କରୋନା ପାଇଁ ଫଳପ୍ରଦ remdesivir ଡ୍ରଗ୍ସ : ପରୀକ୍ଷଣରୁ ସ୍ପଷ୍ଟ କଲା କମ୍ପାନୀ

ୱାଶିଂଟନ ୨୯/୦୪ :  ସାରା ବିଶ୍ୱରେ କରୋନା ଔଷଧ ବାହାର କରିବା ପାଇଁ  ନାନା ପରୀକ୍ଷା ନିରୀକ୍ଷା ଚାଲିଥିବା ବେଳେ ,  Gilead Science Inc’s  ଦେଖାଇଛି ନୂଆ ରାସ୍ତା । ଏହି କଂପାନୀ କହିଛି ପ୍ରଥମେ ଯେଉଁ କୋଭିଡ୍‌-୧୯ ସଂକ୍ରମିତ ଗିଲିୟଡ୍‌ କମ୍ପାନୀର ଏକ୍ସପେରିମେଣ୍ଟାଲ ଆଣ୍ଟିଭାଇରାଲ ଡ୍ରଗ୍ସ remdesivir ଦ୍ୱାରା ଚିକିତ୍ସିତ  ହୋଇଥିଲେ, ସେମାନେ ଅନ୍ୟ ରୋଗୀଙ୍କ ଅପେକ୍ଷା ଶୀଘ୍ର ସୁସ୍ଥ ହୋଇଛନ୍ତି ।

କମ୍ପାନୀ କହିଛି, ଗିଲିୟଡ ରିପୋର୍ଟରୁ ଜଣାପଡ଼ିଛି , ପ୍ରଥମେ ଚିକିତ୍ସିତ ହେଉଥିବା  ୬୨ ପ୍ରତିଶତ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏହାସହ ୪୯ ପ୍ରତିଶତ ରୋଗୀଙ୍କ ଚିକିତ୍ସା ବିଳମ୍ୱିତ ହୋଇଥିଲା । ଏହି ପରୀକ୍ଷଣ  ୩୯୭ ଜଣ ରୋଗୀଙ୍କୁ ନେଇ ହୋଇଥିଲା । ଯେଉଁମାନେ ଗମ୍ଭୀର ଭାବେ କୋଭିଡ୍‌-୧୯ର ଶିକାର ହୋଇଥିଲେ , ସେମାନଙ୍କୁ  ୫ ଓ ୧୦ ଦିନର remdesivir ଡୋଜ୍‌  ଦିଆଯାଇଥିଲା । ଏହା ଖୁବ୍‌ ପ୍ରଭାବଶାଳୀ ହୋଇଥିଲା । ଏହି ରୋଗୀମାନେ କରୋନାରୁ ସୁସ୍ଥ ହୋଇଥିଲେ।

ସୂଚନା ଯେ,  ଗିଲିୟଡ୍ (Gilead) ଡ୍ରଗ୍ସ  ଉପରେ ଏଥିପାଇଁ ଅଧିକ ଭରସା ରହିଛି , କାରଣ ଅନ୍ୟ କୌଣସି  ଔଷଧ କି ସୁରକ୍ଷିତ ଭାକସିନ୍‌ ଏପର୍ଯ୍ୟନ୍ତ କୋଭିଡ-୧୯ ପାଇଁ ବାହାରି ନାହିଁ।  ଡାକ୍ତରମାନେ ମଧ୍ୟ ଅନ୍ୟ ଜିନିଷ ପ୍ରତି ସନ୍ଦେହରେ । କାରଣ ଏହା ରୋଗୀଙ୍କ ଫୁସଫୁସ୍‌ ଓ ଅନ୍ୟ ଅଙ୍ଗକୁ ଅକାମୀ କରିପାରେ।  

କମ୍ପାନୀ କହିଛି , ନ୍ୟାସନ୍ୟାଲ  ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଲର୍ଜି ଏଣ୍ଡ ଇନଫେକ୍ସିୟସ  ଡିଜିଜେସ୍ ଦ୍ୱାରା ଏକ ଅଲଗା ପରୀକ୍ଷଣ କରାଯାଇଥିଲା ,ଯାହା କି ଅଧ୍ୟୟନର ମୂଳ ଲକ୍ଷ୍ୟକୁ  ସହ ସଠିକ୍‌ ଥିଲା । କିନ୍ତୁ ଏବେ ତଥ୍ୟରେ ବିସ୍ତୃତ ଭାବେ କିଛି କୁହାଯାଇନାହିଁ ।

   ସମ୍ବନ୍ଧିତ ଖବର


ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ପୁଣି କରୋନାରେ ଆଖିବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୩ଶହ ପାର୍

ପାର୍ବଣ ପରେ ବଢ଼ିଲା କରୋନା: ପୁଣି ଚିହ୍ନଟ ହେଲେ ୧୫୪୭ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ଟପିଲା

ମନ୍ତ୍ରୀ ହେବାପରେ ତେଜସ୍ବୀ ଯାଦବଙ୍କୁ ମିଳିଥିଲା ୪୨ ହଜାର ବିବାହ ପ୍ରସ୍ତାବ, ଝିଅମାନଙ୍କ ସ୍ବପ୍ନର ରାଜକୁମାର ଥିଲେ ତେଜସ୍ବୀ…

ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା