ମାଟି ଭିତରୁ ମିଳିଲା ୨୫୦ କିଲୋଗ୍ରାମ ଲେଖାଏଁର ଚାରୋଟି ବମ୍, ଭୟରେ ସହର ଛାଡି ପଳାଉଛନ୍ତି ଲୋକେ

ଡୋର୍ଟମୁଣ୍ଡ,୧୪।୧: ଦ୍ବିତୀୟ ବିଶ୍ବଯୁଦ୍ଧକୁ ଏପର୍ଯ୍ୟନ୍ତ ପ୍ରାୟ ୭୫ ବର୍ଷ ବିତିସାରିଛି, କିନ୍ତୁ ଏତେ ସମୟରେ ପରେ ମଧ୍ୟ ଜର୍ମାନୀର ଡୋର୍ଟମୁଣ୍ଡ ସହରରେ ମାଟିତଳେ ବହୁମାତ୍ରାରେ ବମ୍ ମିଳିବାରେ ଲାଗିଛି। ଯାହାକୁ ନେଇ ସେଠାର ଲୋକଙ୍କ ଭିତରେ ସୃଷ୍ଟି ହୋଇଛି ପ୍ରବଳ ଭୟ। ମାଟି ଖୋଳିବା ତା ଭିତତରୁ ଏବେ  ବମ୍ ମିଳିବାରୁ ଲୋକମାନେ ଆତଙ୍କିତ ହୋଇ ସହର ଛାଡି ପଳାଇବାରେ ଲାଗିଛନ୍ତି।

କୁହାଯାଉଛି ଯେ, ଜର୍ମାନୀର ପଶ୍ଚିମ ସହର ଡୋର୍ଟମୁଣ୍ଡରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ୪ଟି ବମ୍ ମିଳିଥିଲା। ଗୋଟିଏ ଗୋଟିଏ ବମର ଓଜନ ୨୫୦ କିଲୋଗ୍ରାମରୁ ଅଧିକ ରହିଥିଲା। ବମ୍ ରହିଥିବାର ସୂଚନା ପାଇବା ପରେ ସୁରକ୍ଷା ଏଜେନ୍ସି ତାକୁ ବାହାର କରିବାପରେ ନିଷ୍କ୍ରୟ କରିଥିଲେ।

ଡୋର୍ଟମୁଣ୍ଡ ସହରର ଲୋକଙ୍କୁ ଯେତେବେଳେ ମାଟି ଭିତରେ ବମ୍ ଥିବାର ସୂଚନା ମିଳିଥିଲା ସେମାନେ ଜୀବନ ବଞ୍ଚାଇବା ପାଇଁ ସହର ଛାଡି ପଳାଇଥିଲେ। ରାସ୍ତା ଉପରେ ଲୋକଙ୍କର ପ୍ରବଳ ଭିଡ ହେବାରୁ ଜାମ୍ ହୋଇଯାଇଥିଲା।ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଦ୍ବିତୀୟ ବିଶ୍ବଯୁଦ୍ଧର ୭୫ ବର୍ଷ ବିତିଯିବା ପରେ ମଧ୍ୟ ଜର୍ମାନୀରେ ଲଗାତାର ଭାବରେ ସେହି ସମୟର ବୋମା ମିଳୁଛି, ଯାହାକି  ଯୁଦ୍ଧରେ ବ୍ୟବହାର କରାଯାଇନଥିଲା।

ଗୋଟିଏ ପଟେ ଲୋକମାନେ ଏହି ବମ୍ ଫାଟିବାର ଭୟରେ ଥିବା ବେଳେ ଆଉ କିଛି ଲୋକ ଏହାକୁ ଦେଖିବାକୁ ଯୋରଦାର ଭିଡ ଲାଭିଛନ୍ତି। ସେମାନଙ୍କୁ ହଟାଇବା ପାଇଁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା। ଜର୍ମାନୀରେ ଲଗାତାର ଭାବରେ ଏଭଳି ବମ୍ ମିଳିବାକୁ ନେଇ କୁହାଯାଉଛି ଯେ, ଦ୍ବିତୀୟ ବିଶ୍ବଯୁଦ୍ଧ(୧୯୪୦-୧୯୪୫) ମଧ୍ୟରେ ବମ୍ ବର୍ଷଣ କରିବା ପାଇଁ ରଖାଯାଇଥିଲା।  

   ସମ୍ବନ୍ଧିତ ଖବର


‘ମ୍ୟାନ୍‌ ଭର୍ସେସ ୱାଇଲ୍‌ଡ’ ସୁଟିଂ ବେଳେ ଆହତ ହେଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ

ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

କାର୍ଯ୍ୟକ୍ଷମ ହେଲା ଭର୍ଚୁଆଲ ପୁଲିସ ଷ୍ଟେସନ: ଏଣିକି ଅନ୍‌ଲାଇନରେ ଗାଡ଼ି ଚୋରି ଏତଲା