ପ୍ରତାରକ ପୁଲିସ୍ ବାବୁ ସସ୍‌ପେଣ୍ଡ, ପ୍ରେମରେ ଅଭିନୟ କରି ଯୁବତୀଙ୍କୁ ଗର୍ଭପାତ କରାଇଥିବା ଅଭିଯୋଗ

ଭୁବନେଶ୍ୱର ୮/୫: ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପ୍ରତାରଣା କରିବା ଅଭିଯୋଗରେ କ୍ୟାପିଟାଲ ଥାନା ସବ ଇନ୍ସପେକ୍ଟର ରାକେଶ ସାମଲ ନିଲମ୍ବିତ ହୋଇଛନ୍ତି । ଗତକାଲି ଯୁବତୀ ଜଣଙ୍କ ମହିଳା ଥାନାରେ ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ୍‌ ରାକେଶଙ୍କ ବିରୋଧରେ ୩୧୩ ( ଗର୍ଭବତୀଙ୍କ ବିନା ଇଚ୍ଛାରେ ଗର୍ଭପାତ କରାଇବା), ୪୨୦ (ଠକେଇ), ୩୭୬,୨ଏ (ମୃତ୍ୟୁ ଘଟାଇବା କିମ୍ବା ପରିମାଣ ସ୍ୱରୂପ ପୀଡିତାଙ୍କୁ ସମ୍ବେଦନହୀନ ଅବସ୍ଥାକୁ ଟାଣିନେବା), ୫୦୬ (ଅପରାଧୀକ ଭୟ ପ୍ରଦର୍ଶନ) ଭଳି ସଙ୍ଗୀନ ଦଫା ଲଗାଇଛି । ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ଆଡ଼େ ଚଢ଼ଉ କରୁଛି ।

ସୂଚନା ମୁତାବକ, କିଛି ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳର ରହୁଥିବା ବନିତା (ଛଦ୍ମନାମ,୨୬)ଙ୍କ ସହିତ ରାକେଶଙ୍କ ପରିଚୟ ହୋଇଥିଲା । କମ୍‌ ଦାମ୍‌ରେ ଦାମୀ କାର୍‌ କିଣାଇ ଦେବେ ବୋଲି କହି ଅଧିକାରୀ ଜଣକ ତାଙ୍କ ସହ ସମ୍ପର୍କ ବଢ଼ାଇଥିଲେ । ଏନେଇ ୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ଏହାରି ଭିତରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ସହ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ । ପରେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ବନିତା ଗର୍ଭବତୀ ହୋଇଥିଲେ । ରାକେଶ ତାଙ୍କର ଜବରଦସ୍ତ ଗର୍ଭପାତ କରାଇଥିଲେ । ଗର୍ଭପାତ ହେବା ପରେ ଯୁବତୀଙ୍କୁ ହଇରାଣ ହରକତ କରିଥିଲେ। ଏନେଇ ବନିତା କ୍ୟାପିଟାଲ୍‌ ଥାନା ଓ ମହିଳା ଥାନାକୁ ଯାଇଥିଲେ । ହେଲେ ପୁଲିସ୍‌ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ବାଧ୍ୟ ହୋଇ ଯୁବତୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ।

ସେ ପୁଲିସ୍‌ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କ ଅଫିସ୍‌କୁ ମଧ୍ୟ ଯାଇଥିଲେ । ଏହାପରେ ମହିଳା ଥାନା ପୁଲିସ୍‌ ମାମଲା ରୁଜୁ କରି ଯୁବତୀଙ୍କ ବୟାନ ରେକର୍ଡ କରିଛି । ସେପଟେ ୧୫ ଦିନ ଛୁଟି ନେଇ ଯାଇଥିବା ଏସ୍‌ଆଇ ରାକେଶ ୨ ମାସ ହେବ ଥାନାକୁ ଆସୁନାହାନ୍ତି । ବନିତା ଅଭିଯୋଗ କରିଛନ୍ତି, ଏସ୍‌ଆଇ ରାକେଶଙ୍କ ଏକ ଗାଡି ଚୋର ଗ୍ୟାଙ୍ଗ ସହ ସମ୍ପୃକ୍ତି ଅଛି । ସେ ଚୋରା ଗାଡିକୁ କମ୍‌ ଦାମ୍‌ରେ ବିକୁଛନ୍ତି । ଏହି ର‌୍ୟାକେଟରେ ଜଣେ ଆର୍‌ଟିଓ ଅଧିକାରୀ ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ସେ ପୁଲିସ୍‌ ଆଗରେ କହିଛନ୍ତି । ଏ ସମ୍ପର୍କରେ ପୁଲିସ୍‌ କମିଶନର କହିଛନ୍ତି, ଯୁବତୀଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । ଏସ୍‌ଆଇ ରାକେଶକୁ ନିଲମ୍ବନ କରାଯାଇଛି । ଅଭିଯୋଗରେ କେତେ ସତ୍ୟତା ରହିଛି ତାହାର ତଦନ୍ତ ଚାଲିଛି ।

   ସମ୍ବନ୍ଧିତ ଖବର


ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…