PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ସେନା ମୁଖ୍ୟଭାବେ ଦାୟିତ୍ବ ନେଲେ ନରବଣେ, ବାପା ଥିଲେ ବାୟୁସେନା ଅଧିକାରୀ…

ନୂଆଦିଲ୍ଲୀ ୩୧।୧୨; ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ ଆଜି ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ  ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବରେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି   ମନୋଜ ମୁକୁନ୍ଦ ନରବଣେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନରବଣେ ୨୮ତମ ସ୍ଥଳସେନା ମୁଖ୍ୟ । ଏହା ପୂର୍ବରୁ ନରବଣେ ଉପସେନା ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଥିଲେ । ଏହା ପୂର୍ବରୁସେ ଇଷ୍ଟ କମାଣର ନେତୃତ୍ୱ କରୁଥିଲେ । ଚୀନ ସଂଲଗ୍ନ ୪ ହଜାର କିଲୋମିଟର ଦୀର୍ଘ ସୀମାର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ । ଏବେ ସେ  ୧୩ ଲକ୍ଷ ସୈନିକ ଥିବା ଭାରତୀୟ ସେନାର ମୁଖ୍ୟ ଭାବେ କାର୍ଯ୍ୟଭାର ତୁଲାଇବେ । 

ଆଜି  କାର୍ଯ୍ୟଭାର ଗ୍ରହଣ ସମୟରେ ସେ କହିଛନ୍ତି, ଏହା ମୋ ପାଇ: ଏକ ସମ୍ମାନର କଥା । ନୂଆ ଦାୟିତ୍ୱ ସହ ନୂଆ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିବ।  ସମୟ ଅନୁସାରେ ଆଗକୁ ବଢିବୁ ବୋଲି  ନରବଣେ କହିଛନ୍ତି ।ଜେନେରାଲ ନରବେ ୩୭ ବର୍ଷର କାର୍ଯ୍ୟକାଳରେ ଅନେକ କମାଣ ଓ ଷ୍ଟାଫ ନିଯୁକ୍ତିରେ ଅଂଶଗ୍ରହଣ କରିଛନ୍ତି । ଜାମ୍ମୁ କାଶ୍ମୀର ଓ ଉତ୍ତର ପୂର୍ବାଞ୍ଚଳରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସମୟରେ ବେଶ୍‌ ଭଲ ଭାବରେ ନିଜର ଦାୟିତ୍ୱ ତୁଲାଇଛନ୍ତି ।

ଜେନେରାଲ୍‌ ନରବଣେ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରୀୟ ରାଇଫଲସ୍‌ର ବାଟାଲିୟନର ଦାୟିତ୍ୱରେ ରହିଥିଲେ । ଏହା ସହ ଇଷ୍ଚ ଫ୍ରଣ୍ଟରେ ପଦାତିକ ବାହିନୀ ବ୍ରିଗେଡ୍‌ର ନେତୃତ୍ୱ ନେଇଥିଲେ । ଶ୍ରୀଲଙ୍କାରେ ଭାରତୀୟ ଶାନ୍ତି ସେନାର ଅଂଶ ବିଶେଷ ଥିଲେ । ମିଆଁମାରରେ ସେ ଭାରତୀୟ ଦୂତାବାସରେ ଡିଫେନ୍ସ ଆଟାଚ୍‌ ଭାବେ କାର୍ଯ୍ୟ କରିଛନ୍ତି ।

ଜେନେରାଲ ନରବଣେଙ୍କ ଜନ୍ମ ୨୨ ଅପ୍ରେଲ ୧୯୬୦ର ଏକ ମରାଠି ପରିବାରରେ ହୋଇଥିଲା। ତାଙ୍କର ବାପା ଭାରତୀୟ ବାୟୁସେନାର ଅଧିକାରୀ ଥିଲେ। ସେ ଓ୍ବିଙ୍ଗ କମାଣ୍ଡର ପୋଷ୍ଟରେ ଅବସର ଗ୍ରହଣ କରିଥିଲେ। ନୂଆ ସେନା ମୁଖ୍ୟଙ୍କ ମା’ ଅଲ୍ ଇଣ୍ଡିଆ ରେଡିଓରେ ଆନାଉନ୍ସର ଥିଲେ। ଏବେ ତାଙ୍କର ପତ୍ନୀ ପେଶାରେ ଜଣେ ଶିକ୍ଷୟତ୍ରୀ। ନରବଣେଙ୍କ ଦୁଇ ଝିଅ ଅଛନ୍ତି। ନିଜର ସ୍କୁଲ ଶିକ୍ଷା ପୁଣେର ଏକ ସ୍କୁଲରେ ଶେଷ କରିଥିଲେ।

ସ୍କୁଲ ଶିକ୍ଷା ପୂରଣ କରିବା ପରେ ସେ ଏନଡିଏର ପ୍ରସ୍ତୁତି କରିବା ପାଇଁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପୁଣେରେ ଆଡମିସନ୍ ନେଇଥିଲେ। ଏହାପରେ ସେ ଇଣ୍ଡିଆନ ମିଲିଟାରୀ ଏକାଡେମୀ ଡେରାଡୁନରୁ ମଧ୍ୟ ଟ୍ରେନିଂ ନେଇଥିଲେ। ମାଡ୍ରାସ ୟୁନିଭର୍ସିଟିରୁ ଡିଫେନ୍ସ ଷ୍ଟଡିସରେ ମାଷ୍ଟର ଡିଗ୍ରୀ ନେବାପରେ ଦେବୀ ଅହିଲ୍ୟା ବିଶ୍ବବିଦ୍ୟାଳୟ ଇନ୍ଦୋରରୁ ଡିଫେନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ବିଷୟରେ ଏମଫିଲ୍ କରିଥିଲେ।

ସମ୍ବନ୍ଧିତ ଖବର