ନିଶା ବଟିକା ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ, ୬୬ଟି ଭିଡିଓ ତିଆରି କରି ଦୁଷ୍କର୍ମକାରୀ କରୁଥିଲେ ବ୍ଲାକମେଲ

ନୂଆଦିଲ୍ଲୀ,୨୪।୯: ଜଣେ କଲେଜ ଛାତ୍ରୀ ସହିତ ପ୍ରଥମେ ବନ୍ଧୁତ୍ବ ଓ ପରେ ତାଙ୍କର ବିଶ୍ବାସ ଜିତିବାପରେ ତାଙ୍କୁ ନିଶାବଟିକା ଖୁଆଇ କରାଯାଇଛି ଗଣଦୁଷ୍କର୍ମ। ଏଭଳି ଏକ ଘଟଣା ଦିଲ୍ଲୀ ନିକଟସ୍ଥ ଖିରୋଡରେ ଘଟିଛି। ସବୁଠାରୁ ବଡ କଥା ହେଲା ଯୁବତୀଙ୍କ ସହିତ ବନ୍ଧୁତ୍ବ କରିଥିବା ଯୁବକ ଏବଂ ତା’ର ସହଯୋଗୀ ଗଣଦୁଷ୍କର୍ମ କରିବା ପରେ ତାଙ୍କର ପ୍ରାୟ ୬୬ଟି ଭିଡିଓ ତିଆରି କରିଥିଲେ। ଆଉ ଏହି ଭିଡିଓ ଦେଖାଇ ତାଙ୍କୁ ବ୍ଲାକମେଲ୍ କରି ଟଙ୍କା ଆଦାୟ କରୁଥିଲେ। ଏହି ଯୁବକଙ୍କ ସହିତ ଜଣେ ମହିଳା ମଧ୍ୟ ସମ୍ପୃକ୍ତ ଘଟଣା ସମ୍ପୃକ୍ତ ଥିଲେ ବୋଲି ଛାତ୍ରୀଜଣକ ଥାନାରେ ଅଭିଯୋଗ କରିଛନ୍ତି।

ଛାତ୍ରୀଜଣକ କହିଛନ୍ତି ତାଙ୍କୁ ସେତେବେଳେ ଜଣାପଡିଥିଲା ଯେବେ ତାଙ୍କର ଏକ ଭିଡିଓ କ୍ଲିପ୍ ଓ ଫଟୋ ଦେଖାଇ ତାଙ୍କୁ ଧମକାଇବା ଆରମ୍ଭ କରିଥିଲେ। ତାଙ୍କ ଠାରୁ ବହୁବାର ଟଙ୍କା ସେମାନେ ନୋଇଛନ୍ତି। ଉଦ୍ୟୋଗ ନଗର ଥାନା ଅଧିକାରୀ ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ପୋଲିସ କହିଛି, ପୀଡିତା ଯୁବତୀ ସିକରରେ ବି.କମ୍ ପ୍ରଥମ ବର୍ଷର ଛାତ୍ରୀ। ସେ ବସରେ ଯିବା ଆସିବା କରନ୍ତି। ଏହି ସମୟରେ ବସରେ ତାଙ୍କର ଜଣେ ଯୁବକ ସହିତ ସାକ୍ଷାତ ହୋଇଥିଲା। କଥାବାର୍ତ୍ତା ଖୁବ୍ ବଢିଥିଲା ଓ ଯୁବକଜଣକ ନିଜର ନାଁ ସୁରେଶ ବୋଲି କହିଥିଲେ।  ଏହାପରେ ଦିନେ ତାଙ୍କୁ ରାସ୍ତାରୁ ବଳପୂର୍ବକ ଗାଡିରେ ବସାଇ ଏକ ହୋଟେଲକୁ ନେଇ ଯାଇଥିଲା ଓ ତା’ର ସାଙ୍ଗମାନଙ୍କ ସହିତ ମିଶି ଗଣଦୁଷ୍କର୍ମ କରିଥିଲା। ଏହି ସମୟର ଭିଡିଓ ତିଆରି କରି ଝିଅଟି ଠାରୁ ଅଭିଯୁକ୍ତ ଯୁବକ ୨୫ହଜାର ଟଙ୍କା ନେଇସାରିଛି।

ଛାତ୍ରୀଜଣକ କହିଛନ୍ତି ତାଙ୍କୁ ସୁରେଶ ବୋଲି ମିଛ ନାଁ କହିଥିବା ଯୁବକ ଜଣକର ପ୍ରକୃତ ନାଁ ହେଉଛି  ଆସିଫ୍। ଯୁବତୀ ଜଣକ କହିଛନ୍ତି, ଆସିଫଙ୍କ ସହିତ ଆଉ ଜଣେ ମହିଳା ରହିଥିଲେ। ମହିଳା ଜଣକ ତାଙ୍କୁ ଧମକାଉ ଥିଲେ ଓ ଗାଁର ଷ୍ଟାଣ୍ଡରେ ଆସି ତାଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ। ସୁରୋ ଓରଫ ଆସିଫ୍ ମଧ୍ୟ ବସରେ ଗାଁକୁ ଯିବା ଆସିବା କରୁଥିଲା। ଝିଅଟି କହିଛି ସୁରେଶ  ଦିନେ ନିଜର ମୋବାଇଲକୁ ଫୋନ୍ କରିଥିଲା।

ତାଙ୍କୁ ସିକରରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟକୁ ଡକାଇଥିଲେ ଓ ଧଳା ରଙ୍ଗର ଏକ ବୋଲେର ଗାଡି ଥିଲା। ସେଥିରେ ଜଣେ ମହିଳା ଓ ଅନ୍ୟଜଣେ ବ୍ୟକ୍ତି ଥିଲେ। ଝିଅଟିର ଅଭିଯୋଗ କରିଛି ଯେ, ଗାଡିରେ ତାଙ୍କୁ ବଳପୂର୍ବକ ଉଠାଇ ନେଇ ବାଇପାସ୍ ପାଖରେ ଥିବା ଏକ ହୋଟେଲକୁ ନିଆଯାଇଥିଲା। ଏହାପରେ ତାଙ୍କୁ ନିଶା ବଟିକା ଦେଇ ସୁରେଶ ଓ ତା’ର ସାଙ୍ଗମାନେ ଡାକି ଦୁଷ୍କର୍ମ କରିଥିଲେ ଓ ତାଙ୍କର ଭିଡିଓ ତିଆରି କରିଥିଲେ। ଏହାପରେ ସୁରେଶ ତାଙ୍କ ମୋବାଇଲକୁ ଭିଡିଓ ପଠାଇଥିଲେ ଓ ବ୍ଲାକମେଲ କରିବା ଆରମ୍ଭ କରିଥିଲେ।

   ସମ୍ବନ୍ଧିତ ଖବର


୪ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ କଲା ପୋଲିସ୍, ଭଡ଼ାଘରେ ଚାଲିଥିଲା କାରବାର

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

ଆପ୍‌ ମାଧ୍ୟମରେ ସ୍ତ୍ରୀଙ୍କ ସହ କରୁଥିଲେ ଲାଇଭ୍‌ ସେକ୍ସ –କମାଉଥିଲେ ଲକ୍ଷ ଲକ୍ଷ ଟଙ୍କା

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ