍ଭ ହୋଇଥିଲା । କଳାହାଣ୍ଡି ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ଥିଲା ବେଳେ ନବରଙ୍ଗପୁରରେ ୩, ବ୍ରହ୍ମପୁରରେ ୮ ଏବଂ କୋରାପୁଟ ଏମପି ଆସନରେ ୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗୁରୁବାର ସଂଖ୍ୟା ମିଶିଲେ ମୋଟ ସଂଖ୍ୟା ଆହୁରି ଅଧିକ ହେବ ।        

ସେହିଭଳି ୨୮ ବିଧାନସଭା ସିଟରେ ମଧ୍ୟ ପ୍ରାର୍ଥୀମାନେ ଉତ୍ସାହର ସହ ନାମାଙ୍କନ କରିଛନ୍ତି । ୨୪ ସୁଦ୍ଧା ନୂଆପଡ଼ା, ଖରିଆର, ଜୁନାଗଡ଼, ଭବାନୀପାଟଣା, ଗୋପାଳପୁର, ପାରଳାଖେମୁଣ୍ଡି, ରାୟଗଡ଼ା ଓ ଜୟପୁରରେ ୬ ଜଣ ଲେଖାଏଁ ନାମାଙ୍କନ କରିଛନ୍ତି । ଝରିଗାଁ, ନବରଙ୍ଗପୁର, ଡାବୁଗାଁ ଆସନ ପାଇଁ ୩ ଜଣ ଲେଖାଏଁ, ଲାଞ୍ଜିଗଡ, ଧର୍ମଗଡ, ମୋହନା, ଲକ୍ଷ୍ମୀପୁର ଓ ମାଲକାନଗିିରିରେ ୫ ଜଣ ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିଭଳି ଉମରକୋଟ, କୋଟପାଡ଼ ଓ ଚିତ୍ରକୋଣ୍ଡାରେ ୪ ଜଣ ଲେଖାଏଁ ନାମାଙ୍କନ କରିଛନ୍ତି ।

ନର୍ଲା, ଚିକିଟି, କୋରାପୁଟ ଓ ପଟାଙ୍ଗୀରେ ୮ ଜଣ ଲେଖାଏଁ, ବ୍ରହ୍ମପୁରରେ ୧୬, ଦିଗପହଣ୍ଡିରେ ୧୨, ଗୁଣୁପୁରରେ ୧୦ ଜଣ ଲେଖାଏଁ ପ୍ରାର୍ଥୀ ଅଛନ୍ତି । ଛତ୍ରପୁର ଓ ବିଷମକଟକରେ ୭ ଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ଆଜି ଶେଷ ଦିନରେ ଆଉ କିଛି ପ୍ରାର୍ଥୀ ନାମାଙ୍କନ କରିଥିଲେ ମଧ୍ୟ ଚୂଡ଼ାନ୍ତ ସଂଖ୍ୟା ହସ୍ତଗତ ହୋଇନାହିଁ । ଶୁକ୍ରବାର ଯାଞ୍ଚ କରାଯିବ । ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.