ପଶୁଙ୍କୁ ମାରିବେ ପଶୁଙ୍କୁ ଖାଇବାକୁ ଦେବେ, ଜର୍ମାନୀ ଚିଡ଼ିଆଖାନାର ଅଜବ ନୀତି

ହାମବର୍ଗ ୧୬/୪: କରୋନା ସଂକ୍ରମଣ ଯୋଗୁ ଚିଡିଆଖାନାଗୁଡିକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲାବେଳେ ଏହାଯୋଗୁ ସେମାନଙ୍କର ବିପୁଳ ଆର୍ଥିକ କ୍ଷତି ହେଉଛି । ଏଭଳି ସ୍ଥିତିରେ ସେଠାରେ ରଖାଯାଉଥିବା ପଶୁପକ୍ଷୀମାନଙ୍କର ଦେଖାଶୁଣା କରିବାରେ ସମସ୍ୟା ଉପୁଜୁଛି । ପଶୁପକ୍ଷୀମାନେ ବି ଖାଦ୍ୟାଭାବର ଶିକାର ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଜର୍ମାନୀର ଏକ ଚିଡ଼ିଆଖାନା ତରଫରୁ କୁହାଯାଇଛି କି ସେମାନେ ସେଠାରେ ରଖାଯାଉଥିବା କିଛି ପଶୁପକ୍ଷୀଙ୍କୁ ମାରି ଅନ୍ୟ କିଛି ପଶୁଙ୍କୁ ଖାଇବାକୁ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏମିତିକି କେଉ କେଉ ପଶୁପକ୍ଷୀମାନଙ୍କୁ ମରାଯିବ, ସେମାନଙ୍କର ତାଲିକା ବି ପ୍ରସ୍ତୁତ କରାଯାଇସାରିଛି ।

ଯଦି ଜର୍ମାନୀ ସରକାର ଚିଡ଼ିଆଖାନା ପରିଚାଳନା ପାଇଁ ଆର୍ଥିକ ସହାୟତା ପ୍ରଦାନ ନକରନ୍ତି, ତାହାହଲେ ସେମାନଙ୍କ ପାଖରେ ଏପରି କରିବା ଛଡା ଆଉ କିଛି ବିକଳ୍ପ ବାକି ରହିବ ନାହିଁ । ନେମୁନଷ୍ଟର ଚିଡ଼ିଆଖାନାର ନିର୍ଦ୍ଦେଶକ ଭେରେନା କାସପରି କହିଛନ୍ତି ଯେ ଚିଡିଆଖାନାକୁ ବସନ୍ତ ଋତୁରେ ପର୍ଯ୍ୟଟକମାନେ ନଆସିବା ଯୋଗୁ ୧,୫୨,୪୦୦ ପାଉଣ୍ଡର କ୍ଷତି ହୋଇଛି । ଏହି ଅର୍ଥକୁ ବ୍ୟବହାର କରି ସେମାନେ କିଛି ପଶୁପକ୍ଷୀଙ୍କ ଖାଦ୍ୟ ପାଇଁ ବ୍ୟବସ୍ଥା କରିଥାନ୍ତେ । ସେଠାରେ ରଖାଯାଇଥିବା ପେଙ୍ଗୁଇନ ଏବଂ ସିଲ୍‌ମାନଙ୍କ ପାଇଁ ପ୍ରତିଦିନ ବିପୁଳ ପରିମାଣର ମାଛ ଦରକାର ପଡୁଛି । ସେହିପରି ଚିଡିଆଖାନାରେ ଆଉ କିଛି ବଡ଼ ବଡ଼ ଜୀବ ଅଛନ୍ତି ଯେଉମାନଙ୍କ ପାଇଁ ଖାଦ୍ୟ ଯୋଗାଣ କରିବା ବ୍ୟୟବହୁଳ । କିନ୍ତୁ ଅର୍ଥ ଅଭାବରୁ ଏପରି କରିବା ସମ୍ଭବ ହେଉନାହିଁ । ତେଣୁ ଅଧିକାଂଶ ପଶୁପକ୍ଷୀ ଖାଦ୍ୟାଭାବର ଶିକାର ହେଉଛନ୍ତି ।

ସାଧାରଣତଃ ଗୋଟିଏ ଚିଡିଆଖାନାରେ ପଶୁପକ୍ଷୀମାନଙ୍କର ରକ୍ଷଣାବେକ୍ଷଣରେ କିଛି ସମସ୍ୟା ଦେଖାଦଲେ ସେଠାରୁ ସେମାନଙ୍କୁ ଅନ୍ୟ ଚିଡିଆଖାନାକୁ ସ୍ଥାନାନ୍ତର କରାଯାଇଥାଏ । କିନ୍ତୁ ଏବେ କରୋନା ଯୋଗୁ ସୀମା ସିଲ୍‌ କରାଯିବା ଏବଂ ଯାତାୟାତ ବନ୍ଦ କରାଯିବା ଯୋଗୁ ଏହା ବି ସମ୍ଭବପର ହେଉନାହିଁ । ସେହିପରି ଏହି ଚିଡ଼ିଆଖାନାରେ କିଛି ଜୀବ ଅଛନ୍ତି ଯେଉମାନଙ୍କୁ ଅନ୍ୟତ୍ର ରଖାଯାଇପାରିବ ନାହିଁ । ଉଦାହରଣ ସ୍ୱରୂପ, ଏଠାରେ ଗୋଟିଏ ମେରୁ ଭାଲୁ ରଖାଯାଇଛି ଯାହାର ଲମ୍‌ବ ହେଉଛି ସାଢେ ତିନି ମିଟର । ଏହି ବିଶାଳକାୟ ଭାଲୁକୁ ରଖିବା ପାଇଁ ଦେଶର ଅନ୍ୟ କୌଣସି ଚିଡିଆଖାନାରେ ବ୍ୟବସ୍ଥା ନାହିଁ । ଏସବୁ କାରଣରୁ ଏହି ଚିଡ଼ିଆଖାନାକୁ ସରକାର ତୁରନ୍ତ କିଛି ଆର୍ଥିକ ସହାୟତା ଯୋଗାଇବା ଆବଶ୍ୟକ ହୋଇପଡିଛି । ଚିଡିଆଖାନାର କିଛି କର୍ମଚାରୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପର୍ଯ୍ୟଟକ ଆସୁନଥିବାରୁ ସେଠାରେ ରଖାଯାଇଥିବା ପଶୁପକ୍ଷୀମାନେ ନିଃସଙ୍ଗ ଅନୁଭବ କରୁଛନ୍ତି । ଏହା ସେମାନଙ୍କ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଛି ।

   ସମ୍ବନ୍ଧିତ ଖବର


୪୦ ମିନିଟ୍ ପର୍ଯ୍ୟନ୍ତ ନିଖୋଜ ହୋଇଗଲା ବିଜେପି ନେତା ମନୋଜ ତିଓ୍ବାରୀଙ୍କ ହେଲିକାପ୍ଟର, ପାଟନାରେ କଲା ଜରୁରୀକାଳୀନ ଅବତରଣ…

ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ