ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ ଘଟଣାରେ ଭିନ୍ନ ମୋଡ: ପୀଡ଼ିତାଙ୍କୁ ହୋଇନି ଦୁଷ୍କର୍ମ,ସ୍ପଷ୍ଟ କଲେ ବିଶେଷଜ୍ଞ ଡାକ୍ତର ଟିମ୍

ଭୁବନେଶ୍ୱର ୧୦/୧୧: ଚଳନ୍ତା କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ଖୋର୍ଦ୍ଧାରେ ଫିଙ୍ଗି ଦେବା ଘଟଣାରେ ନୂଆ ତଥ୍ୟ ପୁଲିସ୍‌ ହାତରେ ଲାଗିଛି । ଯୁବତୀଙ୍କ ଡାକ୍ତରୀମାଇନା ରିପୋର୍ଟରୁ ଜଣାପଡ଼ିଛି, ତାଙ୍କୁ ଦୁଷ୍କର୍ମ ହୋଇନାହିଁ । ତେବେ ଯୁବତୀ କ’ଣ ପାଇଁ ଏମିତି ଅଭିଯୋଗ କଲେ ତାହା ଉପରେ ଖଣ୍ଡଗିରି ଥାନା ପୁଲିସ୍‌ ତଦନ୍ତ ଜାରି ରଖିଛି । ରବିବାର ଦିନ ପୁଲିସ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିବ ।

ଶୁକ୍ରବାର ସନ୍ଧ୍ୟାରେ ଖୋର୍ଦ୍ଧା ହସ୍ପିଟାଲ୍‌ ପକ୍ଷରୁ ପୀଡ଼ିତାଙ୍କ ଡାକ୍ତରୀମାଇନା ରିପୋର୍ଟ ପୁଲିସକୁ ଦିଆ ଯାଇଥିଲା । ରିପୋର୍ଟରେ ଦୁଷ୍କର୍ମ ନେଇ କୌଣସି ଉଲ୍ଲେଖ ନଥିବାରୁ ପୁଲିସ ଏଥିପାଇଁ ଡାକ୍ତରୀ ଟିମ୍‌ର ସହାୟତା ଲୋଡ଼ିଥିଲା । ବରିଷ୍ଠ ଡାକ୍ତର, ବିଶେଷଜ୍ଞ ଓ ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ ରିପୋର୍ଟର ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ପରେ ଦୁଷ୍କର୍ମ ହୋଇ ନଥିବା ସ୍ପଷ୍ଟ ହୋଇଥିଲା ।

ସୂଚନା ମୁତାବକ, ଖୋର୍ଦ୍ଧା ପିଏନ କଲେଜ ନିକଟରୁ ସ୍ଥାନୀୟ ଲୋକ ଜଣେ ଯୁବତୀଙ୍କୁ ଉଦ୍ଧାର କରି ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ନିକଟରେ ସଂପୃକ୍ତ ଯୁବତୀ ଅଭିଯୋଗ କରିଥିଲେ ଯେ ତାଙ୍କୁ କାର୍‌ ଭିତରେ ଗଣବଳାତ୍କାର କରା ଯାଇଥିଲା । ପ୍ରଥମେ ଖୋର୍ଦ୍ଧା ଓ ପରେ ଖଣ୍ଡଗିରି ଥାନା ପୁଲିସ୍‌ ଆରମ୍ଭ କରିଥିଲା ତଦନ୍ତ । ତେବେ ପୀଡ଼ିତାଙ୍କ ବୟାନରେ ତାଳମେଳର ଅଭାବ ଓ ତଦନ୍ତ ବେଳେ ତାଙ୍କ ଅଭିଯୋଗର ସତ୍ୟାସତ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ପୁଲିସ ଡାକ୍ତରୀମାଇନା ରିପୋର୍ଟକୁ ଅପେକ୍ଷା କରିଥିଲା । ରିପୋର୍ଟକୁ ତର୍ଜମା କରାଯିବା ପରେ ସେଥିରେ ବଳାତ୍କାର ନେଇ କୌଣସି ପ୍ରମାଣ ମିଳି ନଥିବା ଜଣାପଡିଛି ।

   ସମ୍ବନ୍ଧିତ ଖବର


ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

ଏଣିକି ଗାଁରେ କରିହେବନି ମନଇଛା ଘର, ନେବାକୁ ପଡିବ ଅନୁମତି

ରାଜଧାନୀରେ ପୁଣି ମିଳିଲା କଟା ଗୋଡ

ପରିବା ଟ୍ରେରେ ଫସିଗଲା ନାଗ ସାପ! ଦେଖନ୍ତୁ ଉଦ୍ଧାର ସମୟର ଭିଡିଓ…