ଗିରଫ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର- ଗିରଫ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସାଇବର ଥାନାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ସାଇବର PS କେସ ନମ୍ବର ୨୬/୨୦୨୦ରେ ଜେରା କରାଯାଇଥିଲ। ତାଙ୍କ ନାମରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୬୬-ଗ, ୬୬ -ଘରେ ମାମଲା ରୁଜୁ କରାଯାଇଛି ।

ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ ତାଙ୍କ ୟୁନିଟ-୬ ସରକାରୀ ବାସଭବନରୁ ଉଠାଇ ନେଇଥିଲେ । ୧୦ ଜଣ କ୍ରାଇମବ୍ରାଞ୍ଚ ଅଧିକାରୀ ତାଙ୍କୁ ଉଠାଇ ନେଇଥିବା ପତ୍ନୀ ଅଭିଯୋଗ କରିଛନ୍ତି । ପୂର୍ବରୁ ବିଜୁ ଜନତା ଦଳରୁ ତାଙ୍କୁ ତାଙ୍କୁ ବହିଷ୍କାର କରାଯାଇଥିଲା । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଥିଲା । ଜନବିରୋଧି କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ।

ବିଜୁ ଜନତା ଦଳରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇ ଥିଲା ।  ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ । ଏ ନେଇ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ଏହି ସୂଚନା ଦିଆଯାଇଛି ।

ତେବେ ବହୁ ସମ୍ପତ୍ତିର ଅଧିକାରୀ ଆଇଏଫ୍‌ଏସ୍‌ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଏବଂ ପ୍ରଦୀପ ପାଣଗ୍ରାହୀଙ୍କ ଝିଅର ବାହାଘର ହେବାର ଥିଲା । ଉଭୟ ଅଭୟ ଏବଂ ଆକାଶଙ୍କୁ କୋଟି କୋଟି ଟଙ୍କା ଦୁର୍ନିତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛି । ତେବେ ଅଭୟ ଏବଂ ଆକାଶଙ୍କୁ ଗୋପାଳପୁର ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ କରି କ୍ଲିନ ଚିଟ୍ ଦେଇଥିଲେ ।

ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କାର ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ଗଣମାଧ୍ୟମ ଆଗରେ ବାରମ୍ବାର ସଫେଇ ରଖିଥିଲେ। ନିଜକୁ ସ୍ୱଚ୍ଛ କହିବା ସହ ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ପାଠକ ପରିବାର ସପକ୍ଷରେ ଯୁକ୍ତି ବାଢ଼ୁଥଲେ । ସେ କୌଣସି ଜନବିରୋଧୀ କାମ କରିନଥିବା ପ୍ରଦୀପ କହୁଛନ୍ତି । ପ୍ରଦୀପଙ୍କ ଏଭଳି ସଫେଇର ଜବାବ ବିଜେଡି ରଖିଥିଲା ।