PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ଆଜିଠୁ ‘ଘରେ ଘରେ ଶଙ୍ଖ ଅଭିଯାନ’, ଇସ୍ତାହାର ପାଇଁ ପ୍ରତି ଘରକୁ ଯିବ ବିଜେଡି

ଭୁବନେଶ୍ୱର,୪ା୩(ବ୍ୟୁରୋ): ଲୋକଙ୍କ ମତ ନେଇ ବିଜେଡି ପ୍ରସ୍ତୁତ କରିବ ନିର୍ବାଚନୀ ଇସ୍ତାହାର । ଏଥିପାଇଁ ଆସନ୍ତାକାଲି ବିଜୁ ଜୟନ୍ତୀରୁ ଦଳ ଆରମ୍ଭ କରିବାକୁ ଯାଉଛି ‘ଘରେ ଘରେ ଶଙ୍ଖ’ ଅଭିଯାନ । ପୁଣି ନାରା ଦିଆଯାଇଛି-‘ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ । ଏହି ଅଭିଯାନରେ ଦଳର ମହିଳା କର୍ମକର୍ତ୍ତାମାନେ ପ୍ରତି ଘରକୁ ଯିବେ । ଲୋକଙ୍କ ମତାମତ ସଂଗ୍ରହ କରିବେ । ଲୋକଙ୍କ ପ୍ରସ୍ତାବ, ପରାମର୍ଶକୁ ନେଇ ବିଜେଡି ଆଣିବ ନିର୍ବାଚନୀ ଇସ୍ତାହାର । ଦଳର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଡ.ଅରୁଣ କୁମାର ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଅରୁଣ ସୂଚନା ଦେଇଛନ୍ତି, ବିଜୁ ବାବୁଙ୍କ ୧୦୩ତମ ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ ଅଭିଯାନ । ଏହି ଅଭିଯାନରେ ଦଳର ମହିଳା କର୍ମକର୍ତ୍ତାମାନେ ରାଜ୍ୟର ସମସ୍ତ ୮୬ ଲକ୍ଷ ପରିବାର ପାଖକୁ ଯିବେ । ସବୁ ଘରକୁ ଯାଇ ଏକ ନିର୍ଦ୍ଦିଷ୍ଟ ଫର୍ମରେ ଲୋକମାନଙ୍କର ମତାମତ ଆଣିବେ । ୨୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ଲୋକଙ୍କ ମତାମତ ଆଧାରରେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ । ବିଜେଡି ଇସ୍ତାହାରରେ ପ୍ରତିଫଳିତ ହେବ ଲୋକମାନଙ୍କର ପ୍ରସ୍ତାବ ଓ ପରାମର୍ଶ । ଏହାକୁ କାର୍ଯ୍ୟରେ ପରିଣତ କରିବାକୁ ବିଜେଡି ସଂକଳ୍ପବଦ୍ଧ ରହିବ ।
ଏହି ଅବସରରେ ଅରୁଣ ନାଁ ନ ନେଇ ବିଜେପିକୁ ଟାର୍ଗେଟ ବି କରିଥିଲେ । ସେ କହିଲେ, ଅନେକ ଦଳ ନିର୍ବାଚନବେଳେ ଇସ୍ତାହାରର ପ୍ରତିଶ୍ରୁତି ଦିଅନ୍ତି । ମାତ୍ର ପରବର୍ତ୍ତୀ ସମୟରେ ତାହାକୁ ପାଳନ କରିବାକୁ ଭୁଲି ଯାଆନ୍ତି । ଏପରିକି ନିଜ ପ୍ରତିଶ୍ରୁତିକୁ ପରବର୍ତ୍ତୀ ସମୟରେ ଜୁମ୍‌ଲା ବା ମିଛ ବୋଲି ସ୍ୱୀକାର କରିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାକୁ ଯେଉଁ ଦଳ ନିଜ ଇସ୍ତାହାରର ପ୍ରଥମ ପୃଷ୍ଠାରେ ପ୍ରତିଶ୍ରୁତି ଦେଇଥିଲା, ତାହାକୁ ବି ଭୁଲିଯାଇଛନ୍ତି । ମାତ୍ର ବିଜେଡି ଓ ନବୀନ ବାବୁ ଯାହା କହନ୍ତି, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି । ସାଧାରଣ ଲୋକେ ମର୍ମେ ମର୍ମେ ସରକାରଙ୍କ ପ୍ରଗତିର ସୁଫଳ ଅନୁଭବ କରିଛନ୍ତି । ବିଜେଡି ସରକାର ସବୁ କ୍ଷେତ୍ରରେ ଓଡ଼ିଶାର ବିକାଶ କରିଛନ୍ତି । କୃଷକଙ୍କ ପାଇଁ ‘କାଳିଆ’ ଭଳି କଲ୍ୟାଣକାରୀ ଯୋଜନା ଅଣାଯାଇଛି । ଯାହାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା କରାଯାଉଛି । କୃଷି ଋଣ ସୁଧ ହାର ୧% କରିବାକୁ କହିଥିଲୁ, କାଳିଆ ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପାଇଁ କୌଣସି ସୁଧ ପଡ଼ିବ ନାହିଁ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତରଖାନାଗୁଡ଼ିକର ଆଧୁନିକୀକରଣ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ୭୦ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଛି । ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ଦିଆଯାଉଛି । ଆୟୁଷ୍ମାନ ଭାରତ ଯୋଜନାରେ ବି ଏଭଳି ବ୍ୟବସ୍ଥା ନାହିଁ । ୫ ବର୍ଷରେ ୨୦ ଲକ୍ଷ ଗରିବଙ୍କ ପାଇ ପକ୍କା ଘର ହୋଇଛି । ପ୍ରତି ବ୍ଲକରେ ଆଦର୍ଶ ସ୍କୁଲ ଯୋଜନା କରାଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ଦିଆଯାଉଛି । ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଯାଇଛି । ପଞ୍ଚାୟତ ଓ ପୌରସଂସ୍ଥାରେ ମହିଳାଙ୍କୁ ୫୦% ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ବିଜେଡି ପକ୍ଷରୁ ଦେଶର ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରାଯାଇଛି । ଶିଳ୍ପ କ୍ଷେତ୍ରରେ ବି ବିକାଶ ହୋଇଛି । ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ଯୋଗୁ ରାଜ୍ୟକୁ ୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ସଞ୍ଚାର ହୋଇଛି । ଏଥିରେ ୮ ଲକ୍ଷ କର୍ମ ସଂସ୍ଥାନ ସୁଯୋଗ ସୃଷ୍ଟି ହେବା ସମ୍ଭାବନା ଅଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ସରକାର ନେଇଛନ୍ତି । ଆଦିବାସୀ ପିଲାଙ୍କ ପାଠପଢ଼ା ପାଇଁ ୬ ହଜାରରୁ ଅଧିକ ହଷ୍ଟେଲ ନିର୍ମାଣ ହୋଇଛି । ସେହିପରି ନିର୍ମାଣ ଶ୍ରମିକଙ୍କର ସାମାଜିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆସନ୍ତାକାଲି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ବିଜୁ ବାବୁ ଜୟନ୍ତୀ ପାଳନ କରାଯିବ । ଏହାସହ ଘରେ ଘରେ ଶଙ୍ଖ ଅଭିଯାନ ଆରମ୍ଭ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମହିଳା ସଂଗଠନ ସଭାନେତ୍ରୀ ମିନତୀ ବେହେରା, ମୁଖପାତ୍ର ଡ.ସସ୍ମିତ ପାତ୍ର, ରାଜ୍ୟ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର