ଯିଏ ମୋଦିଙ୍କ ରାଲିକୁ ଆସିବନି ସେ ଦେଶଦ୍ରୋହୀ ବୋଲି କହିଥିଲେ ମନ୍ତ୍ରୀ ଗିରିରାଜ, କିନ୍ତୁ ସଙ୍କଳ୍ପ ରାଲିକୁ ନିଜେ ଆସିଲେନି

source:hindi.timesnownews.com
ପାଟଣା ୪/୩: ବିଜେପିର ସାଂସଦ ଗିରିଗାଜ ସିଂହ ସବୁବେଳେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ତଳେ ସେ ବୟାନ ଦେଇଥିଲେ ଯେ ଯିଏ ବି ମୋଦିଙ୍କ ରାଲିକୁ ଆସିବନି ସେ ହେଉଛି ଦେଶଦ୍ରୋହୀ । ଏବେ ହେଲା କଣ ? ଗତକାଲି ବିହାର ରାଜଧାନୀ ପାଟଣାରେ ବିଜେପିର ସଙ୍କଳ୍ପ ରାଲି ଥିଲା । ଗିରିରାଜ ମଧ୍ୟ ବିହାରର ଏବଂ ସେ ପାର୍ଟିର ସାଂସଦ ମଧ୍ଯ । କିନ୍ତୁ ସେ ଦେଇଥିବା ବୟାନରେ ନିଜେ ଛନ୍ଦି ହୋଇଗଲେ । କାରଣ ସେ ନିଜେ ଦଳର ସଙ୍କଳ୍ପ ରାଲିକୁ ଆସିଲେନାହିଁ ।
ଗିରିରାଜ କହିଥିଲେ ଯେ ଯିଏ ମୋଦିଙ୍କ ରାଲିକୁ ଆସିବନି ସେ ଦେଶଦ୍ରୋହୀ । ୩ ମାର୍ଚ୍ଚରେ ଦଳର ସଙ୍କଳ୍ପ ରାଲିରେ ଏହା ଜଣାପଡିଯିବ ଯେ କିଏ କିଏ ପାକିସ୍ତାନ ସହିତ ଅଛନ୍ତି । ଅର୍ଥାତ୍ ତାଙ୍କ କହିବା ଅନୁସାରେ ଯେଉଁମାନେ ରାଲିରେ ଆସିବେନି ସେମାନେ ଦେଶଦ୍ରୋଦୀ ।
କିନ୍ତୁ ନିଜ ବୟାନରେ ନିଜେ ଫସିଗଲେ ଗିରିରାଜ । ଏହା ତାଙ୍କ ଉପରେ ଆପ୍ଲାଏ ହୋଇଗଲା । ଘଟଣା କିଛି ଏହିପରି । ମୋଦିଙ୍କ ସଙ୍କଳ୍ପ ରାଲିରେ ପହଞ୍ଚିଲେନି ଗିରିରାଜ । ତାଙ୍କ ଟ୍ୱିଟ୍ ପହଞ୍ଚିଲା । ସେ ଟ୍ୱିଟରେ ଲେଖିଥିଲେ ଯେ ୨ ଦିନ ପୂର୍ବରୁ ନବାଦାରୁ ପାଟଣା ଆସୁଥିବାବେଳେ ସେ ଅସୁସ୍ଥ ହୋଇପଡିଲେ । ସେଥିପାଇଁ ମାନନୀୟ ନରେନ୍ଦ୍ର ମୋଦିଙ୍କ ସଙ୍କଳ୍ପ ରାଲିରେ ସାମିଲ ହୋଇପାରିଲେନି ।

ଅବଶ୍ୟ ସେ ଦେଶଦ୍ରୋହୀ ନୁହଁନ୍ତି କିମ୍ବା ଜାଣିଶୁଣି ରହିଯାଇନାହାନ୍ତି । ସେ ଅସୁସ୍ଥ ଅଛନ୍ତି । ଅସୁସ୍ଥ ଥିବାରୁ ତାଙ୍କର ବହୁତ ଇଛା ଥିବା ସତ୍ତ୍ୱେ ସେ ସଙ୍କଳ୍ପ ରାଲିକୁ ଆସିପାରିନାହାଁନ୍ତି ।