ଭାରତ ମହାସାଗରରେ ଭାଙ୍ଗୁଛି ବିଶାଳକାୟ ଟେକ୍ଟୋନିକ୍ ପ୍ଳେଟ,ଆସିପାରେ ପ୍ରଳୟ

ନୂଆଦିଲ୍ଲୀ,୨୭।୫: କରୋନା ସହ ସାରା ବିଶ୍ବ ଏବେ ଲଢେଇ ଜାରି ରଖିଛି ।  ଏଭଳି ଏକ  ସଙ୍କଟଜନକ ସ୍ଥିତିରେ ପୃଥିବୀ ପାଇଁ ମାଡି ଆସୁଛି ଆଉ ଏକ ବିପଦ। ତାହା ହେଲା ଭାରତ ମହାସାଗର ତଳେ ଥିବା ବିଶାଳକାୟ ଟେକ୍ଟୋନିକ ପ୍ଲେଟ ଆଗାମୀ ଦିନରେ ନିଜକୁ ନିଜେ ଦୁଇ ଭାଗରେ ବିଭାଜିତ ହୋଇଯିବ। ତେବେ ଏହି ପ୍ଲେଟ ଭାଙ୍ଗିବାର ପ୍ରଭାବ ମଣିଷ ଉପରେ ଏହାର ପ୍ରଭାବ ଦୀର୍ଘ ଦିନ ପରେ ପଡିବାକୁ ଯାଉଛି। ଏହାକୁ ଭାରତ-ଅଷ୍ଟେ୍ରଲିଆ କ୍ୟାପରିକର୍ନ ଟେକ୍ଟୋନିକ୍ ପ୍ଳେଟ ଭାବରେ ଜଣାଯାଇଥାଏ।

ଏହି ପ୍ଳେଟ ଧୀରେ ଧୀରେ ଏବେ ଅଲଗା ହେଉଛି। ଅର୍ଥାତ ୧ ବର୍ଷ ଭିତରେ ଏହି ପ୍ଲେଟ ୦.୦୬ ଇଞ୍ଚ(୧.୭ ମିଲିମିଟର) ଅଲଗା ହେଉଛି। ଲାଇଭ ସାଇନ୍ସର ଏକ ରିପୋର୍ଟ ଅନୁସାରେ, ଏହି ଷ୍ଟଡିର ରିସର୍ଚ୍ଚର ଓରେଲ କାର୍ଡୁରିୟର କହିଛନ୍ତି, ଏହା ,କ ସୃଷ୍ଟି ନୁହେଁ, ଯାହାକି ଦ୍ରୁତ ଗତିରେ ବଢୁଚି ଓ ଏହା ବାକି ଗ୍ରହର ସୀମା ଭଳି ମହର୍ତ୍ତ୍ବପୂର୍ଣ୍ଣ।

ଏହି ପ୍ଲେଟ ଧୀରେ ଧୀରେ ଅଲଗା ହେଉଛି ଆରମ୍ଭରୁ ରିସର୍ଚ୍ଚରୁ ଏହା ଜାଣିପାରିନଥି​‌ଲେ ଯେ, ଟେକ୍ଟୋନିକଲ ପ୍ଲେଟ ଅଲଗା ହେଉଛି। ତେବେ ହିନ୍ଦ ମହାସାଗରରେ ଅଦ୍ଭୁତ   ଦୁଇଟି ବଡ ଭୂକମ୍ପ ଆସିବା ପରେ ଗବେଷକମାନେ ଜାଣି ପାରିଥିଲେ ପାଣି ହଲଚଲ ହେଉଛି। ଭୂକମ୍ପ ଟେକ୍ଟୋନିକ୍ ପ୍ଲେଟ ପାଖରେ ନଥିଲା ବଂର ଏକ ଅଲଗା ସ୍ଥାନରୁ ଆସିଥିଲା, ଯାହାକି ଏହି ପ୍ଲେଟର ଭିତରେ ରହିଛି। ୩ଟି ପ୍ଲେଟ ରହିଛି ଯାହାକି, ଏକାଠି ଯୋଡି ହୋଇ ରହିଛି ଓ ଗୋଟିଏ ଦିଗରେ ଆଗକୁ ବଢୁଛି। ଏହି ପ୍ଲେଟ ଭୂକମ୍ପ କାରଣରୁ ନୁହେଁ ବରଂ ଅନ୍ୟ କୌଣସି କାରଣ ପାଇଁ ହୋଇଛି।

ଭାରତ ମହାସାଗରର ପ୍ଲେଟ ଖୁବ୍ ଧୀମା ଗତିରେ ଭାଙ୍ଗିବାରେ ଲାଗିଛି ଓ ପାଣିରେ ଏହାର ଗମ୍ଭୀରତା ଖୁବ୍ ଅଧିକ। ବିଶେଷଜ୍ଞମାନେ ପାଣିର ତଳେ ଏଭଳି ଘଟଣାକୁ ବୁଝି ପାରିନଥିଲେ। ତେବେ ଦୁଇଟି ଭୂକମ୍ପ ଆସିବା ପରେ ଜଣାପଡିଥିଲା ମହାସାଗର ତଳେ କିଛି ହଲଚଲ ଚାଲିଛି। ଏହି ଦୁଇଟି ଭୂକମ୍ପ ଭାରତ ମହାସାଗରର ଇଣ୍ଡୋନେସିଆର ପାଖ ୧୧ ଅପ୍ରେଲ, ୨୦୧୨ରେ ୮.୬ ଓ ୮.୨ ତୀବ୍ରତା ତୀବ୍ରତା ଥିଲା। ସେଭଳି ୨୦୧୪ ଓ ୨୦୧୬ ଦୁଇ ପକ୍ଷରୁ ଡାଟାସେଟ୍ ଏହି ଜୋନର ସ୍ଥଳାକୃତି ସମ୍ପର୍କରେ ଖୁଲାସା କରନ୍ତି। ଆରଲି ଓ ତାଙ୍କ ଟିମକୁ ଏହି ଡାଟାସେଟ୍ ଦେଖିବା ପରେ ଜଣାପଡିଥିଲା ଯେ, ହିନ୍ଦ ମହାସାଗରର ତଳେ ଟେକ୍ଟୋନିକ୍ ପ୍ଲେଟ ଭାଙ୍ଗିବାରେ ଲାଗିଛି।

   ସମ୍ବନ୍ଧିତ ଖବର


ନଭେମ୍ବରରୁ ଖୋଲିବ ସିନେମା ହଲ୍‌ ! ପ୍ରସ୍ତୁତି ଶେଷ, ଦର୍ଶକଙ୍କୁ ଅପେକ୍ଷା…

ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟିଲା କାର୍: ଅଳ୍ପକେ‌ ବର୍ତ୍ତିଲେ ଚାଳକ

ପଳାଶୁଣି ଛକରେ ସ୍କୁଟି ଉପରେ ଚଢ଼ିଗଲା ହାଇୱା, ଯୁବକ ମୃତ୍ୟୁ

ଏଥର ପ୍ରାକ୍‌ଛାଡ଼ଖାଇରେ ମହଙ୍ଗା ମାଡ଼ : ମଟନ୍‌ ୭୦୦, ଚିକେନ ୨୫୦.. ଆଜି ଆମିଷ ବଜାରରେ ଲାଗିବ ଭିଡ଼

ନୂଆ ବର୍ଷ ପୂର୍ବରୁ ବିଦା ହେବେ ଅପାରଗ ସରକାରୀ ବାବୁ: ଦକ୍ଷଙ୍କୁ ମିଳିବ ପଦୋନ୍ନତି ଓ ପ୍ରୋତ୍ସାହନ ରାଶି, ଠକଙ୍କୁ ବାଧ୍ୟତାମୂଳକ ଅବସର

ଆଜିଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା: ୩୮ ମଣ୍ଡପରେ ପୂଜା ପାଇବେ ପଦ୍ମାଳୟା