PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

୪ ବର୍ଷ ଧରି ଜନ୍ମିତ ଝିଅକୁ ଦୁଷ୍କର୍ମ କରୁଥିଲା ବାପା, ସନ୍ତାନ ଜନ୍ମ ଦେଇ ଆଖିବୁଜିଲେ ପୀଡିତା

ନୂଆଦିଲ୍ଲୀ, ୩୧।୧୨: ବାପା-ଝିଅ ସମ୍ପର୍କରେ କଳଙ୍କ। ୪ ବର୍ଷ ଧରି ଜନ୍ମିତ ଝିଅକୁ ଦୁଷ୍କର୍ମ କରୁଥିଲା ବାପା। ନାବାଳିକା ଝିଅ ଗର୍ଭବତୀ ହେବାପରେ ଏବେ ତା’ର ମୃତ୍ୟୁ ହୋଇଛି। ୧୩ ବର୍ଷୀୟ ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିବା କାରଣରୁ ପୀଡିତା ଗର୍ଭବତୀ ହୋଇଯାଇଥିଲେ। ତାଙ୍କ ପେଟରେ ଭୟଙ୍କର ଯନ୍ତ୍ରଣା ହେବା ଯୋଗୁଁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ସେତେବେଳେ ଡାକ୍ତର କହିଥିଲେ ସେ ଅଛନ୍ତି। ଏହି ଘଟଣାଟି ବ୍ରାଜିଲର କୋଓରିରେ  ଘଟିଛି।

ଡେଲିଭରି ସମୟରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା, କିନ୍ତୁ ତାଙ୍କର ସନ୍ତାନ ସୁରକ୍ଷିତ ଅଛି। ଘଟଣାର ଖୁଲାସା ହେବାପରେ ୩୬ ବର୍ଷୀୟ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଛି। ପୋଲିସର କହିବା ଅନୁସାରେ, ଝିଅକୁ ଅଭିଯୁକ୍ତ ଜଣକ ପ୍ରାୟ ୪ ବର୍ଷ ଧରି ଯୌନ ଶୋଷଣ କରୁଥିଲା। ଗତ ୨୭ତାରିଖରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା।

ପୋଲିସ ଅଭିଯୁକ୍ତ ବାପା ଉପରେ ଶିଶୁ ଯୌନ ଶୋଷଣ ଓ ଝିଅର ଜୀବନ ନେଇଥିବା ଅଭିଯୋଗରେ ଆଣିଛି। ସେଭଳି ପୀଡିତାଙ୍କ ପରିବାରର ଅନ୍ୟ ଲୋକମାନେ କହିଛନ୍ତି, ସେମାନେ ଝିଅଟି ସହ ହେଉଥିବା ଶୋଷଣ ସମ୍ପର୍କରେ କିଛି ଜାଣିନଥିଲେ।