ଗଣଦୁଷ୍କର୍ମ ସନ୍ଦେହ! ଚଳନ୍ତା ଗାଡ଼ିରୁ ଯୁବତୀଙ୍କୁ ରାସ୍ତାକଡ଼କୁ ଫିଙ୍ଗି ଦେଲେ ଦୁର୍ବୃତ୍ତ,ଅର୍ଦ୍ଧଉଲଗ୍ନ ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଯୁବକ

ଖୋର୍ଦ୍ଧା ୭/୧୧ : ରାଜଧାନୀରୁ ଭଡ଼ା କାର୍‌ରେ ଆସୁଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି। ଗତକାଲି ସଂଧ୍ୟା ୬ଟା ହେବ । ଏହି ସମୟରେ ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ପାଶ୍ୱର୍ ଏକ ଶ୍ମଶାନରୁ ସ୍ଥାନୀୟ ଜେମାଦେଇ ଗ୍ରାମର କମଳାକାନ୍ତ ଜୟସିଂହ ମୁମୂର୍ଷ ଅବସ୍ଥାରେ ଜଣେ ଯୁବତୀ(୩୦)ଙ୍କୁ ଉଦ୍ଧାର କରିଥିଲେ । ଯୁବତୀ ଜଣକ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ପଡ଼ିଥିବା ସେ ଦେଖିଥିଲେ ।

ଏହା ପରେ କମଳକାନ୍ତ ଓ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଏବଂ ପୁଲିସକୁ ଖବର ଦେଇଥିଲେ। ଯୁବତୀ ଜଣକ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖି ଯୁବକମାନେ ତାଙ୍କ ମୁହଁରେ ପାଣି ପକାଇବାରେ ତାଙ୍କ ଚେତା ଫେରିଥିଲା। ସେହି ସମୟରେ ଯୁବତୀ ଜଣଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିଲା। ତଥାପି ତାଙ୍କ ସହ ବହୁତ କିଛି ହୋଇଛି ବୋଲି ସେ କହିଥିଲେ। ଏହି ସମୟରେ ଯୁବତୀଙ୍କ ମୋବାଇଲକୁ ଏକ କଲ୍‌ ଆସିଥିଲା । ତେବେ ଫୋନଟି କେଉଁଠୁ ଆସିଛି ବୋଲି ଉଦ୍ଧାରକାରୀ ଯୁବକମାନେ ପଚାରିବାରୁ ଖଣ୍ଡଗିରିଠାରୁ ଯେଉଁ କାରରେ ଆସିଥିଲେ, ତାଙ୍କର ବୋଲି କହିଥିଲେ। ଆଉ ତାଙ୍କୁ ଏଠାରେ ଫୋପାଡ଼ି ଦେଇ ଚାଲିଗଲେ ବୋଲି ଯୁବତୀ ଜଣଙ୍କ କହିବା ପରେ କେବଳ କାନ୍ଦିବାରେ ଲାଗିଲେ।

ତେବେ ଆମ୍ବୁଲାନ୍ସ ନ ଆସିବାରୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହା ପରେ ଯୁବତୀଙ୍କୁ ସନ୍ଧ୍ୟା ୭ଟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର ଏ ସମ୍ପର୍କରେ ଆଦର୍ଶ ଥାନା ପୁଲିସ ଖବର ଦେଇଥିଲେ। ଡାକ୍ତର ପୁଲିସକୁ ଏମଏଲସି ରିପୋର୍ଟ ଦେଇଛନ୍ତି। ଯୁବତୀଙ୍କ ସହିତ ବଳାତ୍କାର ହୋଇଥିବା ନେଇ ଡାକ୍ତର ସନ୍ଦେହ କରୁଥିବା ପୁଲିସକୁ ଜଣାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅଗ୍ନିଶମ କର୍ମଚାରୀ ତୁଷାରକାନ୍ତ ସ୍ୱାଇଁ କହିଛନ୍ତି, ଯୁବତୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନ ଭର୍ତ୍ତି କରିବା ବେଳେ ସେ କାନ୍ଦୁଥିଲେ। ତାଙ୍କ ପୋଷାକର କିଛି ଅଂଶ ଚିରା ହୋଇଥିବା ଦେଖିବାକୁ ମିଳିଥିଲା।

ଉଦ୍ଧାରକାରୀ କମଳକାନ୍ତ କହିଛନ୍ତି, ସେ ପ୍ରାଣନାଥ କଲେଜ ରାସ୍ତାରେ ଯାଉଥିବା ବେଳେ ଯୁବତୀ ଜଣଙ୍କ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କ ଚେତା ଫେରାଇ ଆଣିଥିଲୁ । ତାଙ୍କ ପୋଷାକ ଚିରିଯାଇଥିଲା । ଚେତା ଫେରିବା ପରେ ଯୁବତୀ ଜଣଙ୍କ ମୋ ସହିତ ବହୁତ କିଛି କଥା ହୋଇଛନ୍ତି । ଯୁବତୀ ଜଣକ କହିଥିଲେ ଯେ, ଭୁବନେଶ୍ୱରଠାରୁ ଏକ ଗାଡ଼ିରେ ଆସିବା ବେଳେ ତାଙ୍କ ସାଙ୍ଗରେ ଦୁଇ ଜଣ ଯୁବକ ଥିଲେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଡାକ୍ତରଖାନାରେ ଥାନାଧିକାରୀ ଉମାଶଙ୍କର ସିଂହ ଏବଂ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ସମିତା ମିଶ୍ର ପ୍ରମୁଖ ଘଟଣାର ତଦନ୍ତ କରିଛନ୍ତି । କିନ୍ତୁ ଗଣମାଧ୍ୟମ ସମ୍ମୁଖରେ ଉଭୟ କିଛି ବିବୃତି ନଦେବା ଘଟଣାକୁ ସନ୍ଦେହ ଭିତରକୁ ଟାଣିନେଉଛି। ଏସ୍‌ପି ଅଜେୟ ପ୍ରତାପ ସ୍ୱାଇଁ କହିଛନ୍ତି, ଯୁବତୀଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାରୁ ସେ କିଛି କହିପାରୁ ନାହାନ୍ତି। ବରଂ ଖଣ୍ଡଗିରିଠାରୁ ଆସିବା ପରେ ତାଙ୍କ ସହିତ କ’ଣ କିଛି ଘଟଣା ହୋଇଛିି। ଯୁବତୀ ଜଣଙ୍କ ସୁସ୍ଥ ହେବା ପରେ ତାଙ୍କ ବୟାନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।

   ସମ୍ବନ୍ଧିତ ଖବର


ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

ବାରରେ ଭଙ୍ଗାରୁଜା ମାମଲା: ୨ ଯୁବକ ଗିରଫ,୨ଫେରାର୍‌

ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର: ଅଳ୍ପକେ ବର୍ତ୍ତିଲା ପରିବାର

ଚାହାରେ ନିଶା ମିଶାଇ ୩ ଯୁବକଙ୍କୁ ଲୁଟିଲା ଅଟୋଚାଳକ: ପାହାଡ଼ ତଳୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର