PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ପତ୍ନୀ ଓ ତିନି ଛୁଆଙ୍କୁ ହତ୍ୟା କରିଲା ସଫ୍ଟ ଓ୍ଵର୍ ଇଂଜିନିୟର୍ ସ୍ବାମୀ… ଘଟଣାର ଭିଡିଓ ପରିବାରର ହ୍ଵାଟସ୍ଅପ୍ ଗ୍ରୁପ୍ରେ ଅପଲୋଡ କରିବା ପରେ ହୋଇଯାଇଛି ଫେରାର୍…

ଗାଜିଆବାଦ ୨୨।୪: ୩୪ ବର୍ଷୀୟ ସଫ୍ଟ ଓ୍ଵର୍‌ ଇଂଜିନିୟର୍‌ ନିଜର ପତ୍ନୀ ଓ ତିନି ସନ୍ତାନଙ୍କୁ ହତ୍ୟା କରିବା ପରେ ସେହି ଘଟଣାର ଭିଡିଓ ନିଜ ପରିବାରର ହ୍ଵାଟସ୍‌ଅପ୍‌ ଗ୍ରୁପ୍‌ରେ ଅପଲୋଡ କରିଥିଲା। ପୁଲିସ କହିଛି ଯେ ହତ୍ୟାପରେ ଅଭିଯୁକ୍ତ ସୁମିତ କୁମାର ଆତ୍ମହତ୍ୟା କରିବା ଲାଗି ପୋଟାସିୟମ୍‌ ସିଆନାଇଡ କିଣିଥିଲା। ଆଉ ତା ପରେ…। ଏଭଳି ଘଟଣା ଗାଜିଆବାଦର ଇନ୍ଦିରାପୁରମ୍‌ଠାରେ ଘଟିଛି।

ହ୍ଵାଟସ୍‌ଅପ୍‌ ଗ୍ରୁପ୍‌ରେ ଅପଲୋଡ ହୋଇଥିବା ଭିଡିଓ ଦେଖିବା ପରେ ସୁମିତ କୁମାରଙ୍କ ଭଉଣୀ ନିଜର ଭିଣୋଇ ପଙ୍କଜ ସିଂହଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ। ତା’ପରେ ପଙ୍କଜ ସୁମିତ କୁମାର ରହୁଥିବା ଫ୍ଲାଟ୍‌କୁ ଯାଇଥିଲେ। ପୁଲିସର ସହାୟତାରେ ପଙ୍କଜ ସିଂହ ସୁମିତ କୁମାରଙ୍କ ଘରର କବାଟ ଭାଙ୍ଗିଥିଲେ। ପୁଲିସ ସୁମିତ କୁମାରଙ୍କ ପତ୍ନୀ ଅଂଶୁବାଳା (୩୨), ସେମାନଙ୍କ ୫ ବର୍ଷର ପୁଅ ପ୍ରଥମେଶ, ଜାଆଁଳା ଆରବ ଓ ଆକୃତି (୪) ଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ସେମାନଙ୍କ ମୃତ ଦେହର ପୋଷ୍ଟମର୍ଟମ ଲାଗି ପଠାଯାଇଥିଲା। ସୁମିତ କୁମାରଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

ପୁଲିସ କହିବାନୁସାରେ, ସୁମିତ କୁମାରଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିବା ହେତୁ ସେ ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଉଛି। ସେ ବେକାର ଥିଲା। ଆଗରୁ ଏକାଧିକ ଚାକିରି ଛାଡିଥିଲା। ସୁମିତଙ୍କ ପତ୍ନୀ ଏକ ଘରୋଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ଥିଲେ। ବର୍ତ୍ତମାନ ଅଭିଯୁକ୍ତ ସୁମିତ କୁମାର ଫେରାର୍ ହୋଇଥିବା ଜଣାଯାଇଛି । ପୁଲିସ ତାକୁ ଧରିବାଲାଗି ପ୍ରଚେଷ୍ଟା ଜାରୀ ରଖିଛି।