‘ଗିନ୍ନି ୱେଡ୍‌ସ ସନ୍ନି’ରେ ନଜର ଆସିବେ ୟାମି

ମୁମ୍ବାଇ ୧୫/୯: ଜଣେ କଳାକାର ଭାବେ ସବୁବେଳେ ନିଜ ଚରିତ୍ର ଭିତରେ ହଜିଯିବାକୁ ଚେଷ୍ଟା କରନ୍ତି ୟାମି ଗୌତମ । ଅପ୍‌କମିଙ୍ଗ ଫିଲ୍ମ ପାଇଁ ମଧ୍ୟ ସେ ସେହିଭଳି କରିଛନ୍ତି । ରୋମାଣ୍ଟିକ୍‌-କମେଡି ‘ଗିନ୍ନି ୱେଡ୍‌ସ ସନ୍ନି’ରେ ନିଜ ଚରିତ୍ରକୁ ପରଦାରେ ଜୀବନ୍ତ କରିବା ପାଇଁ ୟାମି ଏବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଫିଲ୍ମରେ ସେ ଜଣେ ଦିଲ୍ଲୀ ଝିଅ ଭୂମିକା ନିର୍ବାହ କରିଛନ୍ତି । ଦିଲ୍ଲୀ ବାସିନ୍ଦା ଭାବେ ଚିରାଚରିତ ଚରିତ୍ରକୁ ଅନୁକରଣ କରିବାକୁ ସେ ଆଦୌ ଚାହାନ୍ତି ନାହିଁ । ଫିଲ୍ମରେ ସେ ନିଜ ଲୁକ୍‌କୁ ସୂକ୍ଷ୍ମ ଓ ବାସ୍ତବ କରିବାକୁ ଚାହୁଁଛନ୍ତି । ତେଣୁ ନିଜ ଚରିତ୍ର ପାଇଁ ଏକ ଭିନ୍ନ ଲୁକ୍‌ ଅନ୍ୱେଷଣରେ ଫିଲ୍ମର ଷ୍ଟାଇଲିଷ୍ଟଙ୍କ ସହ ସେ ଦିଲ୍ଲୀ ବଜାର ବୁଲୁଛନ୍ତି । ଗିନ୍ନି(ୟାମି) ଜଣେ ଆଧୁନିକ ପିଢ଼ିର ଝିଅ ।

ତେଣୁ ବେଶଭୂଷାରେ ତା’ର ଚରିତ୍ରର ପ୍ରତିଫଳନ ହେବା ଜରୁରି । ୟାମିଙ୍କ ପାଇଁ ତାଙ୍କ ଷ୍ଟାଇଲିଷ୍ଟ ଏବେ ଭିନ୍ନ ଭିନ୍ନ ଲୁକ୍‌ ଉପରେ ନଜର ବୁଲାଉଛନ୍ତି । ଫିଲ୍ମରେ ୟାମିଙ୍କ ବ୍ୟକ୍ତିତ୍ୱକୁ ଭିନ୍ନ ଢଙ୍ଗରେ ପ୍ରଦର୍ଶନ କରିବା ଲାଗି ପୋଷାକର ଏକାଧିକ ରଙ୍ଗ ମଧ୍ୟ ବାଛୁଛନ୍ତି । ଫିଲ୍ମରେ ପ୍ରଥମ ଥର ବିକ୍ରାନ୍ତ ମେସୀଙ୍କ ସହ ରୋମାନ୍ସ କରିବେ ୟାମି । ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି ପୁନୀତ ଖାନ୍ନା । ସହ ଅଭିନେତା, ନିର୍ଦ୍ଦେଶକ ଓ ଫିଲ୍ମ ଟିମ୍‌ର ଅନେକ କର୍ମକର୍ତ୍ତାଙ୍କ ସହ ପ୍ରଥମ ଥର କାମ କରୁଥିବାରୁ ୟାମି ବହୁତ ଖୁସି ଓ ଉତ୍ସାହିତ ଅଛନ୍ତି ।

   ସମ୍ବନ୍ଧିତ ଖବର


ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ ଅଗ୍ରୱାଲ

ଜାଣିଛନ୍ତି କି ‘ମିର୍ଜାପୁର’ କଳାକାର କେତେ ପାରିଶ୍ରମିକ ନେଇଛନ୍ତି ?

ଚା’ ବଗିଚାରେ ଭୂମିକା

ମହିମାଙ୍କ ପାଇଁ ବଲିଉଡ- ଓଲିଉଡରୁ ଆସୁଛି ଅଫର୍‌ ପରେ ଅଫର୍‌

‘ତାରକ ମେହେଟା କା ଉଲଟା ଚଷମା’ର ଗୋଗିଙ୍କ ଉପରେ ଆକ୍ରମଣ, ଜୀବନରେ ମାରିବାକୁ ମିଳିଲା ଧମକ

ଦିନେ ଶାହାରୁଖଙ୍କ ପାଇଁ ଗୀତ ଗାଉଥିଲେ ଅଭିଜିତ୍, ଏମିତି କ’ଣ ହେଲା ଯେ ଅଭିନେତାଙ୍କ ପାଇଁ ଗୀତ ଛାଡ଼ିବାକୁ ନେଲେ ନିଷ୍ପତ୍ତି