ନାଳରୁ ବାହାରିଲା ବିଶାଳ ମୂଷା –ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ

ମେକ୍ସିକୋ – ମେକ୍ସିକୋ  ସହରରେ ଶ୍ରମିକମାନେ ନାଳ ସଫା କରୁଥିଲେ । ସେତିକି ବେଳେ  ନାଳ ଭିତରୁ ଏକ ବିଶାଳ ମୂଷା ବାହାରିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରିପୋର୍ଟ ମୁତାବକ , ଶ୍ରମିକମାନଙ୍କୁ ୨୨ଟନ୍‌ର ଅଳିଆ ଉଠାଇବାର କାମ ଦିଆଯାଇଥିଲା । ସଫା କରିବା ବେଳେ ଏତ ବଡ଼ ମୂଷା ଥିବାର ନଜର ଆସିଥିଲା । ସେମାନେ  ଏହି ମୂଷାକୁ  ବାହାରକୁ ଆଣିଥିଲେ ।

ସୋସିଆଲ ମିଡ଼ିଆରେ  ଏହି ବିଶାଳ ମୂଷାର ଭିଡ଼ିଓ  ଖୁବ୍‌ ଭାଇରାଲ  ହେଉଛି । ଯେତେବେଳେ ଏହାକୁ ବାହାରକୁ ଅଣାଗଲା , ଜଣାପଡ଼ିଲା କି  ଏହା ପ୍ରକୃତ ମୂଷା ନୁହେଁ , ହେଲୋବିନ୍‌ ପ୍ରୋପ୍‌ ଥିଲା । ଯାହାକୁ ନାଳରେ ପକାଇ ଦିଆଯାଇଥିଲା । ଫେସ୍‌ବୁକ୍‌ରେ ପୋଷ୍ଟ ହୋଇଥିବା  ଉକ୍ତ ଭିଡ଼ିଓରେ  ନଜର ଆସିଥିଲା କି  ମୂଷା ଟି ଏତେ ବଡ଼ ଯେ, ତା ଆଗରେ ଜଣେ ବ୍ୟକ୍ତି ଛୋଟ ନଜର ଆସିବ । ଏହା ଦେଖିବାକୁ ପୁରା ମୂଷା ଭଳି ।

ଭିଡ଼ିଓରେ ଦେଖିବାକୁ ମିଳୁଛି ଶ୍ରମିକମାନେ ପାଣିରୁ ମୂଷାକୁ ବାହାର କରୁଛନ୍ତି ।  ସେଠାରେ ଉପସ୍ଥିତ ଥିବା ଯେଉଁ ଲୋକ ଏହି ଦୃଶ୍ୟ ଦେଖିଛନ୍ତି , ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ସମସ୍ତେ ପାଖକୁ ଆସି  ଏହାର ଫଟୋ ଉଠାଉଥିଲେ ।

ଏହି ଭିଡ଼ିଓକୁ ୧୯ ସେପ୍ଟେମ୍ୱରରେ ଶେୟାର କରାଯାଇଥିଲା , ଯାହାର ଏବେ ସୁଦ୍ଧା  ୫ ଲକ୍ଷରୁ ଅଧିକ ଭ୍ୟୁଜ୍‌ ହୋଇସାରିଲାଣି ।  ଏହାସହ ୧୦୦ରୁ ଅଧିକ ପ୍ରତିକ୍ରିୟା ଓ ଅନେକ କମେଣ୍ଟ ମଧ୍ୟ ଆସିଛି ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ