ନୋରା ଫତେହିଙ୍କୁ ତାଙ୍କ ଗୀତରେ ଜବରଦସ୍ତ ଟକ୍କର ଦେଲେ ଏହି ଯୁବତୀ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ ୧୨/୨: ଗତ ବର୍ଷ ୧୫ ଅଗଷ୍ଟରେ ରିଲିଜ ହୋଇଥିବା ବଲିଉଡ ଆକ୍ଟର ଜନ୍ ଆବ୍ରାହମଙ୍କ ଫିଲ୍ମ ‘ବାଟଲା ହାଉସ୍’ର ଏକ ଗୀତ ‘ଓ ସାକି ସାକି’ ବହୁତ ଫେମସ ହୋଇଥିଲା । ଇଣ୍ଟରନେଟର ଏହି ଗୀତ ଏବେ ମଧ୍ୟ ଧମାଲ୍ କରୁଛି । ଏହି ଗୀତରେ ନୋରା ଫତେହୀ ଏକ ଆଇଟମ୍ ନମ୍ବର କରିଥିଲେ । ଆଜି ମଧ୍ୟ ଏହି ଗୀତକୁ ନେଇ ଯୁବପୀଢିଙ୍କ ମଧ୍ୟରେ କ୍ରେଜ୍ ରହିଛି । କେବଳ ଏତିକି ନୁହେଁ, ଏହି ଗୀତରେ ଡ୍ୟାନ୍ସ ଷ୍ଟେପ୍ ଫଲୋ କରି ନିଜ ଭିଡିଓ ୟୁଟ୍ୟୁବରେ ଛାଡିବା ପାଇଁ ମଧ୍ୟ ଯୁବପୀଢି ଆଗଭର ହେଉଛନ୍ତି । ଏହି କ୍ରମରେ ଏବେ ଇଣ୍ଟରନେଟରେ ଏହି ଗୀତରେ ଜଣେ କୋରିଓଗ୍ରାଫର ପ୍ରେନିତା ବିଜୟଙ୍କ ଡ୍ୟାନ୍ସର ଭିଡିଓ ଭାଇରାଲ ହେଉଛି ।

୯୬ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି
ପ୍ରେନିତା ବିଜୟ ‘ଓ ସାକି ସାକି’ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଟ୍ୟୁବରେ ଏହି ଭିଡିଓରେ ୧ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି । ୪ ହଜାରରୁ ଅଧିକ ୟୁଜର୍ସ ଏହା ଉପରେ କମେଣ୍ଟ ମଧ୍ୟ ଦେଇଛନ୍ତି । ଭିଡିଓ ଦେଖିବା ପରେ ୟୁଜର୍ସ କହୁଛନ୍ତି ଏହି ଝିଅ ନୋରା ଫତେହିଙ୍କୁ ଜବରଦସ୍ତ ଟକ୍କର ଦେଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଓରିଜିନାଲ୍ ‘ଓ ସାକି ସାକି’ ଗୀତ ସଞ୍ଜୟ ଦତ୍ତଙ୍କ ଫିଲ୍ମ ମୁସାଫିରର ଥିଲା । ସେତେବେଳେ ବଲିଉଡ ଅଭିନେତ୍ରୀ କୋଇନା ମିତ୍ରା ଦମଦାର୍ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ । ଗୀତରେ ସଞ୍ଜୟ ଦତ୍ତ ମଧ୍ୟ ଥିଲେ । ଦେବ କୋହଲିଙ୍କ ଲିଖୁତ ଏହି ଗୀତରେ ବିଶାଲ ଶେଖର ସଙ୍ଗୀତ ପ୍ରଦାନ କରିଛନ୍ତି ଏବଂ ସ୍ୱର ଦେଇଛନ୍ତି ସୁଖବିନ୍ଦର ସିଂହ ଓ ସୁନିଧି ଚୌହାନ । ଫିଲ୍ମ ବାଟଲା ହାଉସରେ ଏହା ତନିଷ୍କ ବାଗଚୀଙ୍କ ଦ୍ୱାରା ରିକ୍ରିଏଟ୍ କରାଯାଇଛି ଯେଉଁଥିରେ ତୁଳସୀ କୁମାର ଓ ନେହା କକ୍କର ନିଜ ସ୍ୱର ଦେଇଛନ୍ତି ।

   ସମ୍ବନ୍ଧିତ ଖବର


‘ରାମାୟଣ’ର ସୁଟିଂ ୫୫୦ ଦିନ ଚାଲିଥିଲା, ପ୍ରତି ଏପିସୋଡରେ ଜାଣନ୍ତୁ କେତେ ହେଉଥିଲା ଖର୍ଚ୍ଚ

ଚର୍ଚ୍ଚାରେ ଶୋଲେର ‘ଶାମ୍ବା’, ସାମାଜିକ ଦୂରତା ରକ୍ଷା ନେଇ ଭାଇରାଲ ହେଉଛି ଫଟୋ

କଥା ରଖିଲେ ଭାଇଜାନ୍: ୧୬ ହଜାର ଶ୍ରମିକଙ୍କ ଆକାଉଣ୍ଟକୁ ଦେଲେ ଏତେ କୋଟି ଟଙ୍କା

ଲୋକଙ୍କୁ ସୋସିଆଲ ଡିଷ୍ଟାନ୍ସ ବୁଝାଇବା ପାଇଁ ଦୀପିକା-ଶାହରୁଖଙ୍କ ସାହାଯ୍ୟ ନେଲା ପୋଲିସ