ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ଆନନ୍ଦପୁର ୨/୭: କେହି ନଥିବାବେଳେ ଘରେ ପଶି କଲେଜ ଛାତ୍ରୀଙ୍କୁ ହତ୍ୟା । ମହୁଲଡୁହା ଥାନା ଧାତିକିଡିଆ ଗାଁରେ ଘଟିଛି ଏଭଳି ଘଟଣା । ଘରେ ପଶି ଜଣେ କଲେଜ ଛାତ୍ରୀଙ୍କୁ ହାଣି  ହତ୍ୟା କରାଯାଇଛି । ଘରେ କେହି ନଥିବାର ସୂଯୋଗ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ତେବେ ହତ୍ୟାକାଣ୍ଡର କୌଣସି ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଗାଁର ସୁନିଲ ପତ୍ନୀ ଜେମାମଣିଙ୍କ ସହ ଖରାବେଳେ ଗାଁ ନିକଟସ୍ଥ ସାତକୋଶିଆ ହାଟକୁ ଯାଇଥିଲେ ।  ଘରେ ଏକା ଥିଲେ ଯୁକ୍ତ ୨ରେ ପଢୁଥିବା ଝିଅ ସୁନୟନା । ଉଭୟ ସ୍ୱାମୀ ସ୍ତ୍ରୀ ହାଟସାରି ଫେରିବାବେଳେ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା  । ସଙ୍ଗେ ସଙ୍ଗେ ତାକୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।  ଖବର ପାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ମହୁଲଡିହା ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ଜଳେଶ୍ୱର ଥାନା IIC ଧନେଶ୍ୱର ସାହୁ ନିଲମ୍ବିତ

ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍‌ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

ଅଜଣା ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର, ପୋଲିସର ଛାନଭିନ୍‌ ଜାରି

ହୃଦଘାତରେ ଆଖି ବୁଜିଲେ ମୃତ ଡାକ୍ତରଙ୍କ ସଂପର୍କୀୟ ଭାଇ

ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୫ଟି ପରିବାରର ୬ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ