ଖେଳୁ ଖେଳୁ ପଡୋଶୀ ଘରର ବାଥରୁମକୁ ଖସିପଡିଲା ୭ ବର୍ଷର ବାଳିକା,୪ ଦିନ ଧରି ପାଣି ପିଇ ବଞ୍ଚିରହିଥିଲା

ହାଇଦ୍ରାବାଦ,୨୮।୪: ତେଲେଙ୍ଗାନାର ମକଥଲରେ ଜଣେ ୭ ବର୍ଷର ଝିଅ ପଡୋଶୀଙ୍କ ବନ୍ଦ ଥିବା ଘରର ବାଥରୁମ୍ ଭିତରେ ଦୁର୍ଘଟଣାବସତଃ ପଡିଯାଇଥିଲେ। ଏହାପରେ ୪ ଦିନ ଧରି ପାଣି ପିଇ ନିଜକୁ ବଞ୍ଚାଇ ରଖିଥିଲେ। ପୋଳିସ ପକ୍ଷରୁ କୁହାଯାଇଛି  ଝିଅଟି ଗତ ୨୦ ତାରିଖରେ ନିଜ ଘର ପାଖରେ ଥିବା ଏକ ବନ୍ଦ ଥିବା ଘରର ଛାତ ଉପରେ ଖେଳଥିଲେ। ଏହାପରେ ସେ ଦୁର୍ଘଟଣାବସତଃ ପ୍ଲାଷ୍ଟିକ ଜାଲ ଭିତରେ ପଡିଯିବା ପରେ ନିଜ ପଡୋଶୀଙ୍କ ବାଥରୁମରେ ଯାଇ ପହଁଞ୍ଚି ଯାଇଥିଲେ।

ଝିଅଟିର ବାପା-ମା ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ତାଙ୍କର ଝିଅ ନିଖୋଜ ଅଛନ୍ତି। ତେବେ ଗତ ୨୪ ତାରିଖରେ ସେହି ଘରର ଲୋକମାନେ ଯେତେବେଳେ ଘରକୁ ଫେରିଥିଳେ ବାଥରୁମ୍ ଭିତରେ ଝିଅଟିକୁ ବେହୋଶ ଅବସ୍ଥାରେ ଦେଖି ସ୍ତବ୍ଧ ହୋଇଯାଇଥିଲେ। ସେ ପୋଲିସକୁ ଏନେଇ ଖବର ଦେଇଥିଲେ।

ପୋଲିସର ସୁଚନା ଅନୁସାରେ ଝିଅଟିକୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ  ତାଙ୍କୁ ଛୁଟିରେ ଘରକୁ ଚାଡି ଦିଆଯାଇଥିଲର। ଝିଅଟି ୪ ଦିନ ଧରି ପାଣି ପିଇ ନିଜକୁ ବଞ୍ଚାଇଥିଲା। କିନ୍ତୁ ତାକୁ କୌଣସି ଆଘାତ ଲାଗିନଥିଲା, କାରଣ ସେ କପଡା ଶୁଖୁଥିବା ରଶି ଉପରେ ପଡିଯାଇଥିଲା। ଝିଅଟିର ସନ୍ଧାନରେ ପୋଲିସର ୩ଟି ଟିମ୍ ରହିଥିଲେ। କିନ୍ତୁ ସେହି ଘରର ମାଲିକ ଫେରିବା ପରେ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା।

 

 

 

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ