ବୁଢ଼ା ହେବା ଯାଏ କେଶ ହେବ ନାହିଁ ଧଳା ! ଏହି ଜିନିଷ ବ୍ୟବହାର କରନ୍ତୁ – ଜାଣନ୍ତୁ ଏହାର ପ୍ରକ୍ରିୟା

ଭୁବନେଶ୍ୱର ୧୨ /୦୫ :  ଆମର ଘରେ ସବୁଠୁ ଅଧିକା ପ୍ରିୟ ପରିବା ହେଲା ଆଳୁ। ଆପଣ ଜାଣନ୍ତି ଏହା କେଶ ପାଇଁ ବହୁତ ଉପକାରୀ ହୋଇଥାଏ ? ଆଳୁରୁ ବାହାରୁ ଥିବା  ଚୋପା ବା ଆବରଣ ବହୁତ କାମରେ ଆସିଥାଏ । ଏହା କେଶ ଝଡ଼ିବାରୁ  ରୋକିବା ଓ କେଶ କଳା କରିବାରେ ଫଳପ୍ରଦ ହୋଇଥାଏ ।

ଆଳୁ ଚୋପାକୁ ଅଦରକାରୀ ଭାବି ଯଦି ଫିଙ୍ଗି ଦେଉଛନ୍ତି ,  ତାହଲେ ଏବେ ଜାଣି ନିଅନ୍ତୁ ଯେ , ଏଥିରେ ପଲିଫେନୋଲ ଅକ୍ସିଜେନ୍ ନାମକ ଏକ ଏଞ୍ଜାଇମ୍‌ ମିଳିଥାଏ। ଯାହା କେଶକୁ ସୁସ୍ଥ ରଖିବାରେ  ସାହାଯ୍ୟ କରେ। ଏହା ବ୍ୟତୀତ  ଏଥିରେ ଆଇରନ୍‌ , ଜିଙ୍କ , କପର, କ୍ୟାଲସିୟମ , ପୋଟାସିୟମ ,ନିୟାସିନ୍‌ ଓ ମ୍ୟାଗ୍ନେସିୟମ ଆଦି ଭରି ରହିଥାଏ । ଏବେ ଆସନ୍ତୁ ଜାଣିବା ଆଳୁ ଚୋପାରେ କେମିତି ଧଳା କେଶକୁ କଳା କରିବା –

ଆବଶ୍ୟକୀୟ ସାମଗ୍ରୀ –

୧- ୮ରୁ ୧୦ଟି ଆଳୁ ଚୋପା

୨-୨ରୁ୩ କପ୍‌ ପାଣି

୩-ପରିସ୍କାର କପଡ଼ା

୪- ଗୋଟିଏ ପାତ୍ର

ତିଆରି କରିବାର ପ୍ରଣାଳୀ –

ସସପ୍ୟାନ୍କୁ ଷ୍ଟୋଭ୍‌ ଉପରେ ରଖନ୍ତୁ। ଅଳ୍ପ ତାପରେ ଗ୍ୟାସ୍‌ ଜଳାନ୍ତୁ । ପାତ୍ର ବା ସସ୍‌ପ୍ୟାନ୍‌ରେ ପାଣି ଢ଼ାଳନ୍ତୁ । ପୁଣି ଏଥିରେ ବଡ଼ ଚାମଚରେ ଗୋଲାପ ଜଳ ମିଶାନ୍ତୁ । ଏହି ପାଣିକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ପୁଣି ଏହାକୁ ନିଜର ସ୍ପ୍ରେ ବୋତଲରେ ଢାଳି ବ୍ୟବହାର କରନ୍ତୁ।

ଲଗେଇବାର ଉପାୟ-

ସବୁଠୁ ପ୍ରଥମେ ନିଜର କେଶକୁ ସାମ୍ପୁ କରି ସଫା କରିଦିଅନ୍ତୁ । ପୁଣି ଏଥିରେ  କଣ୍ଡିସନ କରନ୍ତୁ ନାହିଁ। ପ୍ରାକୃତିକ ଉପାୟରେ କେଶକୁ ଶୁଖିବାକୁ ଦିଅନ୍ତୁ। ଏହାପରେ ପାନିଆରେ ସାଇଜ୍‌ କରନ୍ତୁ । ନିଜର କେଶକୁ କିଛି ଭାଗରେ ବାଣ୍ଟିଲା ପରି କରନ୍ତୁ ।  ସ୍ପ୍ରେ ବୋତଲରେ ମିଶ୍ରଣକୁ ଭଲ ଭାବେ ହଲାନ୍ତୁ। ପୁଣି କେଶର ପ୍ରଥମ ଭାଗରେ ସ୍ପ୍ରେ କରନ୍ତୁ। ଏହାକୁ ଭଲ ଭାବେ ଲଗାଇବାକୁ ଚେଷ୍ଟା କରନ୍ତୁ । ଏହିପରି ଧିରେ ଧିରେ କେଶର ସବୁ ଭାଗରେ ସ୍ପ୍ରେ କରନ୍ତୁ ।

୩୦ ମିନିଟ୍‌ ପରେ ନିଜର କେଶକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ପୁଣି ଏହାକୁ  ଶୁଖାଇ ଦିଅନ୍ତୁ ଏବଂ  ସିରମ୍‌ ଲଗାନ୍ତୁ । ଏହି ପ୍ରକ୍ରିୟାକୁ ସପ୍ତାହରେ ଥରେ ବା ଦୁଇ ଥର କଲେ ଏହାର ପ୍ରଭାବ ଭଲ ଦେଖିବାକୁ ମିଳିଥାଏ ।

କେଶକୁ ଧଳା ହେବାରୁ କେମିତି ରୋକିବା  ?

୧-  ନିଜର ଓଜନ  ନିୟନ୍ତ୍ରିତ  ରଖନ୍ତୁ ଓ ଖୁବ୍‌ ପାଣି ପିଅନ୍ତୁ ।

୨ ପ୍ରଦୁଷଣ ଓ କେମିକାଲ ଜିନିଷର ସଂପର୍କରେ ଆସନ୍ତୁ ନାହିଁ ।

୩- ନିଜର କେଶ କୁ ଖରା ଓ  ଧୂଳି-ମାଟିରୁ ରକ୍ଷା କରନ୍ତୁ ।

୪-  ଚିନ୍ତା ବେଶୀ କରନ୍ତୁ ନାହିଁ । କାରଣ  ଷ୍ଟ୍ରେସ୍‌ ହର୍ମୋନ ମେଲାନିନ ତିଆରିକୁ ହ୍ରାସ କରିଦେଇଥାଏ ।

ଏହାସହ ମଧ୍ୟ ପଢ଼ନ୍ତୁ – ଭୋଜନ କରିବା ମଝିରେ ଉଠୁଛନ୍ତି କି ? ଏହି ସମସ୍ୟାରେ ପଡ଼ିବେ …

   ସମ୍ବନ୍ଧିତ ଖବର


କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ସକାଳୁ ଉଠି ଖାଆନ୍ତୁ ଏହି ସବୁ ଖାଦ୍ୟ

ଶେଷ ବଲରେ ଛକା, ଆଇପିଏଲ ଇତିହାସର ସେହି ୫ ଭାରତୀୟ ବ୍ୟାଟସ୍‌ମ୍ୟାନ୍

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ମନ୍ତ୍ରୀ ହେବାପରେ ତେଜସ୍ବୀ ଯାଦବଙ୍କୁ ମିଳିଥିଲା ୪୨ ହଜାର ବିବାହ ପ୍ରସ୍ତାବ, ଝିଅମାନଙ୍କ ସ୍ବପ୍ନର ରାଜକୁମାର ଥିଲେ ତେଜସ୍ବୀ…