ଅନ୍ଧବିଶ୍ୱାସ: ଗାଁକୁ କରୋନାମୁକ୍ତ ରଖିବାକୁ ଜିଭ କାଟି ମନ୍ଦିରରେ ଚଢ଼ାଇଲେ ଯୁବତୀ

ଲକ୍ଷ୍ନୌ ୨୩/୫ : ଏକବିଂଶ ଶତାଦ୍ଦୀରେ ଉପନୀତ ମାନବ ସମାଜରେ ଏବେ ମଧ୍ୟ ଲୋକମାନେ ଅନ୍ଧବିଶ୍ୱାସର କବଳରୁ ମୁକୁଳି ପାରୁନାହାନ୍ତି । ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି । ସେଠାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁକୁ କରୋନା ସଂକ୍ରମଣରୁ ରକ୍ଷା କରିବା ଲାଗି ଜଣେ ୧୬ ବର୍ଷୀୟ ଝିଅ ନିଜର ଜିଭ କାଟି ଶିବ ମନ୍ଦିରରେ ଚଢ଼ାଇ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ଘଟଣାଟି ବଦୌସା ଥାନା ଅଞ୍ଚଳର ଭଦାବଳ ଗାଁରେ ଘଟିଛି । ସେଠାକାର ଗାୟତ୍ରୀ ନାମ୍ନୀ ଜଣେ କିଶୋରୀ ନିୟମିତ ଭାବେ ଗାଁର ଶିବମନ୍ଦିରକୁ ପୂଜା କରିବାକୁ ଯାଉଥିଲେ । ବୁଧବାର ସନ୍ଧ୍ୟାବଳେ ସେ ପୂଜା କରିବାକୁ ଯାଇଥିବାବେଳେ ଶିବଲିଙ୍ଗ ଉପରେ ପାଣି ଚଢ଼ାଇବା ପରେ ଛୁରୀ ବାହାର କରି ନିଜର ଜିଭକୁ କାଟି ଠାକୁରଙ୍କ ଉପରେ ଚଢ଼ାଇ ଦେଇଥିଲେ । ଏହା ଦେଖି ପୂଜାରୀଙ୍କ ସମେତ ଗାଁର ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଜିଭ କାଟିବା ପରେ ସେ ମନ୍ଦିରରେ ଲହୁଲୁହାଣ ଅବସ୍ଥାରେ ବେହୋସ ହୋଇ ପଡ଼ିରହିଥିଲେ । ଏହାପରେ ପୁଲିସ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଛି । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଏ ସମ୍ପର୍କରେ କିଶୋରୀଜଣକ କହିଛନ୍ତି, ଗତ ଅନେକ ଦିନ ହେଲା ସେ କରୋନାକୁ ନେଇ ଭୟାବହ ଖବର ଶୁଣି ଆସୁଥିଲେ । ନିଜ ଗାଁ ଯେପରି ସେଥିରୁ ରକ୍ଷା ପାଇବ ସେଥିଲାଗି ସେ କିଛି ଦିନ ତଳେ ଭଗବାନ ଶିବଙ୍କ ନିକଟରେ ମାନସିକ କରିଥିଲେ । ତେଣୁ ଶିବମନ୍ଦିରକୁ ଯାଇ ସେଠାରେ ଜିଭ କାଟି ଦେଇଥିଲେ । ଏହି ଘଟଣା ପରେ ବାନ୍ଦାର ଜିଲ୍ଲାପାଳ ଅମିତ ସିଂହ ବଂଶଲ କହିଛନ୍ତି କିଶୋରୀଜଣକର ଚିକିତ୍ସା କରାଯାଉଛି । ଆବଶ୍ୟକପଡ଼ିଲେ ତାଙ୍କୁ କାଉନସେଲିଂ କରାଯିବ ।

   ସମ୍ବନ୍ଧିତ ଖବର


୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

କାମ କଲାନି ଚୀନ୍‌ର ଷଡ଼ଯନ୍ତ୍ର : ଶେଷରେ ବୁଝିଗଲା ନେପାଳ.. ଏବେ ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ

ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ