PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୱାର୍ଲଡ ସ୍କିଲ୍‌ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ନିଆଁ ଲାଗି ଜଳିଗଲା ୫ଏକର ଜଙ୍ଗଲ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ଫୁଲବାଣୀ: ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ଜେଲଦଣ୍ଡ
  • ||
  • ଫୁଲବାଣୀ: ସରକାରୀ ଅନୁଦାନ ହଡ଼ପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ
  • ||
  • ଆଣ୍ଟିଲିଆ ବାହାରୁ ମିଳିଲା ସ୍କର୍ପିଓ ମାଲିକଙ୍କ ମୃତଦେହ, କଲାବା ଡ୍ୟାମ୍‌କୁ ଡେଇଁ ମନସୁଖ ହିରନଙ୍କ ଆତ୍ମହତ୍ୟା ସନ୍ଦେହ , ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲିଆ
  • ||
  • ମୋହନା ବିଡ଼ିଓ ବଂଶୀଧର ଖୋସଲା ନିଲମ୍ୱିତ, କାଜୁ ନିଲାମ ପ୍ରକ୍ରିୟାରେ ହେରଫେର ଅଭିଯୋଗରେ ନିଲମ୍ୱନ କଲା ପଞ୍ଚାୟତିରାଜ ବିଭାଗ
  • ||
  • ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା , ୨ ଦିନିଆ ରିମାଣ୍ଡ ଶେଷ ପରେ ଝାରପଡ଼ା ଜେଲକୁ ଫେରିଲା ଅଭିଯୁକ୍ତ ବିବନ
  • ||
  • ବାଲେଶ୍ୱର: ଏସଏଫଡ଼ିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
  • ||
  • ଶ୍ରୀମନ୍ଦିରର ବିକାଶ ପାଇଁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନନ୍ଦପୁର: ଭୁସୁଡ଼ିଲା ସିଡ଼ାପୁଟ ପୋଲ, ୮ ଗ୍ରାମବାସୀ ଯୋଗାଯୋଗରୁ ବିଛିନ୍ନ
  • ||
  • ସ୍କାଏ ଲାଇଟ୍ ଭାଙ୍ଗି ଚନ୍ଦ୍ରଶେଖରପୁର ଥାନାରୁ ଅଭିଯୁକ୍ତ ଚମ୍ପଟ, ଚୋରି ମାମଲାରେ ବୁଧବାର ରାତିରେ ପୁଲିସ ଉଠାଇ ଆଣିଥିଲା
  • ||
  • କଟକ: ପିଲଗ୍ରିମ ରୋଡ ଦାସ ସାହି ବସ୍ତି ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • କଟକ: ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ହାଇକୋର୍ଟ
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ଉପରେ କଟକଣା, ୧୦ ତାରିଖ ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ଲାଗୁ ହେବ ୧୪୪ ଧାରା
  • ||
  • ଭୁବନେଶ୍ଵର : ଦିଲ୍ଲୀରେ ନୁହେଁ କଟକରେ ଶୁଣାଣି ହେବ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା, ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ଚାଲିବ ମାମଲା
  • ||
  • ଗୁଣପୁର: ପୁଟାସିଂ ଥାନାର ମହିଳା ଆଇଆଇସି ଗଞ୍ଜେଇ ଜବତ ପାଇଁ ଯାଇଥିବା ବେଳେ ଘଟିଲା ଘଟଣା, ବିଳମ୍ବିତ ରାତିରେ ମହିଳା ଅଧିକାରୀକୁ ଆକ୍ରମଣ କଲେ ଶତାଧିକ ଲୋକ, ପୋଡ଼ିଲେ ଜବତ ଗଞ୍ଜେଇ
  • ||
  • ଘଟଗାଁ: ମହିଳା ତାରିଣୀ ଭକ୍ତ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ, ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି
  • ||
  • ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ , କଲେଜ୍ ଓ ବିଶ୍ଵବିଦ୍ୟାଳୟ ଛୁଟି
  • ||
  • ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ପୂଜକଙ୍କ ରାସ୍ତାରୋକ, ମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ସହିତ ମନ୍ଦିରକୁ ପୂଜା ସାମଗ୍ରୀ ଅନୁମତି ଦାବି
  • ||
  • ବଲାଙ୍ଗିର : ଧୋବା ପଡା ଡ୍ରେନରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ପତ୍ନୀଙ୍କୁ ଡରାଇବାକୁ ପାଇଁ ନିଜ ଘରକୁ ବୋମାମାଡ କଲେ ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ପୁରୀ,୨୮/୦୧: ବାସେଳୀ ସାହି ଥାନା ଅଧୀନ ବାଲିସ୍କୁଲ୍‌ ଛକରେ ବୋମାମାଡ଼ ହୋଇଛି । ବୋମାମାଡରେ କେହି ଆହତ ହୋଇନଥିବାବେଳେ ଏକ କୌତୁହଳପୂର୍ଣ୍ଣ ଘଟଣା ଏହା ପଛରେ ଲୁଚିଥିବା ପୁଲିସ କହିଛି । ଏନେଇ ଏକ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତ ନିଜ ଘର କାନ୍ଥରେ ବୋମା ଫୁଟାଇଥିବା ଆଇଆଇସି ସଞ୍ଜୀବ ପ୍ରଧାନ କହିଛନ୍ତି । ଅଭିଯୁକ୍ତ ଜଣକ ହେଲେ ବାଲିସ୍କୁଲ ଛକର ଧ୍ୟାନରଞ୍ଜନ ବେହେରା (୪୫) ଓରଫ ବାବୁଲି ।

ଆଇଆଇସି ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାବୁଲି ତା’ ପତ୍ନୀ ସହ ନିୟମିତ ଝଗଡ଼ା କରେ । ଜାନୁଆରୀ ୨୬ ତାରିଖ ସକାଳ ସାଢେ ୫ଟାରେ ହଠାତ୍‌ ତା’ କାନ୍ଥରେ ବୋମାମାଡ ହୋଇଥିଲା । ପରେ ପୁଲିସ ଟିମ୍‌ ସେଠାକୁ ଯାଇ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । କିଏ ଏଭଳି କାଣ୍ଡ ଘଟାଇଲା ବୋଲି ପୁଲିସ ଖୋଳ୍‌ତାଡ୍‌ କରିବାବେଳେ ବାବୁଲିର ପତ୍ନୀଙ୍କୁ ପଚରା ଉଚରା କରାଯାଇଥିଲା । ତେବେ ପତ୍ନୀ କହିଥିଲେ ଯେ ସକାଳେ ହଠାତ୍‌ ମୋତେ ମୋ ସ୍ୱାମୀ କହିଲେ ଯେ, ପଳା ପଳା ବୋମାମାଡ ହେବ । ଏହାପରେ ପ୍ରଚଣ୍ଡ ଶବ୍ଦ କରି ବୋମା ଫୁଟିଥିଲା । ପତ୍ନୀଙ୍କ ଏହି କଥାକୁ ନେଇ ପୁଲିସର ସନ୍ଦେହ ଘନୀଭୁତ ହୋଇଥିଲା । ତେଣୁ ବାବୁଲିକୁ ଥାନାକୁ ନେଇ ପୁଲିସ ଜେରା କରିଥିଲା । ପତ୍ନୀ ସହ ଝଗଡା ଯୋଗୁଁ ଏଭଳି କାଣ୍ଡ ନିଜେ ଘଟାଇଛି ବୋଲି ବାବୁଲି ସ୍ୱୀକାର କରିଥିବା ପୁଲିସ କହିଛି । ସେପଟେ ଯୌତୁକ ନିର୍ଯାତନା ଦେଇ ହତ୍ୟା ଉଦ୍ୟମ କରିଥିବା ପତ୍ନୀ ଏତଲା ଦେଇଥିଲେ । ପୁଲିସ ତାଙ୍କ ଏତଲାକୁ ଭିତ୍ତି କରି ଯୌତୁକ ନିର୍ଯାତନା, ବଧୂହତ୍ୟା ଉଦ୍ୟମ ଓ ବୋମାମାଡ ନେଇ ମାମଲା (୧୫/୨୧) ରୁଜୁ କରିଛି । ମାମଲାରେ ବାବୁଲିକୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର